or_obs/content/05.md

7.6 KiB

5. ପ୍ରତିଜ୍ଞାତ ପୁତ୍ର

OBS Image

କିଣାନକୁ ଆସି ୧୦ ବର୍ଷ ବିତି ଯିବା ପରେ ମଧ୍ୟ ଆବ୍ରାମ ଓ ଶରୀଙ୍କର ସନ୍ତାନ ଜନ୍ମ ହୋଇ ନ ଥିଲା। ତେଣୁ ସାରି ଆବ୍ରାମଙ୍କୁ କହିଲେ , “ ପରମେଶ୍ଵର ମତେ ଛୁଆ ଦେବାକୁ ନିବାରଣ କରିଥିବା କାରଣରୁ, ଏଠାରେ ହାଗର ଅଛନ୍ତି ଦେଖନ୍ତୁ । ତେଣୁ ତାଙ୍କ ସହିତ ବିବାହ କରନ୍ତୁ । ସେ ମୋ ନିମନ୍ତେ ଛୁଆ ଜନ୍ମ କରିବେ ।

OBS Image

ତେଣୁ ଆବ୍ରାମ ହାଗରଙ୍କୁ ବିବାହ କରିଲେ । ହାଗରଙ୍କର ଏକ ପୁତ୍ର ସନ୍ତାନ ହେଲା ଓ ତାଙ୍କୁ ଇସମାଏଲ ନାମ ଦେଲେ । କିନ୍ତୁ ସାରି ହାଗରଙ୍କ ପ୍ରତି ଈର୍ଷା କରିଲେ । ଯେତେବେଳେ ଇସମାଏଲଙ୍କୁ ୧୩ ବର୍ଷ ହେଲା ପୁନର୍ବାର ପରମେଶ୍ଵର ଆବ୍ରାମଙ୍କୁ କହିଲେ

OBS Image

ପରମେଶ୍ଵର କହିଲେ, “ ମୁଁ ସର୍ବ ଶକ୍ତିମାନ ଇଶ୍ଵର ଅଟେ । “ ତୁମ ସହିତ ମୁଁ ଏକ ନିୟମ ସ୍ଥିର କରିବି । ତେବେ ଆବ୍ରାମ ଭୂମିଷ୍ଠ ପ୍ରଣାମ କରିଲେ । ପରମେଶ୍ଵର ମଧ୍ୟ ଆବ୍ରାମଙ୍କୁ କହିଲେ, “ତୁମେ ଅନେକ ଦେଶର ପିତା ହେବ । “ ମୁଁ ତୁମକୁ ଓ ତୁମବଂଶଧରଙ୍କୁ କିଣାନ ଦେଶ ଦେବି, ସେମାନେ ଏଥିରେ ବାସ କରିବେ । ମୁଁ ଚିରଦିନ ପାଇଁ ସେମାଙ୍କର ଇଶ୍ଵର ରହିବି । ତୁମ ପରିବାରର ପ୍ରତ୍ୟେକ ସନ୍ତାନମାନଙ୍କୁ ସୁନ୍ନତ କରିବ ।

OBS Image

ତୁମର ଭାର୍ଯ୍ୟା ଶାରୀଙ୍କର ଏକ ପୁତ୍ର ହେବ, “ସେ ପ୍ରତିଜ୍ଞାତ ପୁତ୍ର ହେବେ । “ ତା’ଙ୍କ ନାମ ଇସାହାକ୍ ରଖିବ । ତାଙ୍କ ସହିତ ମୁଁ ନିୟମ ସ୍ଥାପନ କରିବି ଓ ସେ ଏକ ମହାନ ଦେଶ ହେବେ । ମୁଁ ଇସମାଏଲଙ୍କୁ ମଧ୍ୟ ଏକ ମହାନ ଦେଶ କରିବି, କିନ୍ତୁ ମୋର ପ୍ରତିଜ୍ଞା ଇସାହାକଙ୍କ ସହିତ ରହିବ । ତା’ପରେ ପରମେଶ୍ଵର ଆବ୍ରାମଙ୍କ ନାମକୁ ଆବ୍ରାହାମ ନାମରେ ବଦଳାଇଦେଲେ । ପରମେଶ୍ଵର ସାରିଙ୍କ ନାମକୁ ମଧ୍ୟ ସାରିରୁ ସାରା ନାମରେ ବଦଳାଇ ଦେଲେ ।

OBS Image

ସେହିଦିନରେ ଅବ୍ରାହାମ ତାଙ୍କ ପରିବାରର ପୁସନ୍ତାନଙ୍କୁ ସୁନ୍ନତ କରିଲେ । ଗୋଟିଏ ବେଶ ବିତିବା ମଧ୍ୟରେ ଅବ୍ରାହାମ ଯେତେବେଳେ ୧୦୦ ବର୍ଷ ହେଲେ ଓ ସାରାଙ୍କର ୯୦ ବର୍ଷ ହେଲା, ସାରା ଏକ ପୁତ୍ରଙ୍କୁ ଜନ୍ମ ଦେଲେ । ପରମେଶ୍ଵରଙ୍କର କହିବା ଅନୁଯାଇ ସେମାନେ ତାଙ୍କୁ ଇସାହାକ ନାମ ଦେଲେ ।

OBS Image

ଯେତେବେଳେ ଇସାହାକ ଯୁବା ହେଲେ, ପରମେଶ୍ଵର ପରୀକ୍ଷା କରିବା ନିମନ୍ତେ ଅବ୍ରାହମଙ୍କୁ କହିଲେ, “ତୁମର ଏକ ମାତ୍ର ପୁତ୍ର ଇସାହାକଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ତାଙ୍କୁ ମାରିଦିଅ । ପୁନର୍ବାର ଆବ୍ରାହମ ପରମେଶ୍ଵରଙ୍କର ଆଜ୍ଞାବହ ହେଲେ । ଇସାହାକଙ୍କୁ ଉତ୍ସର୍ଗ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଲେ ।

OBS Image

ଯେତେବେଳେ ଆବ୍ରାହମ ଓ ଇସାହାକ ଉତ୍ସର୍ଗ କରିବା ସ୍ଥାନକୁ ଯାଉଥିଲେ, ଇସାହାକ ଅବ୍ରାହାମଙ୍କୁ ପଚାରିଲେ,” ପିତା, ଆମ ପାଖରେ ଉତ୍ସର୍ଗ କରିବା ନିମନ୍ତେ କାଠ ଅଛି, କିନ୍ତୁ ମେଷ କେଉଁଠାରେ ଅଛି ? “ ଅବ୍ରାହାମ ଉତ୍ତର ଦେଇ କହିଲେ, “ ମୋର ପୁତ୍ର ଉତ୍ସର୍ଗ ନିମନ୍ତେ ପରମେଶ୍ଵର ମେଷଟିଏ ଯୋଗାଇ ଦେବେ ।“

OBS Image

ଯେତେବେଳେ ସେମାନେ ଉତ୍ସର୍ଗ କରିବା ସ୍ଥାନରେ ପହଞ୍ଚିଲେ, “ଅବ୍ରାହାମ ତାଙ୍କ ପୁତ୍ର ଇସାହାକଙ୍କୁ ବାନ୍ଧି ଯଜ୍ଞ ବେଦି ଉପରେ ରଖିଲେ । ଯେତେବେଳେ ସେ ତାଙ୍କ ପୁତ୍ରଙ୍କୁ ମାରିବା ଉପରେ ଥିଲେ, ପରମେଶ୍ଵର ତାଙ୍କୁ କହିଲେ, “ ରହ” । ବାଳକକୁ ଆଘାତ କର ନାହିଁ ! ବର୍ତ୍ତମାନ ମୁଁ ତୁମକୁ ଜାଣିଲି ଯେ, ତୁମେ ମୋତେ ଭୟ କରୁଅଛ । ଯେହେତୁ, ତୁମର ଏକ ମାତ୍ର ପୁତ୍ରଙ୍କୁ ତୁମ ନିମନ୍ତେ ରଖିଲ ନାହିଁ ।

OBS Image

ତାଙ୍କ ନିକଟରେ ଥିବା ବୁଦାରେ ଅଟକି ଯାଇଥିବା ଏକ ମେଷକୁ ଅବ୍ରାହାମ ଦେଖିଲେ । ଇସାହାକଙ୍କ ସ୍ଥାନରେ ପରମେଶ୍ଵର ଏକ ମେଷ ଉତ୍ସର୍ଗ କରିବା ନିମନ୍ତେ ଯୋଗାଇଦେଲେ । ମେଷକୁ ଅବ୍ରାହାମ ଆନନ୍ଦରେ ଉତ୍ସର୍ଗ କରିଲେ ।

OBS Image

ତା’ପରେ ପରମେଶ୍ଵର ଅବ୍ରାହାମଙ୍କୁ କହିଲେ, “ତୁମର ଏକ ମାତ୍ର ପୁତ୍ରଙ୍କୁ ମୋ ନିମନ୍ତେ ଉତ୍ସର୍ଗ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ମୁଁ ପ୍ରତିଜ୍ଞା କରୁଅଛି , “ ତୁମକୁ ମୁଁ ଆଶୀର୍ବାଦ କରିବି । “ ଆକାଶର ତାରାଗଣଠାରୁ ତୁମର ବଂଶଧର ଅତ୍ୟାଧିକ ହେବେ । ତୁମେ ମୋର ଆଜ୍ଞାବହ ହୋଇଥିବାରୁ ତୁମ ଦେଇ ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ।

16-22