or_obs/content/45.md

11 KiB

45. ଫିଲିପ୍ପ ଏବଂ ଇଥିଓପିଆ କର୍ମଚାରୀ

OBS Image

ମଣ୍ଡଳୀ ନେତୃବୃନ୍ଦଙ୍କ ମଧ୍ୟରୁ ସ୍ତିଫାନ ନାମକ ଜଣେ ବ୍ୟକ୍ତି ଥିଲେ । ତାଙ୍କର ସୁଖ୍ୟାତି ଥିଲା ଏବଂ ସେ ସମ୍ପୂର୍ଣ୍ଣ ପବିତ୍ରଆତ୍ମା ଓ ବୁଦ୍ଧିରେ ପୂର୍ଣ୍ଣ ହୋଇଥିଲେ । ସ୍ତିଫାନ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ ଏବଂ ପ୍ରଭାବଶାଳୀ ଭାବେ ବିଚାର କଲେ ଯେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ।

OBS Image

ଦିନେ, ଯେତେବେଳେ ସ୍ତିଫାନ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିଲେ, ସେତେବେଳେ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା କେତେଜଣେ ଯିହୂଦୀ ସ୍ତିଫାନଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ । ସେମାନେ ଅତି କ୍ରୋଧ କରିଥିଲେ ଏବଂ ସ୍ତିଫାନଙ୍କ ବିଷୟରେ ଧର୍ମନେତାମାନଙ୍କୁ ମିଥ୍ୟା କହିବାକୁ ଲାଗିଲେ । ସେମାନେ କହିଲେ “ଆମ୍ଭେମାନେ ତାହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ କଥା କହିବାର ଶୁଣିଅଛୁ!” ତେଣୁ ଧର୍ମନେତାମାନେ ସ୍ତିଫାନଙ୍କୁ ଗିରଫ କଲେ ଏବଂ ମହାଯାଜକ ଓ ଯିହୂଦୀମାନଙ୍କ ନେତାଙ୍କ ନିକଟକୁ ତାଙ୍କୁ ଆଣିଲେ ଯେଉଁଠି ସ୍ତିଫାନଙ୍କ ବିରୁଦ୍ଧରେ ଅଧିକ ମିଥ୍ୟାସାକ୍ଷୀ ମିଥ୍ୟା କହିଲେ ।

OBS Image

ମହାଯାଜକ ସ୍ତିଫାନଙ୍କୁ ପଚାରିଲେ “ଏହି ସମସ୍ତ କଥା କି ସତ୍ୟ?” ଅବ୍ରହାମଙ୍କ ସମୟରୁ ଆରମ୍ଭ କରି ଯୀଶୁଙ୍କ ସମୟ ପର୍ଯ୍ୟନ୍ତ ଈଶ୍ବର ଯେଉଁ ସମସ୍ତ ମହା ମହା କର୍ମ କରିଥିଲେ ସେଥିରୁ ଅନେକ ସ୍ମରଣ କରାଇଦେଇ ସେମାନଙ୍କୁ ଉତ୍ତର ଦେଇ କହିଲେ ଯେ ଈଶ୍ବରଙ୍କ ଲୋକମାନେ କିପରି ନିରନ୍ତର ଭାବେ ତାହାଙ୍କର ଅନାଜ୍ଞାବହ ହେଉଥିଲେ । ତା’ପରେ ସେ କହିଲେ “ହେ ଜଡ ହୃଦୟ ଓ ବିଦ୍ରୋହୀ ଲୋକମାନେ ଆପଣମାନେ ସର୍ବଦା ପବିତ୍ରଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି, ଠିକ୍‍ଯେପରି ଆପଣଙ୍କ ପୂର୍ବ ପୁରୁଷମାନେ ସର୍ବଦା ଈଶ୍ବରଙ୍କର ପ୍ରତିରୋଧ କରି ତାହାଙ୍କ ଭାବବାଦୀମାନଙ୍କୁ ହତ୍ୟା କରିଥିଲେ । କିନ୍ତୁ ସେମାନଙ୍କ ଅପେକ୍ଷା ଆପଣମାନେ ସେମାନଙ୍କ ଅପେକ୍ଷା ଅଧିକ ଭୁଲ୍‍କରୁଅଛନ୍ତି! ଆପଣମାନେ ମଶୀହଙ୍କୁ ହତ୍ୟା କରିଅଛନ୍ତି!”

OBS Image

ଯେତେବେଳେ ଧର୍ମନେତାମାନେ ଏହା ଶୁଣିଲେ, ସେମାନେ ଏତେ ମାତ୍ରାରେ କ୍ରୋଧ କରିଥିଲେ ଯେ ସେମାନେ ସେମାନଙ୍କ କର୍ଣ୍ଣକୁ ଚାପି ଧରି ଅତି ଉଚ୍ଚ ସ୍ବରରେ ଚିତ୍କାର କଲେ । ସେମାନେ ସ୍ତିଫାନଙ୍କୁ ନଗର ବାହାରକୁ ଟାଣି ଟାଣି ନେଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତରାଘାତ (ପଥର ଫୋପାଡିଲେ) କଲେ ।

OBS Image

ସ୍ତିଫାନ ମୃତ୍ୟୁଭୋଗ କରିବା ପୂର୍ବରୁ ଉଚ୍ଚ ସ୍ବରରେ ଚିତ୍କାର କରି କହିଲେ “ହେ ଯୀଶୁ, ମୋ ଆତ୍ମାକୁ ଗ୍ରହଣ କର ।” ତା’ପରେ ସେ ଆଣ୍ଠୋଇପଡି ପୁନର୍ବାର ଉଚ୍ଚ ସ୍ବରରେ କହିଲେ “ହେ ପ୍ରଭୁ, ଏହି ପାପ ସେମାନଙ୍କ ବିରୁଦ୍ଧରେ ଗଣନା କରନାହିଁ ।” ତା’ପରେ ସେ ମୃତ୍ୟୁଭୋଗ କଲେ ।

OBS Image

ଶାଉଲ ନାମକ ଜଣେ ଲୋକ ସ୍ତିଫାନଙ୍କୁ ହତ୍ୟା କରୁଥିବା ଲୋକମାନଙ୍କ ସହ ଏକମତ ଥିଲେ ଯିଏ ହତ୍ୟାକାରୀମାନେ ହତ୍ୟା କରୁଥିବା ସମୟରେ ସେମାନଙ୍କର ବସ୍ତ୍ର ରକ୍ଷା କରୁଥିଲେ । ସେହି ଦିନ, ଯିରୁଶାଲମରେ ଥିବା ଲୋକମାନେ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ତାଡନା କରିବାକୁ ଆରମ୍ଭ କଲେ, ତେଣୁ ବିଶ୍ବାସୀମାନେ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଲାଗିଲେ । କିନ୍ତୁ, ଏହି ସମସ୍ତ ସତ୍ତ୍ବେ, ସେମାନେ ଯେଉଁ ଯେଉଁ ସ୍ଥାନକୁ ଗଲେ ସେଠାରେ ଯୀଶୁଙ୍କର ପ୍ରଚାର କରିବାକୁ ଲାଗିଲେ ।

OBS Image

ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଫିଲିପ୍ପ ଏହି ପଳାଇଯାଇଥିବା ବିଶ୍ବାସୀମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଶମରିୟାକୁ ଯାଇ ସେଠାରେ ଯୀଶୁଙ୍କ ବିଷୟରେ ପ୍ରଚାର କଲେ ଓ ଅନେକ ଲୋକ ସେଠାରେ ଉଦ୍ଧାରପ୍ରାପ୍ତ (ପରିତ୍ରାଣପ୍ରାପ୍ତ) ହେଲେ । ତା’ପରେ ଦିନେ, ଈଶ୍ବରଙ୍କ ନିକଟକୁ ଜଣେ ଦୂତ ଆସି ଫିଲିପ୍ପଙ୍କୁ ମରୁଭୂମିରେ ପଡିଥିବା ନିର୍ଦ୍ଧିଷ୍ଟ ପଥ ଦେଇ ଯିବା ନିମନ୍ତେ କହିଲେ । ସେ ଯେତେବେଳେ ସେହି ପଥ ଦେଇ ଯାଉଥିଲେ, ଫିଲିପ୍ପ ଦେଖିଲେ ଯେ ଇଥିଓପିଆ ରାଜ ପରିବାରର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ତାଙ୍କ ରଥରେ ଆସୁଅଛନ୍ତି । ସେହି ଲୋକ ନିକଟକୁ ଯାଇ ତାଙ୍କ ସହ କଥା ହେବା ପାଇଁ ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ ।

OBS Image

ଫିଲିପ୍ପ ଯେତେବେଳେ ରଥର ନିକଟବର୍ତ୍ତୀ ହେଲେ, ସେ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପାଠ କରୁଥିବାର ଶୁଣିଲେ । ସେହି ଲୋକ ପାଠ କରୁଥିଲେ “ସେମାନେ ମେଷ ତୁଲ୍ୟ ତାଙ୍କୁ ହତ ହେବା ନିମନ୍ତେ ନେଲେ, ଏବଂ ନିରବ ମେଷ ତୁଲ୍ୟ ସେ ଆପଣା ମୁଖ ଫିଟାଇଲେ ନାହିଁ । ସେମାନେ ତାଙ୍କୁ ଦୁର୍ବବ୍ୟହାର କଲେ ଏବଂ ତାଙ୍କୁ ସମାଦର କଲେନାହିଁ । ସେମାନେ ତାଙ୍କଠାରେ ତାଙ୍କ ଜୀବନ ନେଲେ ।”

OBS Image

ଫିଲିପ୍ପ ସେହି ଇଥିଓପିଆ ଲୋକଙ୍କୁ ପଚାରିଲେ “ଆପଣ ଯାହା ପାଠ କରୁଅଛନ୍ତି ତାହା ବୁଝୁଅଛନ୍ତିକି?” ଇଥିଓପିଆ ବ୍ୟକ୍ତି ଉତ୍ତର ଦେଲେ “ନା । କେହି ମୋତେ ବୁଝାଇନଦେଲେ ମୁଁ କିପରି ବୁଝିବି । ଦୟାକରି ଆସି ମୋ ନିକଟରେ ବସନ୍ତୁ । ଯିଶାଇୟ କ’ଣ ନିଜ ବିଷୟରେ ନା ଆଉ କାହା ବିଷୟରେ ଏହା କହୁଅଛନ୍ତି?”

OBS Image

ଫିଲିପ୍ପ ତାଙ୍କୁ ବୁଝାଇ କହିଲେ ଯେ ଯିଶାଇୟ ଯୀଶୁଙ୍କ ବିଷୟରେ ଏହା ଲେଖୁଅଛନ୍ତି । ଯୀଶୁଙ୍କ ବିଷୟରେ ଥିବା ଶୁଭସମ୍ବାଦ କହିବା ନିମନ୍ତେ ଫିଲିପ୍ପ ଅନ୍ୟ ଶାସ୍ତ୍ରାଂଶ ମଧ୍ୟ ବୁଝାଇଦେଲେ ।

OBS Image

ଯେତେବେଳେ ଫିଲିପ୍ପ ଓ ଇଥିଓପିଅ ଯାତ୍ରା କରୁଥିଲେ, ସେମାନେ ଏକ ଜଳାଶୟ ନିକଟକୁ ଆସିଲେ । ଇଥିଓପିଅ ବ୍ୟକ୍ତି କହିଲେ “ଦେଖନ୍ତୁ! ଏଠାରେ ଜଳ ଅଛି! ମୁଁ ବାପ୍ତିଜିତ ହୋଇପାରେ କି?” ଏବଂ ସେ ତାଙ୍କ ରଥ ଚାଳକଙ୍କୁ ରଥ ଅଟକାଇବା ନିମନ୍ତେ କହିଲେ ।

OBS Image

ତେଣୁ ସେମାନେ ଜଳ ମଧ୍ୟକୁ ଓହ୍ଲାଇଗଲେ, ଏବଂ ଫିଲିପ୍ପ ସେହି ଇଥିଓପିଅଙ୍କୁ ବାପ୍ତିସ୍ମ ଦେଲେ । ସେମାନେ ଜଳରୁ ଉଠି ଆସିଲା ପରେ, ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ୟ ଏକ ସ୍ଥାନକୁ ଘେନିଗଲେ ଯେଉଠି ସେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ ନିରନ୍ତର କହିବାକୁ ଲାଗିଲେ ।

OBS Image

ଇଥିଓପିଅ ତାଙ୍କ ଗୃହ ପଟ ଯାତ୍ରା ଜାରି ରଖିଲେ, ସେ ଆନନ୍ଦିତ ଥିଲେ ଯେ ସେ ଯୀଶୁଙ୍କୁ ଜାଣିଲେ ।

ପିତର 6:8-8:5; 8:26-40