or_obs/content/36.md

4.3 KiB

36. ରୂପାନ୍ତରୀକରଣ

OBS Image

ଦିନେ ଯୀଶୁ, ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣ ପିତର, ଯାକୁବ ଓ ଯୋହନଙ୍କୁ ତାଙ୍କ ସଙ୍ଗରେ ନେଲେ । (ଯୋହନ ନାମକ ଯୀଶୁଙ୍କ ଶିଷ୍ୟ ଓ ଯୀଶୁଙ୍କୁ ଡୁବନ ଦେଇଥିବା ଯୋହନ ଏକା ନୁହଁନ୍ତି ।) ସେମାନେ ନିଜେ ନିଜେ ପ୍ରାର୍ଥନା କରିବା ନିମନ୍ତେ ଏକ ଅତି ଉଚ୍ଚ ପର୍ବତକୁ ଗଲେ ।

OBS Image

ଯୀଶୁ ଯେତେବେଳେ ପ୍ରାର୍ଥନା କରୁଥିଲେ, ତାହାଙ୍କ ମୁଖ ସୂର୍ଯ୍ୟ ପରି ଉଜ୍ଜଳ ହେଲା ଏବଂ ତାହାଙ୍କ ବସ୍ତ୍ର ଆଲୋକ ପରି ଧଳା ହେଲା, ଯାହା ପୃଥିବୀରେ ଥିବା କୌଣସି ରଜକ (ଧୋବା) କରିପାରିବେ ନାହିଁ।

OBS Image

ତା’ପରେ ମୋଶା ଓ ଏଲୀୟ ଦେଖାଦେଲେ । ଏହି ଦୁଇଜଣ ବ୍ୟକ୍ତି ଏହି ଘଟନାର ଶହ ଶହ ବର୍ଷ ପୂର୍ବରୁ ଏହି ପୃଥିବୀରେ ଥିଲେ । ସେମାନେ ଯୀଶୁଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥିଲେ, ଯାହା ଯିରୁଶାଲମରେ ଅତିଶୀଘ୍ର ଘଟିଥିଲା ।

OBS Image

ଯେତେବେଳେ ମୋଶା ଓ ଏଲୀୟ ଯୀଶୁଙ୍କ ସହ କଥାବାର୍ତ୍ତା କରୁଥିଲେ, ପିତର ଯୀଶୁଙ୍କୁ କହିଲେ, “ଆମ୍ଭେମାନେ ଯେ ଏଠାରେ ଅଛୁ, ଏହା ଉତ୍ତମ । ଆମ୍ଭେମାନେ ତିନିଗୋଟି କୁଟୀର ନିର୍ମାଣ କରିବୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ ।” ପିତର କ’ଣ କହୁଥିଲେ ତାହା ସେ ଜାଣିଲେ ନାହିଁ ।

OBS Image

ଯେତେବେଳେ ପିତର କଥା କହୁଥିଲେ, ଏକ ଉଜ୍ଜଳ ମେଘ ତଳକୁ ଆସିଲା ଏବଂ ସେମାନଙ୍କୁ ତାହା ଆଚ୍ଛାଦିତ କଲା (ବା ଘୋଡାଇ ପକାଇଲା) ଏବଂ ମେଘରୁ ଏହି ବାଣୀ ଆସିଲା “ଏହି ଆମ୍ଭର ପ୍ରିୟ ପୁତ୍ର ଯାହାଙ୍କୁ ଆମ୍ଭେ ପ୍ରେମ କଲୁ । ତାହାଙ୍କଠାରେ ଆମ୍ଭର ସନ୍ତୋଷ । ତାହାଙ୍କ ବାକ୍ୟ ଶ୍ରବଣ କର ।” ସେହି ତିନି ଜଣ ଶିଷ୍ୟ ଭୟଭୀତ ହୋଇ ଭୂମିରେ ପଡିଯାଇଥିଲେ ।

OBS Image

ତା’ପରେ ଯୀଶୁ ସେମାନଙ୍କୁ ସ୍ବର୍ଶ୍ବ କରି (ଛୁଇଁ) କହିଲେ “ଭୟଭୀତ ହୁଅନାହିଁ । ଉଠ ।” ସେମାନେ ଯେତେବେଳେ ଚାରିପାଖକୁ ଦେଖିଲେ, ସେମାନେ କେବଳ ଯୀଶୁଙ୍କୁ ଦେଖିଲେ ।

OBS Image

ଯୀଶୁ ଓ ତାଙ୍କର ତିନିଜଣ ଶିଷ୍ୟ ପର୍ବତ ତଳକୁ ଓହ୍ଲାଇ ଆସିଲେ । ତା’ପରେ ଯୀଶୁ ସେମାନଙ୍କୁ କହିଲେ “ଏଠାରେ ଯାହା ଘଟିଲା ତାହା କାହାକୁ କୁହନାହିଁ । ମୁଁ ଶୀଘ୍ର ମୃତ୍ୟୁବରଣ କରିବି ଏବଂ ପୁନର୍ବାର ଜୀବିତ ହେବି । ତାହା ପରେ, ତୁମ୍ଭେମାନେ ଲୋକମାନଙ୍କୁ କହିବ ।”

ମାଥିଉ 17:1-9; ମାର୍କ 9:2-8; ଲୂକ 9:28-36