or_obs/content/22.md

6.5 KiB

22. ଯୋହନଙ୍କ ଜନ୍ମ

OBS Image

ପୂର୍ବେ, ଈଶ୍ବର ତାହାଙ୍କ ଲୋକମାନଙ୍କୁ ତାହାଙ୍କ ଦୂତଗଣ ଏବଂ ଭାବବାଦୀମାନଙ୍କ ଦ୍ବାରା କଥା କହିଅଛନ୍ତି । କିନ୍ତୁ 400 ବର୍ଷ ବିତିଗଲା ଯେତେବେଳେ କି ସେ ସେମାନଙ୍କୁ କଥା କହିଲେ ନାହିଁ । ହଠାତ୍‍ଜଣେ ଦୂତ ଈଶ୍ବରଙ୍କଠାରୁ ଏକ ବାର୍ତ୍ତା ନେଇ ଜିଖରିୟ ନାମକ ଏକ ବୃଦ୍ଧଙ୍କ ନିକଟକୁ ଆସିଥିଲେ । ଜିଖରିୟ ଓ ତାଙ୍କ ସ୍ତ୍ରୀ ଇଲିଶାବେଥ ଈଶ୍ବର ପରାୟଣ ଲୋକ ଥିଲେ, କିନ୍ତୁ ସେ ସନ୍ତାନ ଧାରଣ କରିବା ନିମନ୍ତେ ଅକ୍ଷମ ଥିଲେ ।

OBS Image

ଦୂତ ଜିଖରିୟଙ୍କୁ କହିଲେ “ତୁମ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବ । ତୁମେ ତାହାଙ୍କୁ ଯୋହନ ବୋଲି ନାମ ଦେବ । ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବେ ଏବଂ ମଶୀହଙ୍କ ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କରିବେ । ଜିଖରିୟ ଉତ୍ତର ଦେଲେ “ମୁଁ ଓ ମୋ ସ୍ତ୍ରୀ ଏତେ ବୃଦ୍ଧ ଅଟୁ ଯେ ସନ୍ତାନ ଜନ୍ମ କରିବା ନିମନ୍ତେ ଆମେ ଅକ୍ଷମ ଅଟୁ! ଏହା ଘଟିବ ବୋଲି ମୁଁ କିପରି ଜାଣିବି?”

OBS Image

ଦୂତ ଜିଖରିୟଙ୍କୁ ଉତ୍ତର ଦେଲେ “ଏହି ଶୁଭସମ୍ବାଦ ତୁମକୁ ଦେବା ନିମନ୍ତେ ମୋତେ ଈଶ୍ବର ପଠାଇ ଅଛନ୍ତି । ଯେହେତୁ ତୁମେ ମୋ ଠାରେ ବିଶ୍ବାସ କଲ ନାହିଁ ତେଣୁ ସନ୍ତାନ ଜନ୍ମ ନ ହେବା ପର୍ଯ୍ୟନ୍ତ ତୁମେ କଥା କହିବାକୁ ଅକ୍ଷମ ହେବ ।” ତତ୍‍‍କ୍ଷଣାତ୍‍ଜିଖରିୟ କଥା କହିବାକୁ ଅକ୍ଷମ ହେଲେ । ତା’ପରେ ସେହି ଦୂତ ତାଙ୍କୁ ଛାଡି ଚାଲିଗଲେ । ଏହାପରେ, ଜିଖରିୟ ଗୃହକୁ ଫେରିଗଲେ ଏବଂ ତାଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ।

OBS Image

ଇଲିଶାବେଥ ଯେତେବେଳେ ଛ’ ମାସର ଗର୍ଭବତୀ ଥିଲେ, ସେହି ଦୂତ ଇଲୀଶାବେଥଙ୍କ ସମ୍ପର୍କୀୟାଙ୍କୁ ଦେଖାଦେଲେ, ଯାହାଙ୍କ ନାମ ମରିୟମ ଥିଲା । ସେ ଜଣେ କୁମାରୀ ଥିଲେ ଓ ଯୋଷେଫ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ନିମନ୍ତେ ନିର୍ବନ୍ଧ କରାଯାଇଥିଲେ । ଦୂତ କହିଲେ “ତୁମ୍ଭେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ । ତୁମ୍ଭେ ତାଙ୍କୁ ଯୀଶୁ ବୋଲି ନାମ ଦେବ । ସେ ସର୍ବୋପରିସ୍ଥ ଈଶ୍ବରଙ୍କ ପୁତ୍ର ହେବେ ଓ ଚିରକାଳ ରାଜତ୍ବ କରିବେ ।”

OBS Image

ମରିୟମ ଉତ୍ତର ଦେଇ କହିଲେ “ଏହା କିପରି ସମ୍ଭବ, ଯେହେତୁ ମୁଁ ଜଣେ କୁମାରୀ ଅର୍ଥାତ୍‍ପୁରୁଷକୁ ଜାଣେ ନାହିଁ?” ଦୂତ ବୁଝାଇ କହିଲେ “ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ, ଏବଂ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ । ତେଣୁ ସେହି ଶିଶୁ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ହେବେ ।” ଦୂତ ତାହାଙ୍କୁ ଯାହା କହିଥିଲେ ମରିୟମ ତାହା ବିଶ୍ବାସ କରି ଗ୍ରହଣ କଲେ ।

OBS Image

ଦୂତ ମରିୟମଙ୍କୁ କହିସାରିଲା ପରେ, ସେ ଯାଇ ଇଲିଶାବେଥଙ୍କୁ ଦର୍ଶନ କଲେ । ଇଲିଶାବେଥ ମରିୟମଙ୍କ ନମସ୍କାର (ବା ସମ୍ଭାଷଣ) ଶୁଣିବା ମାତ୍ରେ ଇଲୀଶାବେଥଙ୍କ ଗର୍ଭରେ ଥିବା ସନ୍ତାନ ନାଚି ଉଠିଲା । ସେହି ଦୁଇଜଣ ନାରୀଙ୍କ ପ୍ରତି ଈଶ୍ବର ଯାହା କରିଥିଲେ ସେ ବିଷୟକୁ ଭାବି ସେମାନେ ଏକାଠି ଆନନ୍ଦ କଲେ । ମରିୟମ ଇଲିଶାବେଥଙ୍କୁ ସାକ୍ଷାତ୍‍କରି ତିନିମାସ ପରେ ମରିୟମ ଗୃହକୁ ଫେରିଗଲେ ।

OBS Image

ଇଲିଶାବେଥ ତାଙ୍କ ଶିଶୁକୁ ଜନ୍ମ ଦେଇସାରିଲା ପରେ, ଜିଖରିୟ ଓ ଇଲିଶାବେଥ ଦୂତ ଆଦେଶ ଦେଇଥିବା ଅନୁଯାୟୀ ସେହି ଶିଶୁକୁ ଯୋହନ ବୋଲି ନାମ ଦେଲେ । ତା’ପରେ ଈଶ୍ବର ଜିଖରିୟଙ୍କୁ କଥା କହିବା ନିମନ୍ତେ ପୁନର୍ବାର ସକ୍ଷମ କରାଇଲେ । ଜିଖରିୟ କହିଲେ “ଈଶ୍ବରଙ୍କ ପ୍ରଶଂସା ହେଉ, କାରଣ ସେ ଆପଣା ଲୋକମାନଙ୍କୁ ସ୍ମରଣ କରିଅଛନ୍ତି!” ମୋ ପୁତ୍ର, ତୁମ୍ଭକୁ ସର୍ବୋପରିସ୍ଥ ଈଶ୍ବରଙ୍କର ଭାବବାଦୀ ବୋଲି ଡକାଯିବ ଯିଏ କିପରି ଲୋକମାନଙ୍କର ପାପକ୍ଷମା କରିବେ ତାହା ଗ୍ରହଣ କରିବେ ।

ଲୂକ 1