or_obs/content/50.md

12 KiB

50. ଯୀଶୁ ପ୍ରତ୍ୟାବର୍ତ୍ତନ କରନ୍ତି

OBS Image

2000 ବର୍ଷରୁ ଅଧିକ ସମୟ ସମଗ୍ର ବିଶ୍ବରୁ ଅଧିକରୁ ଅଧିକ ଲୋକ ମଶୀହ ଯୀଶୁଙ୍କ ବିଷୟରେ ଶୁଭ ସମ୍ବାଦ ଶୁଣିଆସୁଅଛନ୍ତି । ମଣ୍ଡଳୀ ବୃଦ୍ଧିପାଇ ଚାଲିଛି । ଯୀଶୁ ପ୍ରତିଜ୍ଞା କରିଛନ୍ତି ଯେ ସେ ଜଗତର ଶେଷରେ ଆସିବେ । ଯଦିଓ ସେ ଆସିନାହାନ୍ତି, ତଥାପି ସେ ତାହାଙ୍କ ପ୍ରତିଜ୍ଞା ରକ୍ଷା କରିବେ ।

OBS Image

ଆମେ ଯୀଶୁଙ୍କ ଆସିବାର ଅପେକ୍ଷା କରୁ କରୁ, ଈଶ୍ବର ଚାହାନ୍ତି ଯେପରିକି ଆମେ ଏକ ପବିତ୍ର ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁଥିବା ଏକ ଜୀବନ ଜୀଇଁବା । ସେ ଚାହାନ୍ତି ଯେପରି ଆମେ ତାହାଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହୁ । ଯୀଶୁ ପୃଥିବୀରେ ବାସ କରୁଥିବା ସମୟରେ କହିଲେ “ମୋ ଶିଷ୍ୟମାନେ ଈଶ୍ବରଙ୍କ ରାଜ୍ୟର ଶୁଭସମ୍ବାଦ ଜଗତରେ ଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିବେ, ତା’ପରେ ହିଁ ଯୁଗାନ୍ତ ହେବ ।“

OBS Image

ଅନେକ ଲୋକଦଳ ଏପର୍ଯ୍ୟନ୍ତ ଯୀଶୁଙ୍କ ବିଷୟରେ ଶୁଣିନାହାନ୍ତି । ସେ ସ୍ବର୍ଗକୁ ଫେରିଯିବା ପୂର୍ବରୁ, ଯେଉଁମାନେ କେବେ ମଧ୍ୟ ସୁସମାଚାର ଶୁଣିନାହାନ୍ତି ସେମାନଙ୍କ ନିକଟରେ ସୁସମାଚାର ଘୋଷଣା କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟିୟାନମାନଙ୍କୁ କହିଅଛନ୍ତି । ସେ କହିଲେ “ତୁମ୍ଭେମାନେ ଯାଇ ସମସ୍ତ ଲୋକଦଳଙ୍କୁ ଶିଷ୍ୟ କର!”, ଏବଂ “ଅମଳ ନିମନ୍ତେ ଶଷ୍ୟ ପାଚିଗଲାଣି!”

OBS Image

ଯୀଶୁ ଆହୁରି କହିଲେ “ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହଁନ୍ତି । ଏହି ଜଗତର ଅଧିକାରପ୍ରାପ୍ତ ବ୍ୟକ୍ତିମାନେ ଯେପରି ମୋତେ ଘୃଣା କରିଅଛନ୍ତି, ଠିକ୍‍ ସେହିପରି ସେମାନେ ମୋ ସକାଶେ ତୁମ୍ଭମାନଙ୍କୁ ତାଡନା କରି ହତ୍ୟା କରିବେ । ଯଦିଓ ଏହି ଜଗତରେ ତୁମ୍ଭେମାନେ କ୍ଲେଶଭୋଗ କରିବେ, ସାହସ ଧରି ଉତ୍ସାହିତ ହୁଅ କାରଣ ଜଗତକୁ ଶାସନ କରୁଥିବା ଶୟତାନକୁ ମୁଁ ଜୟ କରିଅଛି । ଯଦି ତୁମ୍ଭେମାନେ ଶେଷ ପର୍ଯ୍ୟନ୍ତ ମୋଠାରେ ବିଶ୍ବସ୍ତ ରହିବ, ତେବେ ଈଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ !”

OBS Image

ଜଗତ ଶେଷ ହେବା ସମୟରେ ଲୋକମାନଙ୍କ ପ୍ରତି କ’ଣ ଘଟିବ ସେ କହିଲେ “ଜଣେ ଲୋକ ତାଙ୍କ କ୍ଷେତରେ ଉତ୍ତମ ବିହନ ବୁଣିଥିଲେ । ସେ ଶୋଇଥିବା ସମୟରେ ତାହାର ଶତ୍ରୁ ଆସି ଗହମ ସହିତ ବାଳୁଙ୍ଗା ବୁଣିଦେଇ ଚାଲିଗଲା ।”

OBS Image

“ଯେତେବେଳେ ମଞ୍ଜି ଗଜା ହେଲା, ସେହି ଲୋକର ଦାସମାନେ ଆସି କହିଲେ ‘ସାଆନ୍ତେ, ଆପଣ ସେହି କ୍ଷେତରେ ଉତ୍ତମ ବିହନ ବୁଣିଥିଲେ । ତେବେ ସେଠାରେ କାହିଁକି ବାଳୁଙ୍ଗା ଦେଖାଦେଇଛି?” ‘ସାଆନ୍ତେ ଉତ୍ତର ଦେଲେ, ‘ଜଣେ ଶତ୍ରୁ ତାହା କରିଅଛି ।"

OBS Image

“ଦାସମାନେ ସେମାନଙ୍କ ମାଲିକକୁ କହିଲେ, ‘ଆମେ କ’ଣ ବାଳୁଙ୍ଗାଗୁଡିକ ଉପାଡି ପକାଇବା?” ମାଲିକ କହିଲେ ‘ନା । ଯଦି ତୁମ୍ଭେମାନେ ତାହା କରିବ, ତେବେ ତୁମ୍ଭେମାନେ କେତେକ ଗହମକୁ ମଧ୍ୟ ଉପାଡି ପକାଇବ । ଶଷ୍ୟ ଅମଳ ହେବା ଯାଏ ଦୁହିଁକୁ ଏକାଠି ବଢିବାକୁ ଦିଅ ଓ ଅମଳ ପରେ ବାଳୁଙ୍ଗାଗୁଡିକ ପୋଡି ପକାଅ, କିନ୍ତୁ ଗହମ ମୋ ଅମାରକୁ ଆଣ ।”

OBS Image

ଶିଷ୍ୟମାନେ ସେହି କାହାଣୀ ବା ଦୃଷ୍ଟାନ୍ତର ଅର୍ଥ ବୁଝିପାରିଲେ ନାହିଁ, ତେଣୁ ସେମାନେ ତାହା ବୁଝାଇଦେବା ନିମନ୍ତେ ଯୀଶୁଙ୍କୁ କହିଲେ । ଯୀଶୁ କହିଲେ “ଯେଉଁ ବ୍ୟକ୍ତି ଉତ୍ତମ ବିହନ ରୋପଣ କଲେ ସେ ମଶୀହଙ୍କୁ ବୁଝାନ୍ତି । କ୍ଷେତ ହେଉଛି ଜଗତ । ଉତ୍ତମ ବିହନ ଈଶ୍ବରଙ୍କ ରାଜ୍ୟର ଲୋକମାନଙ୍କୁ ବୁଝାଏ ।”

OBS Image

“ବାଳୁଙ୍ଗାଗୁଡିକ ସେହିମାନଙ୍କୁ ବୁଝାଏ ଯେଉଁମାନେ ପାପାତ୍ମାର ଅଟନ୍ତି । ଯେଉଁ ଶତ୍ରୁ ବାଳୁଙ୍ଗାଗୁଡିକ ରୋପଣ କଲା ବା ବୁଣିଦେଇ ଚାଲିଗଲା ସେ ହେଉଛି ପାପାତ୍ମା । ଶଷ୍ୟ ଅମଳର ସମୟ ହେଉଛି ଜଗତର ଶେଷ ଏବଂ ଅମଳକାରୀମାନେ ହେଉଛନ୍ତି ଈଶ୍ବରଙ୍କ ଦୂତଗଣ ।”

OBS Image

ଯେତେବେଳେ ଜଗତ ଶେଷ ହେବ, ସେତେବେଳେ ଦୂତମାନେ ପାପାତ୍ମାର ସନ୍ତାନମାନଙ୍କୁ ଦୂତମାନେ ଏକାଠି କରି ପ୍ରଜ୍ଜଳିତ ଅଗ୍ନି ମଧ୍ୟରେ ପକାଇଦେବେ, ଯେଉଁଠି ରୋଦନ ଓ ଦନ୍ତର କିଡିମିଡି ହେବ । ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତା ଈଶ୍ବରଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ହେବେ ।”

OBS Image

ଯୀଶୁ ଆହୁରି ମଧ୍ୟ କହିଲେ ଯେ ଜଗତ ଶେଷ ହେବା ଠିକ୍‍ ପୂର୍ବରୁ ସେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ । ସେ ଯେପରି ପୃଥିବୀରୁ ସ୍ବର୍ଗକୁ ଯାଇଥିଲେ, ସେ ଠିକ୍‍ ସେହିପରି ପୃଥିବୀକୁ ଫେରି ଆସିବେ । ତାଙ୍କର ଏକ ଶରୀର ଥିବ ଓ ସେ ଆକାଶରେ ମେଘମାଳାରେ ଆଗମନ କରିବେ । ଯୀଶୁ ଯେତେବେଳେ ଫେରିବେ, ଯେତେଜଣ ଖ୍ରୀଷ୍ଟିୟାନ ମୃତ୍ୟୁଭୋଗ କରିସାରିଥିବେ, ସେମାନେ ମୃତ୍ୟୁରୁ ଉଠିବେ ଏବଂ ତାହାଙ୍କୁ ଆକାଶରେ ସାକ୍ଷାତ କରିବେ ।

OBS Image

ତା’ପରେ ଯେଉଁ ଖ୍ରୀଷ୍ଟିୟାନମାନେ ଜୀବିତ ଥିବେ ସେମାନେ ମୃତ୍ୟୁରୁ ଉତ୍ଥିତ ଖ୍ରୀଷ୍ଟିୟାନମାନଙ୍କ ସହ ମିଳିତ ହୋଇ ଆକାଶ (ମଧ୍ୟ ଆକାଶ)କୁ ନୀତ ହେବେ । ସେମାନେ ସେଠାରେ ଯୀଶୁଙ୍କ ସହ ରହିବେ । ତାହା ପରେ, ଯୀଶୁ ତାହାଙ୍କ ଲୋକମାନଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତି ଓ ଏକତାରେ ଚିରକାଳ ରହିବେ ।

OBS Image

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କୁ ଏକ ମୁକୁଟ ଦେବା ପାଇଁ ଯୀଶୁ ପ୍ରତିଜ୍ଞା କରିଅଛନ୍ତି । ସେମାନେ ଈଶ୍ବରଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତିରେ ବାସ କରି ରାଜତ୍ବ କରିବେ ।

OBS Image

କିନ୍ତୁ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରୁନାହାନ୍ତି ଈଶ୍ବର ସେମାନଙ୍କର ବିଚାର କରିବେ । ସେ ସେମାନଙ୍କୁ ନରକ ମଧ୍ୟରେ ନିକ୍ଷେପ କରିବେ, ଯେଉଁଠି ରୋଦନ ଓ ଦନ୍ତର କିଡିମିଡି ହେବ । ଏପରି ଏକ ଅଗ୍ନି ଯାହା କେବେ ଲିଭିବ ନାହିଁ ଏବଂ ନିରନ୍ତର ପ୍ରଜ୍ଜଳିତ ହେଉଥିବ, ଏବଂ ଯେଉଁଠି କୀଟ ସେମାନଙ୍କୁ ଭକ୍ଷଣ (ଖାଇବା)ର ବନ୍ଦ କରିବ ନାହିଁ ।

OBS Image

ଯୀଶୁ ଯେତେବେଳେ ଫେରିବେ, ସେ ସମ୍ପୂର୍ଣ୍ଣରୂପେ ଶୟତାନ ଓ ତାହାର ରାଜ୍ୟକୁ ବିନାଶ କରିବେ । ସେ ଶୟତାନକୁ ନରକ ମଧ୍ୟରେ ନିକ୍ଷେପ କରିବେ ଯେଉଁଠି ଈଶ୍ବରଙ୍କ ଆଜ୍ଞାବହ ହେବା ଅପେକ୍ଷା ଶୟତାନର ଅନୁଗମନ କରିବାକୁ ମନୋନୀତ କରିଥିବା ସମସ୍ତଙ୍କ ସହ ସେ ଚିରଦିନ ନିମନ୍ତେ ପୋଡିହେଉଥିବ ।

OBS Image

ଯେହେତୁ ଆଦମ ଓ ହବା ଈଶ୍ବରଙ୍କର ଅନାଜ୍ଞାବହ ହେଲେ ଏବଂ ଏହି ଜଗତକୁ ପାପ ପ୍ରବେଶ କରାଇଲେ, ତେଣୁ ଈଶ୍ବର ଏହାକୁ ଅଭିଶାପ ଦେଲେ ଏବଂ ଏହାକୁ ବିନାଶ କରିବା ନିମନ୍ତେ ନି | କିନ୍ତୁ ଦିନେ ଈଶ୍ବର ଏକ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ସୃଷ୍ଟି କରିବେ ଯାହା ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ ।

OBS Image

ଯୀଶୁ ଓ ତାହାଙ୍କ ଲୋକମାନେ ନୂତନ ପୃଥିବୀରେ ବାସ କରିବେ, ଏବଂ ଯାହା ସବୁ ରହିଛି ସେ ସମସ୍ତ ଉପରେ ସେ ଚିରକାଳ ରାଜତ୍ବ କରିବେ । ସେ ପ୍ରତ୍ୟେକଙ୍କ ଅଶ୍ରୁଜଳ ପୋଛି ଦେବେ ଏବଂ କ୍ଲେଶଭୋଗ, ଦୁଃଖ, କ୍ରନ୍ଦନ, ମନ୍ଦତା, କଷ୍ଟ ବା ମୃତ୍ୟୁ ହେବନାହିଁ । ଯୀଶୁ ଶାନ୍ତି ଓ ନ୍ୟାୟରେ ତାହାଙ୍କ ରାଜ୍ୟ ଉପରେ ରାଜତ୍ବ କରିବେ ଏବଂ ସେ ତାହାଙ୍କ ଲୋକମାନଙ୍କ ସହ ଚିରଦିନ ରହିବେ ।

__