or_tn_old/php/front/intro.md

11 KiB
Raw Permalink Blame History

ଫିଲିପ୍ପୀୟ ପୁସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ

ଫିଲିପ୍ପୀୟ ପୁସ୍ତକର ରୂପରେଖା

୧. ଅଭିବାଦନ, ଧନ୍ୟବାଦ ଅର୍ପଣ ଓ ପ୍ରାର୍ଥନା (୧:୧-୧୧) ୧. ଆପଣା ସେବାକାର୍ଯ୍ୟ ସମ୍ବନ୍ଧରେ ପାଉଲଙ୍କ ବିବରଣୀ (୧:୧୨-୨୬) ୧. ଉପଦେଶ

  • ଦୃଢ଼ ହେବା (୧:୨୭-୩୦)
  • ଏକତ୍ର ହେବା (:୧-)
  • ନମ୍ର ହେବା (:୩-୧୧)
  • ଈଶ୍ବର ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରୁଥିବା ଆମ୍ଭମାନଙ୍କ ପରିତ୍ରାଣ ସାଧନ କରିବା ନିମନ୍ତେ (:୧୨-୧୩)
  • ଦୋଷରହିତ ଓ ଆଲୋକ ପ୍ରଦାନ କରିବା (:୧୪-୧୮) ୧. ତୀମଥି ଓ ଏପାଫ୍ରଦିତ (:୧୯-୩୦) ୧. ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ (୩:୧-୪:୧) ୧. ବ୍ୟକ୍ତିଗତ ଉପଦେଶ (୪:--୫) ୧. ଆନନ୍ଦ କର ଓ ଉଦବିଘ୍ନ ହୁଅ ନାହିଁ (୪:୪-୬) ୧. ଶେଷ ମନ୍ତବ୍ୟ
  • ତାପ୍ତର୍ଯ୍ୟ (୪:୮-୯)
  • ପରିତୋଷ (୪:୧୦-)
  • ଅନ୍ତିମ ଅଭିବାଦନ (୪:୨୧-୨୩)

ଫିଲିପ୍ପୀୟ ପୁସ୍ତକ କିଏ ଲେଖିଥିଲେ ?

ପାଉଲ ଫିଲିପ୍ପୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷଶ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ନିମନ୍ତେ ଅନେକ ଥର ସମଗ୍ର ରୋମ୍ ସାମ୍ରାଜ୍ୟରେ ଯାତ୍ରା କରିଥିଲେ I

ପାଉଲ ରୋମରେ କାରାବନ୍ଦୀ ଥିବା ସମୟରେ ଏହି ପତ୍ର ଲେଖିଥିଲେ I

ଫିଲିପ୍ପୀୟ ପୁସ୍ତକରେ କେଉଁ ବିଷୟ ଲେଖା ଯାଇଅଛି ?

ପାଉଲ ଏହି ପତ୍ର ମାକିଦନିଆର ଏକ ନଗର, ଫିଲିପ୍ପୀରେ ଥିବା ବିଶ୍ବାସୀମାନଙ୍କ ନିକଟକୁ ଏହି ପତ୍ର ଲେଖିଥିଲେ I ସେ ଫିଲିପ୍ପୀୟମାନେ ତାହାଙ୍କ ନିକଟକୁ ପ୍ରେରିତ ଦାନ ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇ ଏହା ଲେଖିଥିଲେ I ସେ ସେମାନଙ୍କୁ ଜଣାଇବାକୁ ଚାହୁଁଥିଲେ ଯେ ସେ କିପରି ବନ୍ଦୀଶାଳାରେ ଜୀବନ କାଟୁଛନ୍ତି ଓ ଏପରିକି ଦୁଃଖଭୋଗ ସମୟରେ ମଧ୍ୟ ଆନନ୍ଦ କରିବାକୁ ସେମାନଙ୍କୁ ଉତ୍ସାହ ଦେଉଛନ୍ତି I ସେ ମଧ୍ୟ ଏପାଫ୍ରଦିତ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ସେମାନଙ୍କ ନିକଟକୁ ଲେଖିଥିଲେ I ସେ ସେହି ବ୍ୟକ୍ତି ଥିଲେ ଯେ ପାଉଲଙ୍କ ନିକଟକୁ ଦାନ ଆଣିଥିଲେ I ପାଉଲଙ୍କୁ ସାକ୍ଷାତ କରିବା ସମୟରେ, ଏପାଫ୍ରଦିତ ଅସୁସ୍ଥ ହେଲେ I ତେଣୁ, ପାଉଲ ତାହାଙ୍କୁ ଫିଲିପ୍ପୀକୁ ଫେରିଯିବା ନିମନ୍ତେ ସ୍ଥିର କଲେ I ପାଉଲ ଏପାଫ୍ରଦିତଙ୍କ ପ୍ରତ୍ୟାବର୍ତ୍ତନ ପରେ ତାହାଙ୍କୁ ଗ୍ରହଣ କରିବାକୁ ଓ ତାହାଙ୍କ ପ୍ରତି ଦୟା ଦେଖାଇବାକୁ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ଉତ୍ସାହ ଦେଇଥିଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ଥିଲା ?

ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକ “ଫିଲିପ୍ପୀୟ” ଭାବେ ନାମିତ କରିବା ନିମନ୍ତେ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପତ୍ର” ଅବା “ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କ ପତ୍ର” ଭାବେ ମନୋନୀତ କରିଥାଇ ପାରନ୍ତି I (ଦେଖ: rc://*/ta/man/translate/translate-names)

ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସଂସ୍କୃତି ସମ୍ଭନ୍ଧିୟ ଧାରଣା

ଫିଲିପ୍ପୀ କେଉଁ ପ୍ରକାର ନଗର ଥିଲା ?

ଫିଲିପ୍ପ, ମହାନ୍ ଆଲେକ୍ ଜାଣ୍ଡରଙ୍କ ପିତା, ମାକିଦନିଆ ଅଞ୍ଚଳରେ ଏହା ସ୍ଥାପନ କରିଥିଲେ I ଏହାର ଅର୍ଥ ଯେ ଫିଲିପ୍ପୀର ନିବାସୀ ମଧ୍ୟ ରୋମୀୟ ନାଗରିକ ଭାବେ ବିବେଚିତ ହେଉଥିଲେ I ଫିଲିପ୍ପୀର ଲୋକମାନେ ରୋମୀୟ ନାଗରିକ ହୋଇ ଗର୍ବ ଅନୁଭବ କରୁଥିଲେ I କିନ୍ତୁ ପାଉଲ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ ସ୍ବର୍ଗର ପ୍ରଜା ଅଟନ୍ତି (୩:) I

ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ତୁମ୍ଭେମାନେ” ଶବ୍ଦର ଏକବଚନ ଓ ବହୁବଚନ

ଏହି ପୁସ୍ତକରେ, “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦ ପ୍ରାୟତଃ ସର୍ବଦା ବହୁବାଚକ ଓ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ବୁଝାଏ I ଏଥିର ବ୍ୟତିକ୍ରମ ୪:୩ ଅଟେ I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

ଏହି ପତ୍ରରେ, କେଉଁମାନେ “ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ” ଥିଲେ ? (୩:୧୮)

“ଖ୍ରୀଷ୍ଟଙ୍କ କ୍ରୁଶର ଶତୃମାନେ” ସମ୍ଭବତଃ ସେହି ଲୋକମାନେ ଥିଲେ ଯେଉଁମାନେ ଆପଣା ଆପଣାକୁ ବିଶ୍ବାସୀ କହୁଥିଲେ, କିନ୍ତୁ ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରୁ ନଥିଲେ I ସେମାନେ ଭାବୁଥିଲେ ଯେ ଖ୍ରୀଷ୍ଟଙ୍କଠାରେ ସ୍ବାଧୀନତାର ଅର୍ଥ ଯେ ବିଶ୍ବାସୀମାନେ ଯାହା ଇଚ୍ଛା ତାହା କରିପାରିବେ ଓ ଈଶ୍ବର ସେମାନଙ୍କୁ ଦଣ୍ଡ ଦେବେ ନାହିଁ (୩:୧୯) I

ଏହି ପତ୍ରରେ କାହିଁକି “ଆନନ୍ଦ କର” ପୁନଃଶ୍ଚ “ଆନନ୍ଦ କର” ଶବ୍ଦଗୁଡିକ ବାରମ୍ବାର ବ୍ୟବହାର କରାଯାଇଛି ?

ପାଉଲ ବନ୍ଦୀଶାଳାରେ ଥିଲେ ଯେତେବେଳେ ସେ ଏହି ପତ୍ର ଲେଖିଥିଲେ (୧:୭) I ଏପରିକି ଯଦିଓ ସେ ଦୁଃଖଭୋଗ କରୁଥିଲେ, ପାଉଲ ଅନେକ ଥର କହୁଥିଲେ ଯେ ସେ ଆନନ୍ଦିତ ଥିଲେ କାରଣ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବର ତାହାଙ୍କ ପ୍ରତି ଦୟାଳୁ ଥିଲେ I ସେ ପାଠକମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କଠାରେ ସେହି ପ୍ରକାର ଭରସା ରଖିବାକୁ ଉତ୍ସାହିତ କରୁଥିଲେ I (ଦେଖ: rc://*/ta/man/translate/figs-irony)

“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବର ଅର୍ଥ ପାଉଲଙ୍କ ଦୃଷ୍ଟିରେ କ’ଣ ହୋଇପାରେ ?

ଏହି ପ୍ରକାର ଭାବ ୧:୧, ୮, ୧୩, ୧୪, ୨୬, ୨୭; :୧, ୫, ୧୯, ୨୪, ୨୯; ୩:୧, ୩, ୯, ୧୪; ୪:୧, , ୪, ୭, ୧୦, ୧୩, ୧୯, ୨୧ ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ଅତି ଘନିଷ୍ଠ ସମ୍ମିଳନର ଚିନ୍ତାଧାରାକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ଏପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I

ଫିଲିପ୍ପୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି ?

  • କେତେକ ସଂସ୍କରଣରେ ଏହି ପତ୍ରର ଶେଷ ପଦର ଶେଷରେ “ଆମେନ୍” ଅଛି (୪:୨୩) I ୟୁ ଏଲ୍ ଟି , ୟୁ ଏସ ଟି, ଓ ଅନ୍ୟ ଅନେକ ଆଧୁନିକ ସଂସ୍କରଣରେ ତାହା ନାହିଁ I ଯଦି “ଆମେନ୍” ସମ୍ପୃକ୍ତ କରାଯାଏ, ଏହା ସୁଚାଇ ଦେବା ନିମନ୍ତେ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖାଯିବା ଉଚିତ ଯାହା ସମ୍ଭବତଃ ମୁଳ ଫିଲିପ୍ପିୟ ପୁସ୍ତକରେ ନାହି I

(ଦେଖ: rc://*/ta/man/translate/translate-textvariants)