or_obs/content/31.md

4.6 KiB

31. ଯୀଶୁ ଜଳ ଉପରେ ଚାଲନ୍ତି

OBS Image

ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ନୌକାରେ ଚଢି ହ୍ରଦର ଆର ପାଖକୁ ଯିବା ପାଇଁ କହିଲେ ଯେତେବେଳେ କି ଜନତାକୁ ଛାଡିଗଲେ । ଯୀଶୁ ଜନତାକୁ ପଠାଇଦେଲା ପରେ, ସେ ପ୍ରାର୍ଥନା କରିବା ନିମନ୍ତେ ଏକ ପର୍ବତ ପାର୍ଶ୍ବକୁ ଗଲେ । ଯୀଶୁ ସେଠାରେ ଏକାକୀ ଥିଲେ, ଏବଂ ସେ ରାତି ପାହିବା ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ ।

OBS Image

ଇତିମଧ୍ୟରେ, ଶିଷ୍ୟମାନେ ସେମାନଙ୍କର ନୌକା ବାହୁଥିଲେ, କିନ୍ତୁ ଗଭୀର ରାତ୍ରିରେ ସେମାନେ ହ୍ରଦର ମଧ୍ୟ ଭାଗରେ ପହଞ୍ଚିସାରିଥିଲେ । ସେମାନେ କଷ୍ଟରେ ନୌକା ଚାଳନ କରୁଥିଲେ କାରଣ ପବନ ପ୍ରତିକୂଳ ଦିଗରେ ବୋହୁଥିଲା ।

OBS Image

ତା’ପରେ ଯୀଶୁ ପ୍ରାର୍ଥନା କରିବାର ସମାପ୍ତ କରି ଶିଷ୍ୟମାନଙ୍କ ନିକଟକୁ ଗଲେ । ସେ ହ୍ରଦର ଜଳ ଉପରେ ସେମାନଙ୍କ ନୌକା ଆଡକୁ ଚାଲିଚାଲି ଆସିଲେ !

OBS Image

ସେମାନେ ଯେତେବେଳେ ଯୀଶୁଙ୍କୁ ଦେଖିଲେ ସେତେବେଳେ ଶିଷ୍ୟମାନେ ଭୟଭୀତ ହୋଇଯାଇଥିଲେ, କାରଣ ସେମାନେ ଭୂତ ଦେଖୁଅଛନ୍ତି ବୋଲି ଭାବିଲେ । ଯୀଶୁ କହିଲେ ଯେ ସେମାନେ ଭୟଭୀତ ହୋଇଥିଲେ, ତେଣୁ ସେ ସେମାନଙ୍କୁ ଡାକି କହିଲେ “ଭୟ କରନାହିଁ । ମୁଁ ସେହି ଅଟେ!”

OBS Image

ତା’ପରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଯଦି ତାହା ଆପଣ, ତେବେ ଜଳ ଉପରେ ଚାଲି ଆସିବା ପାଇଁ ମୋତେ ଆଜ୍ଞା ଦିଅନ୍ତୁ ।” ଯୀଶୁ ପିତରଙ୍କୁ କହିଲେ “ଆସ!”

OBS Image

ତେଣୁ ପିତର ନୌକାରୁ ବାହାରି ଯୀଶୁଙ୍କ ନିକଟକୁ ଜଳ ଉପରେ ଚାଲିବା ଆରମ୍ଭ କଲେ ।. କିନ୍ତୁ କିଛି ଦୂର ଚାଲିବା ପରେ, ସେ ଯୀଶୁଙ୍କ ନିକଟରୁ ନିଜ ଆଖି ଫେରାଇ ନେଲେ ଓ ତରଙ୍ଗଗୁଡିକ ଉପରେ ଦେଖିବାକୁ ଲାଗିଲେ ଏବଂ ସେ ପ୍ରଚଣ୍ଡ ପବନ ବୋହିବାର ଅନୁଭବ କଲେ ।

OBS Image

ତେଣୁ ପିତର ଭୟଭୀତ ହେଲେ ଏବଂ ସମୁଦ୍ରରେ ବୁଡିବାକୁ ଲାଗିଲେ । ସେ ଚିତ୍କାର କରି କହିଉଠିଲେ “ଗୁରୁ,ମୋତେ ଉଦ୍ଧାର କର!” ଯୀଶୁ ଧାଇଁଯାଇ ତାଙ୍କୁ ଧରିପକାଇଲେ । ତା’ପରେ ସେ ପିତରଙ୍କୁ କହିଲେ “ହେ ଅଳ୍ପବିଶ୍ବାସୀ, ତୁମ୍ଭେ କାହିଁକି ସନ୍ଦେହ କଲ?”

OBS Image

ଯେତେବେଳେ ପିତର ଓ ଯୀଶୁ ନୌକା ମଧ୍ୟକୁ ଗଲେ, ସେତେବେଳେ ପବନ ସାଙ୍ଗେ ସାଙ୍ଗେ ବହିବା ବନ୍ଦ ହେଲା ଏବଂ ସବୁ ଧୀରସ୍ଥିର ହେଲା । ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଯୀଶୁଙ୍କର ଉପାସନା କରି ତାଙ୍କୁ କହିଲେ “ସତ୍ୟ, ତୁମ୍ଭେ ଈଶ୍ବରଙ୍କ ପୁତ୍ର ।”

14:22-33; ମାର୍କ 6:45-52; ଯୋହ୍ନ 6:16-21