or_obs/content/16.md

17 KiB

16. ଉଦ୍ଧାରକର୍ତ୍ତାଗଣ

OBS Image

ଯିହୋଶୂୟ ମୃତ୍ୟୁଭୋଗ କଲା ପରେ ଇଶ୍ରାୟେଲୀୟମାନେ ଈଶ୍ବରଙ୍କର ଅନାଜ୍ଞାବହ ହେଲେ ଏବଂ ସେମାନେ ଅବଶିଷ୍ଟାଂଶ କିଣାନୀୟଙ୍କୁ ବିତାଡିତ କରିପାରିଲେ ନାହିଁ କିମ୍ବା ଈଶ୍ବରଙ୍କ ବ୍ୟବସ୍ଥାସକଳ ପାଳନ କଲେନାହିଁ । ଇଶ୍ରାୟେଲୀୟମାନେ ସତ୍ୟ ଈଶ୍ବର ଯିହୋବାଙ୍କର ଉପାସନା କରିବା ପରିବର୍ତ୍ତେ କିଣାନୀୟମାନଙ୍କ ଦେବତାମାନଙ୍କର ଉପାସନା କରିବାକୁ ଲାଗିଲେ । ଇଶ୍ରାୟେଲୀୟମାନଙ୍କର କୌଣସି ରାଜା ନ ଥିଲେ, ତେଣୁ ପ୍ରତ୍ୟେକ ଜଣ ତାଙ୍କ ଦୃଷ୍ଟିରେ ଯାହା ଉତ୍ତମ ଦେଖାଗଲା ସେମାନେ ତାହା କଲେ ।

OBS Image

ଯେହେତୁ ଇଶ୍ରାୟେଲୀୟମାନେ ଈଶ୍ବରଙ୍କର ଅନାଜ୍ଞାବହ ହୋଇ ଚାଲିଲେ, ତେଣୁ ଈଶ୍ବର ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ପରାଜୟ କରାଇ ଈଶ୍ବର ସେମାନଙ୍କୁ ଦଣ୍ଡ ଦେଲେ । ଏହି ଶତ୍ରୁମାନେ ଇଶ୍ରାୟେଲୀୟମାନଙ୍କୁ ଅନେକ ବିଷୟ ଚୋରି କଲେ, ସେମାନଙ୍କର ସମ୍ପତ୍ତି ବିନାଶ କଲେ, ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ । ଅନେକ ବର୍ଷ ଈଶ୍ବରଙ୍କର ଅନାଜ୍ଞାବହ ହୋଇ ଓ ସେମାନଙ୍କର ଶତ୍ରୁଗଣଠାରୁ ଉତ୍ପୀଡିତ ହୋଇ ଇଶ୍ରାୟେଲୀୟମାନେ ଅନୁତାପ କଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କଲେ ।

OBS Image

ତା’ପରେ ଈଶ୍ବର ସେମାନଙ୍କୁ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଯୋଗାଇଲେ ଯିଏ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣଠାରୁ ଉଦ୍ଧାରକଲେ ଏବଂ ଦେଶରେ ଶାନ୍ତି ଆଣିଲେ । କିନ୍ତୁ ତାହା ପରେ ଲୋକମାନେ ଈଶ୍ବରଙ୍କ ବିଷୟରେ ଭୁଲିଗଲେ ଏବଂ ପୁନର୍ବାର ପ୍ରତିମାପୂଜା କରିବାର ଆରମ୍ଭ କଲେ । ତେଣୁ ଈଶ୍ବର ନିକଟସ୍ଥ ଏକ ଲୋକଦଳ ମିଦିୟୋନୀୟମାନଙ୍କ ଦ୍ବାର ସେମାନଙ୍କୁ ପରାସ୍ତ ହେବାକୁ ଦେଲେ ।

OBS Image

ମିଦିୟୋନୀୟମାନେ ସାତବର୍ଷ ପର୍ଯ୍ୟନ୍ତ ଇଶ୍ରାୟେଲୀୟମାନଙ୍କ ଫସଲ ନେଲେ । ଇଶ୍ରାୟେଲୀୟମାନେ ଅତି ଭୟଭୀତ ଥିଲେ; ମିଦିୟୋନୀୟମାନେ ଯେପରି ସେମାନଙ୍କୁ ଦେଖିପାରିବେ ନାହିଁ ସେଥିପାଇଁ ସେମାନେ ଗୁମ୍ଫାଗୁଡିକରେ ଲୁଚିଲେ । ପରିଶେଷରେ, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେମାନେ ଈଶ୍ବରଙ୍କ ନିକଟରେ ଡାକ ପକାଇଲେ ।

OBS Image

ଦିନେ, ଗିଦିୟୋନ ନାମକ ଜଣେ ଇଶ୍ରାଏଲ ଗୁପ୍ତରେ ଶଷ୍ୟ ମଳୁଥିଲେ ଯେପରିକି ମିଦିୟୋନୀୟମାନେ ତାହା ନେଇନଯାଆନ୍ତି । ଯିହୋବାଙ୍କର ଦୂତ ଗିଦିୟୋନଙ୍କ ନିକଟକୁ ଆସି କହିଲେ “ବଳିଷ୍ଠ ଯୋଦ୍ଧା, ଈଶ୍ବର ତୁମ୍ଭ ସହିତ ଅଛନ୍ତି । ଯାଇ ଇଶ୍ରାୟେଲକୁ ମିଦିୟୋନୀୟମାନଙ୍କଠାରୁ ରକ୍ଷା କର ।”

OBS Image

ଏକ ପ୍ରତିମାକୁ ଉତ୍ସର୍ଗୀକୃତ ଯଜ୍ଞବେଦୀ ଗିଦିୟୋନଙ୍କ ପିତାଙ୍କଠାରେ ଥିଲା । ସେହି ଯଜ୍ଞବେଦୀ ଖଣ୍ଡ ଖଣ୍ଡ କରିବାକୁ ଈଶ୍ବର ଗିଦିୟୋନଙ୍କୁ କହିଲେ । କିନ୍ତୁ ଲୋକମାନଙ୍କୁ ଭୟ କଲେ, ତେଣୁ ସେ ରାତ୍ରି ହେବାଯାଏ ଅପେକ୍ଷା କଲେ । ତେଣୁ ସେ ସେହି ଯଜ୍ଞବେଦୀକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ଚୂର୍ଣ୍ଣ କରିଦେଲେ । ପ୍ରତିମା ନିକଟରେ ଯେଉଁ ଯଜ୍ଞବେଦୀ ଥିଲା ସେହି ଯଜ୍ଞବେଦୀ ନିକଟରେ ସେ ଈଶ୍ବରଙ୍କ ନିମନ୍ତେ ଏକ ନୂତନ ଯଜ୍ଞବେଦୀ କଲେ ।

OBS Image

ପରଦିନ ସକାଳେ ଲୋକମାନେ ଦେଖିଲେ ଯେ କେହିଜଣେ ସେହି ଯଜ୍ଞବେଦୀ ଚିରି ଓ ଭାଙ୍ଗି ବିନଷ୍ଟ କରିପକାଇ ଅଛନ୍ତି, ଏବଂ ସେମାନେ ଅତି କ୍ରୋଧ କଲେ । ସେମାନେ ଗିଦିୟୋନଙ୍କୁ ହତ୍ୟା କରିବା ନିମନ୍ତେ ତାଙ୍କ ଗୃହକୁ ଗଲେ, କିନ୍ତୁ ଗିଦିୟୋନଙ୍କ ପିତା କହିଲେ “ତୁମ୍ଭେମାନେ କାହିଁକି ତୁମ ଦେବତାକୁ ସାହାଯ୍ୟ କରିବାକୁ ଚାହୁଁଅଛ? ଯଦି ସେ ଜଣେ ଈଶ୍ବର, ତେବେ ସେ ନିଜକୁ ରକ୍ଷା କରନ୍ତୁ!” ସେ ଏହି କଥା କହିବାରୁ ଲୋକମାନେ ଗିଦିୟୋନଙ୍କୁ ହତ୍ୟା କଲେନାହିଁ ।

OBS Image

ତା’ପରେ ମିଦିୟୋନୀୟମାନେ ଇଶ୍ରାୟେଲୀୟମାନଙ୍କଠାରୁ ଚୋରି କରିବା ନିମନ୍ତେ ପୁନର୍ବାର ଆସିଲେ । ସେମାସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଗିଦିୟୋନ ଇଶ୍ରାୟେଲୀୟମାନଙ୍କୁ ଏକାଠି କଲେ । ଈଶ୍ବର ଯେ ଇଶ୍ରାୟେଲକୁ ଉଦ୍ଧାର କରିବାରେ ତାଙ୍କୁ ବ୍ୟବହାର କରିବାକୁ ଚାହାନ୍ତି ଏ ବିଷୟରେ ନିଶ୍ଚିତ ହେବା ନିମନ୍ତେ ଗିଦିୟୋନ ଈଶ୍ବରଙ୍କଠାରୁ ଦୁଇଗୋଟି ଚିହ୍ନ ମାଗିଲେ ।

OBS Image

ପ୍ରଥମ ଚିହ୍ନ ସ୍ବରୂପେ, ଗିଦିୟୋନ ଭୂମିରେ ଏକ ଲୁଗା ବିଛାଇ ଈଶ୍ବରଙ୍କୁ ଭୂମି ଉପରେ କାକର ନ ପକାଇ କେବଳ ସେହି ଲୁଗା ଉପରେ ହିଁ କାକର ପକାଇବାକୁ କହିଲେ । ଈଶ୍ବର ତାହା କଲେ । ପର ରାତ୍ରିରେ, ସେ ଈଶ୍ବରଙ୍କୁ ତାହାର ବିପରୀତ କହିଲେ ଅର୍ଥାତ୍‍କାକର ଲୁଗା ଉପରେ ନ ପଡି କେବଳ ଭୂମି ଉପରେ ପଡୁ । ଈଶ୍ବର ତାହା ମଧ୍ୟ କରି ଦେଖାଇଲେ । ଏହି ଦୁଇଗୋଟି ଚିହ୍ନ ଗିଦିୟୋନଙ୍କୁ ନିଶ୍ଚିତ କରାଇଲା ଯେ ଇଶ୍ରାୟେଲୀୟମାନଙ୍କୁ ମିଦିୟୋନୀୟମାନଙ୍କଠାରୁ ଉଦ୍ଧାର କରିବା ନିମନ୍ତେ ଈଶ୍ବର ତାହାଙ୍କୁ ବ୍ୟବହାର କରିବାକୁ ଚାହାନ୍ତି ।

OBS Image

32,000 ଇଶ୍ରାୟେଲୀୟ ସୈନ୍ୟ ଗିଦିୟୋନଙ୍କ ନିକଟକୁ ଆସିଲେ, କିନ୍ତୁ ଈଶ୍ବର କହିଲେ ଯେ ଏହା ଅତି ଅଧିକ ଅଟେ । ତେଣୁ ଯେଉଁମାନେ ଯୁଦ୍ଧ କରିବାକୁ ଭୟାଳୁ ଥିଲେ ଏପରି 22,000 ଲୋକଙ୍କୁ (ସୈନ୍ୟଙ୍କୁ) ସେ ଗୃହକୁ ପଠାଇଦେଲେ । ଈଶ୍ବର ଗିଦିୟୋନଙ୍କୁ କହିଲେ ଯେ ଏହି ସଂଖ୍ୟା ମଧ୍ୟ ଅତି ଅଧିକ ଅଟେ । ତେଣୁ ଗିଦିୟୋନ 300 ଜଣ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ପଠାଇଦେଲେ ।

OBS Image

ସେହି ରାତ୍ରିରେ ଈଶ୍ବର ଗିଦିୟୋନଙ୍କୁ କହିଲେ “ମିଦିୟୋନୀୟ ଛାଉଣୀକୁ ଯାଅ ଯେଉଁଠି ସେମାନେ କଥା ହେଉଥିବା ବିଷୟକୁ ତୁମେ ଶୁଣିପାରିବ, ତୁମେ ଆଉ ଭୟଭୀତ ହେବନାହିଁ ।” ତେଣୁ ସେହି ରାତ୍ରିରେ, ଗିଦିୟୋନ ସେହି ଛାଉଣୀକୁ ଗଲେ ଏବଂ ଜଣେ ମିଦିୟୋନୀୟ ସୈନ୍ୟ ଦେଖିଥିବା ସ୍ବପ୍ନ ବିଷୟରେ ତାହାର ବନ୍ଧୁକୁ କହୁ ସେହି ଲୋକର ବନ୍ଧୁ କହିଲେ “ଏହି ସ୍ବପ୍ନର ଅର୍ଥ ହେଉଛି ଗିଦିୟୋନଙ୍କର ସୈନ୍ୟ ମିଦିୟୋନୀୟ ସୈନ୍ୟମାନଙ୍କୁ ପରାସ୍ତ କରିବେ!” ଗିଦିୟୋନ ଯେତେବେଳେ ଏହା ଶୁଣିଲେ, ସେ ଈଶ୍ବରଙ୍କର ଉପାସନା କଲେ ।

OBS Image

ସେତେବେଳେ ଗିଦିୟୋନ ତାଙ୍କ ସୈନ୍ୟଗଣ ନିକଟକୁ ଫେରିଯାଇ ସେମାନଙ୍କୁ ଏକ ଏକ ତୂରୀ, ଏକ ଏକ ମାଟି ପାତ୍ର ଓ ଏକ ଏକ ମଶାଲ ଦେଲେ । ମିଦିୟୋନୀୟ ସୈନ୍ୟମାନେ ଯେଉଁଠି ଶୋଇଥିଲେ ସେମାନେ ସେହି ଛାଉଣୀର ଚାରିପଟ ଘେରିଲେ । ଗିଦିୟୋନଙ୍କ 300 ସୈନ୍ୟ ଯେଉଁ ମାଟିପାତ୍ରଗୁଡିକ ଧରିଥିଲେ ସେଥିରେ ସେମାନଙ୍କର ମଶାଲ ଘୋଡାଇ ରଖିଲେ ଯେଉଁଥିପାଇଁ ମିଦିୟୋନୀୟ ସୈନ୍ୟମାନେ ସେହି ଆଲୋକକୁ ଦେଖିପାରିଲେ ନାହିଁ ।

OBS Image

ତା’ପରେ, ଗିଦିୟୋନଙ୍କ ସମସ୍ତ ସୈନ୍ୟ ଏକା ସମୟରେ ସେମାନଙ୍କର ମାଟିପାତ୍ରଗୁଡିକ ଭାଙ୍ଗିଲେ, ଯଦ୍ଦ୍ବାରା ହଠାତ୍‍ସେମାନଙ୍କ ପାତ୍ରରେ ଥିବା ସମସ୍ତ ମଶାଲ ଦେଖାଗଲା । ସେମାନେ ଧରିଥିବା ତୂରୀ ବଜାଇ ଉଚ୍ଚ ସ୍ବରରେ କହିଲେ “ଯିହୋବା ଗିଦିୟୋନଙ୍କ ନିମନ୍ତେ ଏକ ଖଡ୍ଗ!”

OBS Image

ଈଶ୍ବର ମିଦିୟୋନୀୟମାନଙ୍କୁ ଦ୍ବନ୍ଦରେ ପକାଇଦେଲେ, ଯଦ୍ଦ୍ବାରା ସେମାନେ ପରସ୍ପର ଆକ୍ରମଣ କରି ପରସ୍ପରକୁ ହତ୍ୟା କଲେ । ସାଙ୍ଗେ ସାଙ୍ଗେ, ଅବଶିଷ୍ଟାଂଶ ଇଶ୍ରାୟେଲୀୟମାନଙ୍କୁ ସେମାନଙ୍କ ଗୃହରୁ ଡକାଯାଇ ମିଦିୟୋନୀୟମାନଙ୍କୁ ଗୋଡାଇବାରେ ସାହାଯ୍ୟ କରିବା ନିମନ୍ତେ କୁହାଗଲା । ସେମାନେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ ଏବଂ ସେମାନଙ୍କୁ ଅନେକଙ୍କୁ ଇଶ୍ରାୟେଲ ଦେଶର ବାହାରକୁ ଘଉଡାଇ ନେଲେ । ସେହି ଦିନ 1,20,000 ମିଦିୟୋନୀୟ ମଲେ । ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ଉଦ୍ଧାର କରିଥିଲେ ।

OBS Image

ଲୋକମାନେ ଗିଦିୟୋନଙ୍କୁ ସେମାନଙ୍କ ରାଜା କରିବାକୁ ଚାହିଁଲେ । ଲୋକମାନେ ସେପରି କରିବାକୁ ଗିଦିୟୋନ ଅନୁମତି ଦେଲେନାହିଁ, କିନ୍ତୁ ମିଦିୟୋନୀୟମାନଙ୍କଠାରୁ ସେମାନେ ଯେଉଁକିଛି ସୁବର୍ଣ୍ଣ ମୁଦ୍ରିକା ନେଇଥିଲେ ସେଗୁଡିକ ମାଗିଲେ । ଲୋକମାନେ ଗିଦିୟୋନଙ୍କୁ ପ୍ରଚୁର ପରିମାଣର ସୁବର୍ଣ୍ଣ ଦେଲେ ।

OBS Image

ତା’ପରେ ମହାଯାଜକ ପରିଧାନ କରୁଥିବା ପୋଷାକ ପରି ଏକ ବିଶେଷ ଧରଣର ବସ୍ତ୍ର ଗିଦିୟୋନ ସେହି ସୁବର୍ଣ୍ଣରେ ପ୍ରସ୍ତୁତ କଲେ । କିନ୍ତୁ ଏହାକୁ ଏକ ପ୍ରତିମା ଭାବରେ ଲୋକମାନେ ପୂଜା କରିବାକୁ ଲାଗିଲେ । ତେଣୁ ଇଶ୍ରାୟେଲ ପ୍ରତିମା ପୂଜା କରୁଥିବାରୁ ଈଶ୍ବର ପୁନର୍ବାର ସେମାନଙ୍କୁ ଦଣ୍ଡ ଦେଲେ । ସେମାନଙ୍କୁ ପରାସ୍ତ କରିବା ନିମନ୍ତେ ଈଶ୍ବର ସେମାନଙ୍କୁ ଅନୁମତି ଦେଲେ । ସେମାନେ ପରିଶେଷରେ ପୁନର୍ବାର ଈଶ୍ବରଙ୍କ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ବର ସେମାନଙ୍କ ନିମନ୍ତେ ଆଉ ଜଣେ ଉଦ୍ଧାରକର୍ତ୍ତାଙ୍କୁ ପ୍ରେରଣ କଲେ ।

OBS Image

ଏହି ନମୁନା ଅନେକ ଥର ପୁନରାବୃତ୍ତି ହୋଇଛି: ଇଶ୍ରାୟେଲୀୟମାନେ ପାପ କଲେ ଈଶ୍ବର ସେମାନଙ୍କୁ ଦଣ୍ଡ ଦେଉଥିଲେ, ତା’ପରେ ସେମାନେ ଅନୁତାପ କରୁଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ବର ଜଣେ ଉଦ୍ଧାରକର୍ତ୍ତାଙ୍କୁ ପ୍ରେରଣ କରୁଥିଲେ । ଅନେକ ବର୍ଷ ଧରି ଈଶ୍ବର ଅନେକ ଉଦ୍ଧାରକର୍ତ୍ତାଙ୍କୁ ଇଶ୍ରାୟେଲୀୟମାନଙ୍କ ନିକଟକୁ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣଠାରୁ ରକ୍ଷା କରୁଥିଲେ ।

OBS Image

ପରିଶେଷରେ, ସମସ୍ତ ଦେଶରେ ଯେପରି ରାଜା ଥିଲେ ଠିକ୍‍ସେହିଭଳି ରାଜା ନିଯୁକ୍ତ କରିବା ନିମନ୍ତେ ଲୋକମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ । ସେମାନେ ଏପରି ଜଣେ ରାଜାଙ୍କୁ ଚାହିଁଲେ ଯିଏ ସୁଉଚ୍ଚ, ବଳିଷ୍ଠ ଓ ଯିଏ ସେମାନଙ୍କୁ ଯୁଦ୍ଧ ନିମନ୍ତେ ପଥ କଢାଇ ନେବେ । ଈଶ୍ବର ଏହି ଅନୁରୋଧକୁ ପସନ୍ଦ କଲେନାହିଁ, କିନ୍ତୁ ସେମାନେ ଯେପରି ଚାହିଁଥିଲେ ସେହିପରି ଭାବରେ ଏକ ରାଜା ଦେଲେ ।

ବିଚାରକର୍ତ୍ତା 1-3; 6-8