or_obs/content/28.md

5.3 KiB

28. ଯୁବ ଧନୀ ଶାସକ

OBS Image

ଦିନେ, ଜଣେ ଯୁବ ଶାସକ ଯୀଶୁଙ୍କ ନିକଟକୁ ଆସି ପଚାରିଲେ “ସତ୍‍‍ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କ’ଣ କରିବି?” ଯୀଶୁ ତାହାଙ୍କୁ କହିଲେ “ମୋତେ କାହିଁକି ସତ୍‍ବୋଲି କହୁଅଛ?” ଜଣେ ମାତ୍ର ସତ୍‍ଅଟନ୍ତି ଓ ସେ ହେଉଛନ୍ତି ଈଶ୍ବର । କିନ୍ତୁ ତୁମ୍ଭେ ଯଦି ଅନନ୍ତ ଜୀବନ ପାଇବାକୁ ଚାହଁ ତେବେ ଈଶ୍ବରଙ୍କ ବ୍ୟବସ୍ଥାଗୁଡିକ ପାଳନ କର ।”

OBS Image

ସେ ପଚାରିଲେ “କେଉଁ କେଉଁ ଆଜ୍ଞାଗୁଡିକ ମୁଁ ପାଳନ କରିବାକୁ ହେବ?” ଯୀଶୁ ଉତ୍ତର ଦେଲେ “ନରହତ୍ୟା କରନାହିଁ । ବ୍ୟଭିଚାର କରନାହିଁ । ଚୋରି କରନାହିଁ । ମିଥ୍ୟା କୁହନାହିଁ । ତୁମ୍ଭ ପିତା ଓ ମାତାଙ୍କୁ ସମ୍ମାନ କର, ଏବଂ ତୁମ୍ଭ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।”

OBS Image

କିନ୍ତୁ ସେହି ଯୁବକ ତାହାଙ୍କୁ କହିଲେ “ମୁଁ ଏହି ସମସ୍ତ ବାଲ୍ୟକାଳରୁ ପାଳନ କରିଆସିଅଛି । ଅନନ୍ତ ଜୀବନ ପାଇବା ନିମନ୍ତେ ମୋତେ ଆଉ କ’ଣ କରିବାକୁ ହେବ?” ଯୀଶୁ ତାଙ୍କ ପ୍ରତି ଦୃଷ୍ଟି କରି ତାଙ୍କୁ ପ୍ରେମ କଲେ ।

OBS Image

ଯୀଶୁ ଉତ୍ତର ଦେଲେ “ଯଦି ତୁମ୍ଭେ ସିଦ୍ଧ ହେବାକୁ ଚାହଁ, ତେବେ ତୁମ୍ଭର ସମସ୍ତ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଏବଂ ତୁମ୍ଭେ ସ୍ବର୍ଗରେ ଧନ ପାଇବ । ତା’ପରେ ଆସି ମୋର ଅନୁଗମନ କର ।”

OBS Image

ଯୀଶୁ କହିଥିବା ବିଷୟକୁ ଯୁବକ ଯେତେବେଳେ ଶୁଣିଲେ ସେତେବେଳେ ସେ ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତି ଧନୀ ବ୍ୟକ୍ତି ଥିଲେ ଏବଂ ତାଙ୍କ ନିକଟରେ ଥିବା ସମସ୍ତ ପରିତ୍ୟାଗ କରିବାକୁ ଚାହିଁଲେ ନାହିଁ । ସେ ମୁଖ ଫେରାଇ ଯୀଶୁଙ୍କ ନିକଟରୁ ଚାଲିଗଲା ।

OBS Image

ତା’ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ “ଧନୀ ଲୋକର ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା କଷ୍ଟକର ଅଟେ! ହଁ, ଧନୀ ଲୋକର ସ୍ବର୍ଗରେ ପ୍ରବେଶ କରିବା ଅପେକ୍ଷା ସୂଚୀ (ଛୁଞ୍ଚି)ର ଛିଦ୍ର (କଣା) ଦେଇ ଓଟର ପ୍ରବେଶ କରିବା ସହଜ ।”

OBS Image

ଯୀଶୁ କହିଥିବା ବିଷୟକୁ ଯେତେବେଳେ ଶିଷ୍ୟମାନେ ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ତେବେ କିଏ ଉଦ୍ଧାର (ପରିତ୍ରାଣ) ପାଇପାରିବ?”

OBS Image

ଯୀଶୁ ଶିଷ୍ୟମାନଙ୍କ ପ୍ରତି ଚାହିଁ କହିଲେ “ମନୁଷ୍ୟ ଦୃଷ୍ଟିରେ ଏହା ଅସମ୍ଭବ, କିନ୍ତୁ ଈଶ୍ବରଙ୍କ ଦୃଷ୍ଟିରେ ସମସ୍ତ ବିଷୟ ସମ୍ଭବ ଅଟେ ।”

OBS Image

ପିତର ଯୀଶୁଙ୍କୁ କହିଲେ “ଆମେ ସମସ୍ତ ବିଷୟ ପରିତ୍ୟାଗ କରି ତୁମ୍ଭର ଅନୁଗମନ କରିଅଛୁ । ଆମେ କ’ଣ ପାଇବା?”

OBS Image

ଯୀଶୁ ଉତ୍ତର ଦେଲେ “ଯେକୌଣସି ଲୋକ ମୋ ନିମନ୍ତେ ଗୃହ, ଭ୍ରାତା, ଭଗ୍ନୀ, ପିତା, ମାତା, ସନ୍ତାନସନ୍ତତି ଓ ସମ୍ପତ୍ତି ପରିତ୍ୟାଗ କରେ ଓ ତାହାର 100 ଗୁଣ ଏହି ଜଗତରେ ଏବଂ ଅନନ୍ତ ଜୀବନ ପାଇବ । କିନ୍ତୁ ପ୍ରଥମରେ ଥିବା ଅନେକେ ଶେଷରେ ରହିବେ, ଏବଂ ଶେଷରେ ଥିବା ଅନେକେ ପ୍ରଥମ ହେବେ ।“

ମାଥିଉ 19:16-30; ମାର୍କ 10:17-31; ଲୂକ 18:18-30