or_tn_old/luk/23/intro.md

4.3 KiB

ଲୂକ 23 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଏହି ଅଧ୍ୟାୟର ଶେଷ ଧାଡିକୁ ULT ପୃଥକ କରି ରଖେ କାରଣ ଏହା ଅଧ୍ୟାୟ 23 ଅପେକ୍ଷା ଅଧ୍ୟାୟ 24 ସହିତ ଅଧିକ ସଂଯୁକ୍ତ ଅଟେ I ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ଅଭିଯୋଗ କରିବା

ପ୍ରଧାନ ଯାଜକମାନେ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ଉପରେ ମନ୍ଦ କାର୍ଯ୍ୟ କରିବାର ଦୋଷାରୋପ କଲେ, କାରଣ ସେମାନେ ଇଚ୍ଛା କରୁଥିଲେ ଯେ ପିଲାତ ଯୀଶୁଙ୍କୁ ବଧ କରନ୍ତୁ I କିନ୍ତୁ ସେମାନେ ତାଙ୍କୁ ମିଥ୍ୟା କଥାରେ ଅଭିଯୋଗ କରୁଥିଲେ, କାରଣ ସେମାନେ ଯାହା ସବୁ ଦୋଷାରୋପ କରୁଥିଲେ ସେସବୁ ଯୀଶୁ କେବେ ବି କରି ନ ଥିଲେ I

“ମନ୍ଦିରର ପରଦା ଦୁଇ ଭାଗ ହୋଇଗଲା”

ମନ୍ଦିରରେ ପରଦା ଏକ ମହତ୍ତ୍ଵପୂର୍ଣ୍ଣ ପ୍ରତୀକ ଥିଲା ଯାହା ଦର୍ଶାଉଥିଲା ଯେ ଲୋକମାନେ ଜଣକୁ ଆବଶ୍ୟକ କରନ୍ତି ଯିଏ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ କଥା କହିବ I ସେମାନେ ସିଧାସଳଖ ଭାବରେ ଈଶ୍ୱରଙ୍କ ନିକଟରେ କଥାବାର୍ତ୍ତା କରି ପାରୁ ନ ଥିଲେ କାରଣ ସମସ୍ତ ଲୋକମାନେ ପାପୀ ଥିଲେ ପୁଣି ଈଶ୍ୱର ପାପକୁ ଘୃଣା କରନ୍ତି I ଈଶ୍ୱର ପରଦାକୁ ଦୁଇଭାଗ କରିଦେଲେ ଏହା ଦର୍ଶାଇବା ପାଇଁ ଯେ ଯୀଶୁଙ୍କର ଲୋକମାନେ ବର୍ତ୍ତମାନ ଈଶ୍ୱରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ପାରିବେ କାରଣ ଯୀଶୁ ସେମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେଇଛନ୍ତି

ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ ([ଲୂକ 23 : 53](../../ଲୂକ/23/53. ମଝି) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରଗୁଡିକ ସେମାନଙ୍କର ମୃତମାନଙ୍କୁ ସମାଧିସ୍ଥ କରୁଥିଲେ I ଏହା ଏକ ପ୍ରକୃତ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ବିଷୟ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ସେଠାରେ ଶରୀରକୁ ରଖାଯାଇ ପାରିବ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦେଉଥିଲେ ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

“ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉନାହିଁ”

ପିଲାତ କହୁଥିଲେ ଯେ ସେ କୌଣସି କାରଣ ଜାଣନ୍ତି ନାହିଁ ଯାହା ପାଇଁ ସେ ଯୀଶୁଙ୍କୁ ଦଣ୍ଡ ଦେବେ କାରଣ ଯୀଶୁ କୌଣସି ନିୟମ ଉଲଂଘନ କରି ନ ଥିଲେ I ପିଲାତ କହୁନାହାନ୍ତି ଯେ ଯୀଶୁ ସିଦ୍ଧ ଥିଲେ I