or_tn_old/mat/28/intro.md

3.6 KiB
Raw Permalink Blame History

ମାଥିଉ ୨୮ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ (ମାଥିଉ ୨୮:୧) ଏକ ପ୍ରକାର ସମାଧି ଥିଲା ଯେଉଁଠାରେ ଧନୀ ଯିହୁଦୀ ପରିବାରର ଲୋକମାନେ ସେମାନଙ୍କ ମୃତ ବ୍ୟକ୍ତିମାନଙ୍କୁ ସମାଧି ଦେଉଥିଲେ I ଏହା ପ୍ରକୃତରେ ଏକ ପହାଡକୁ କାଟି ଗୋଟିଏ ଗୃହ ପ୍ରସ୍ତୁତ କରା ଯାଇଥାଏ I ଏହାର ଗୋଟିଏ ପାଖ ସମତଳ ଥାଏ ଯେଉଁଠାରେ ମୃତ ଶରୀରକୁ ରଖାଯାଏ ଏବଂ ସେମାନେ ଶରୀରରେ ବିଭିନ୍ନ ଦ୍ରବ୍ୟ ଲଗାଇ ସାରିବା ପରେ ଏକ ସୁକ୍ଷ୍ମ ବସ୍ତ୍ରରେ ଗୁଡାଇ ସମାଧି ଭିତରେ ରଖାଯାଏ ଓ ତାହାର ସମ୍ମୁଖରେ ଗୋଟିଏ ବଡ଼ ପଥର ଢାଙ୍କି ଦିଆଯାଏ ଯେପରି କେହି ତା’ଭିତରକୁ ପ୍ରବେଶ କରି ପାରିବେ ନାହିଁ I

“ଶିଷ୍ୟ କର”

ଶେଷ ଦୁଇଟି ପଦ (ମାଥିଉ ୨୮:୧୯-) ସାଧାରଣତଃ ଏହା “ମହାନ ଆଦେଶ” ଭାବରେ ପରିଚିତ କାରଣ ସେଥିରେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଗୁରୁତ୍ବପୁର୍ଣ୍ଣ ଆଦେଶ ଦିଆ ଯାଇଛି I ଖ୍ରୀଷ୍ଟିୟାନମାନେ ଲୋକମାନଙ୍କ ନିକଟକୁ ଯାଇ “ଶିଷ୍ୟ କର”, ସେମାନଙ୍କୁ ସୁସମାଚାର କହିବା ଓ ସେମାନଙ୍କୁ ଖ୍ରୀଷ୍ଟିୟାନ ପରି ଜୀବନଯାପନ କରିବା ନିମନ୍ତେ ଶିକ୍ଷା ଦେବେ I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଈଶ୍ବରଙ୍କର ଜଣେ ଦୁତ

ମାଥିଉ, ମାର୍କ, ଲୁକ ଓ ଯୋହନ ସମସ୍ତେ ସ୍ତ୍ରୀଲୋକ ସହିତ ଶୁଭ୍ର ବସ୍ତ୍ର ପରିହିତ ଦୁତଙ୍କ ବିଷୟରେ ଯୀଶୁଙ୍କ ସମାଧି ନିକଟରେ ଉପସ୍ଥିତ ବିଷୟ ଉଲ୍ଲେଖ କରନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ପୃରୁଷ ଭାବେ ବର୍ଣ୍ଣନା କରିଛନ୍ତି, କିନ୍ତୁ ତାହା କେବଳ ଦୁତମାନେ ମନୁଷ୍ୟ ପରି ଦେଖା ଯାଉଛନ୍ତି I ଅନ୍ୟ ଦୁଇଜଣ ଲେଖକ ସେମାନଙ୍କ ମଧ୍ୟରୁ କେବଳ ଜଣକ ବିଷୟରେ ପ୍ରକାଶ କରନ୍ତି I ଏହା ଅନୁବାଦ କରିବା ଉପଯୁକ୍ତ ହେବ ଯଦି ପ୍ରତ୍ୟକ ଶାସ୍ତ୍ରଂଶକୁ ଯେପରି ULTରେ ଅଛି ଚେଷ୍ଟା ନକରି ଯେପରି ସମସ୍ତ ଶାସ୍ତ୍ର ଗୋଟିଏ ବିଷୟ ପ୍ରକାଶ କରିବ ସେପରି ଚେଷ୍ଟା କର I (ଦେଖ: ମାଥିଉ ୨୮:୧-ମାର୍କ ୧୬:୫ଲୁକ ୨୪:୪ଯୋହନ :୧୨) I