or_obs/content/02.md

8.0 KiB

2. ଜଗତ ମଧ୍ୟକୁ ପାପର ପ୍ରବେଶ କରିଲା

OBS Image

ପରମେଶ୍ଵର ହବା ଓ ଆଦମଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ଉଦ୍ୟାନ ମଧ୍ୟରେ ସେମାନେ ବହୁତ ଆନନ୍ଦରେ ଥିଲେ । ସେମାନେ କୌଣସି ପୋଷାକ ପିନ୍ଧି ନ ଥିଲେ, କିନ୍ତୁ ସେମାଙ୍କ ମଧ୍ୟରେ କୌଣସି ଲାଜ୍ୟା ନ ଥିଲା । ଯେହେତୁ, ଜଗତ ଭିତରେ ପାପ ନ ଥିଲା । ସେମାନେ ଉଦ୍ୟାନରେ ଯିବା ଆସିବା କରୁଥିଲେ ଓ ପରମେଶ୍ଵରଙ୍କ ସହିତ କଥା ହେଉଥିଲେ ।

OBS Image

କିନ୍ତୁ, ଉଦ୍ୟାନରେ ଏକ ଖଳ ସର୍ପ ଥିଲା । ସେ ନାରୀଙ୍କୁ ପଚାରିଲେ, ଉଦ୍ୟାନର ବୃକ୍ଷଗୁଡିକ ମଧ୍ୟରୁ କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ଵର ମନା କରିଛନ୍ତି କି ?

OBS Image

ନାରୀ ଉତ୍ତର ଦେଇ କହିଲେ, ସତ୍ ସତ୍ ଜ୍ଞାନ ଦାୟକ ବୃକ୍ଷର ଫଳକୁ ଛାଡି ଯେ କୌଣସି ବୃକ୍ଷର ଫଳ ଆମେ ଖାଇ ପାରିବୁ । ପରମେଶ୍ଵର ଆମକୁ କହିଛନ୍ତି, ଯଦି ଆମେ ସେହି ବୃକ୍ଷର ଫଳକୁ ଛୁଇଁବୁ ଅଥବା ଖାଇବୁ ଆମେ ସେହିଦିନ ମୃତ ହେବୁ ।

OBS Image

ପ୍ରତି ଉତ୍ତରରେ ସର୍ପ ନାରୀଙ୍କୁ କହିଲେ, ତାହା ସତ ନୁହଁ । ତୁମେ ମରିବ ନାହିଁ । ପରମେଶ୍ଵର ଜାଣନ୍ତି ଯେ, ତୁମେ ଖାଇବା ସଙ୍ଗେ ସଙ୍ଗେ ପରମେଶ୍ଵଙ୍କ ପରି ହୋଇଯିବ ଓ ତାଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ ।

OBS Image

ତାହା ନାରୀ ଦେଖିଲେ , ସେହି ଫଳ ଦେଖିବାକୁ ଉତ୍ତମ ଥିଲା ଓ ଖାଇବାକୁ ସୁସ୍ଵାଦୁ ଥିଲା । ସେ ମଧ୍ୟ ବୁଦ୍ଧିମାନ ହେବାକୁ ଚାହିଲେ, ସେଥିପାଇଁ ସେ କିଛି ଫଳ ତୋଳିଲେ ଓ କିଛି ଖାଇଲେ । ପରେ, କିଛି ଫଳ ତାଙ୍କ ସ୍ବାମୀଙ୍କୁ ଦେଲେ, ଯିଏକି ତାଙ୍କ ସହିତ ଥିଲେ ଓ ସେ ମଧ୍ୟ ସେଥିରୁ କିଛି ଖାଇଲେ ।

OBS Image

ହଠାତ୍, ସେମାନଙ୍କ ଆଖି ଫିଟିଗଲା, ସେମାନେ ଅନିଭବ କରିବାକୁ ଲାଗିଲେ ଯେ, ସେମାନେ ଉଲଗ୍ନ ହୋଇଛନ୍ତି । ପତ୍ରଗୁଡ଼ିକକୁ ସିଲାଇ ସେମାନଙ୍କର ଉଲଗ୍ନତାକୁ ଘୋଡାଇବାକୁ ଚେଷ୍ଠା କରିଲେ ।

OBS Image

ତା’ପରେ ପରମେଶ୍ଵର ଉଦ୍ୟାନରେ ଚାଲି ଆସୁଥିବା ଶବ୍ଦ ମଣିଷ ଓ ତାଙ୍କ ସ୍ତ୍ରୀ ଶୁଣିବାକୁ ପାଇଲେ । ସେମାନେ ଦୁହେଁ ପରମେଶ୍ଵଙ୍କଠାରୁ ଲୁଚିବାକୁ ଲାଗିଲେ । ତା’ପରେ ପରମେଶ୍ଵର ମଣିଷୟକୁ ଡାକିଲେ, ତୁମେ କେଉଁ ଠାରେ ? ଉତ୍ତର ଦେଇ ଆଦମ କହିଲେ, ତୁମେ ଏଦନ ଉଦ୍ୟାନରେ ଚାଲି ଆସିବା ମୁଁ ଶୁଣି ପାରିଲି ଓ ମୁଁ ଭୟ କରିଲି, କାରଣ ମୁଁ ଉଲଗ୍ନ ଥିଲି । ତେଣୁ ମୁଁ ଲୁଚିଲି ।

OBS Image

ପରମେଶ୍ଵର ପଚାରିଲେ, ତୁମେ ଯେ ଉଲଗ୍ନ ହୋଇ ଅଛ ତୁମକୁ କିଏ କହିଲେ ? ଯେଉଁ ଫଳ ଖାଇବାକୁ ମୁଁ ମନା କରିଥିଲି, ସେ ଫଳଟି ତୁମେ ଖାଇଲ ? ତା’ପରେ ମନିଷ୍ୟ ଉତ୍ତର ଦେଇ କହିଲେ, ଏ ସ୍ତ୍ରୀଙ୍କୁ ତୁମେ ମତେ ଦେଲ ଓ ସେ ମୋତେ ଫଳ ଖାଇବାକୁ ଦେଲେ । ପରମେଶ୍ଵର ନାରୀଙ୍କୁ ପଚାରିଲେ, ଏହା ତୁମେ କ’ଣ କଲ ? ନାରୀ ଉତ୍ତର ଦେଇ କହିଲେ, ସର୍ପ ମୋତେ ଭୁଲାଇଲା ।

OBS Image

ପରମେଶ୍ଵର ସର୍ପକୁ କହିଲେ, ତୁମେ ଅଭିଶପ୍ତ ହୋଇ ଅଛ । ତୁମେ ପେଟରେ ଚାଲିବ ଓ ତୁମେ ଧୁଳି ଖାଇବ । ନାରୀ ଓ ତୁମେ ପରସ୍ପର ମଧ୍ୟରେ ଘୃଣା କରିବ । ମଧ୍ୟ ତୁମ ସନ୍ତାନ ଓ ତାଙ୍କ ସନ୍ତାନ ମଧ୍ୟରେ ଘୃଣା ରହିବ । ନାରୀର ବଂଶ ତୁମର ମସ୍ତକକୁ ଆଘାତ କରିବ ଓ ତୁମେ ତାର ଗୋଇଠିକି ଘା କରିବ ।

OBS Image

ତା’ପରେ ପରମେଶ୍ଵର ନାରୀଙ୍କୁ କହିଲେ, ତୁମର ପ୍ରସବ ବେଦନା ଅତିଶୟ ବଢାଇ ଦିଆଯିବ । ତୁମେ ତୁମର ସ୍ଵାମିଙ୍କୁ ଚାହିଁବ ଓ ସେ ତୁମ ଉପରେ କାତୃତ୍ଵ କରିବ ।

OBS Image

ପରମେଶ୍ଵର ମନିଷ୍ୟକୁ କହିଲେ, ତୁମେ ସ୍ତ୍ରୀଙ୍କ କଥା ଶୁଣିଲ ଓ ମୋର ଅବାଧ୍ୟ ହେଲ । ବର୍ତ୍ତମାନ ଭୂମି ଅଭିଶପ୍ତ ହେଲା, ଖାଦ୍ୟ ଉତ୍ପର୍ଣ କରିବା ପାଇଁ ତୁମେ କଠିନ ପରିଶ୍ରମ କରିବାକୁ ପଡିବ । ପରେ ତୁମେ ମୃତ ହେବ ଓ ତୁମ ଶରୀର ମାଟିରେ ମିଶିଯିବ । ମନିଷ୍ୟ ତାଙ୍କ ସ୍ତ୍ରୀଙ୍କୁ ହବା ନାମ ଦେଲେ, ଏହାର ଅର୍ଥ ଜୀବନଦାୟୀ, କାରଣ ସେ ଅନେକ ଲୋକଙ୍କର ମାତା ହେବେ । ତେବେ ଆଦମ ଓ ହବାଙ୍କୁ ପରମେଶ୍ଵର ପଶୁର ଚମଡାରେ ଆଚ୍ଛାଦିତ କଲେ ।

OBS Image

ତା’ପରେ ପରମେଶ୍ଵର କହିଲେ, ଭଲ ଓ ମନ୍ଦ ଜାଣି ମନିଷ୍ୟ ଆମ ପରି ଜଣେ ହି ଅଛି, ସବୁଦିନ ବଞ୍ଚି ରହିବା ପାଇଁ ସେମାନଙ୍କୁ ଜୀବନଦାୟୀ ବୃକ୍ଷର ଫଳ ଖାଇବାକୁ ଅନୁମତି ଦିଆଯିବା ଅନାବଶ୍ଵକ । ତେଣୁ ଆଦମ ଓ ହବାଙ୍କୁ ପରମେଶ୍ଵର ସୁନ୍ଦର ଏଦନ ଉଦ୍ୟାନରୁ ବାହାର କରିଦେଲେ । ଜୀବନଦାୟୀ ବୃକ୍ଷର ଫଳ ଯେପରି କେହି ଖାଇ ନ ପାରନ୍ତି, ସେଥିପାଇଁ ପରମେଶ୍ଵର ଶକ୍ତିଶାଳୀ ଦୂତଗଣଙ୍କୁ ଉଦ୍ୟାନର ଫାଟକରେ ଜଗି ରହିବାକୁ କହିଲେ ।

ଆଦିପୁସ୍ତକ 3