or_tn_old/jhn/08/intro.md

5.0 KiB

ଯୋହନ ୦୮ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

୮:୧-୧୧ କୁ ଅନୁବାଦ କରିବା ବା ନକରିବା ନିମନ୍ତେ କାହିଁକି ଅନୁବାଦକମାନେ ମନୋନୀତ କରିଛନ୍ତି, ପାଠକକୁ ତାହା ବୁଝାଇବାକୁ ଯାଇ ୧ ପଦରେ ସେମାନେ ଏକ ଟିପ୍ପଣୀ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଇଚ୍ଛା କରି ପାରନ୍ତି I

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ, ଅର୍ଥାତ୍,ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସେମାନଙ୍କ ବିଷୟରେ କହେ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ଆରମ୍ଭ କରିବାକୁ ସକ୍ଷମ କରାଏ I ଏଠାରେ ଏହି ସମସ୍ତେ ବିଜାତୀମାନେ (See: rc://*/tw/dict/bible/kt/righteous)

ମୁଁ

ଯୋହନ ଏହି ପୁସ୍ତକରେ ଯୀଶୁ ଏହି ଶବ୍ଦକୁ ଚାରିଥର, ଓ ଏହି ଅଧ୍ୟାୟରେ ତିନିଥର କହିବା ଉଲ୍ଲେଖ କରନ୍ତି I ସେହି ଶବ୍ଦ ନିଜେ ଏକ ସମ୍ପୁର୍ଣ ବାକ୍ୟ ସ୍ବରୂପେ ଅର୍ଥ ପ୍ରକାଶ କରେ, ଓ ଏବ୍ରୀ ଶବ୍ଦ “ମୁଁ” କୁ ଆକ୍ଷରିକ ଭାବେ ଅନୁବାଦ କରେ, ଯେଉଁ ନାମ ଦ୍ବାରା ଯିହୋବା ପରମେଶ୍ବର ମୋଶାଙ୍କୁ ଆପଣା ପରିଚୟ ଦେଇଥିଲେ I ଏହି ସବୁ କାରଣ ନିମନ୍ତେ, ଅନେକ ଲୋକମାନେ ବିଶ୍ବାସ କଲେ ଯେ ଯେତେବେଳେ ଯୀଶୁ ଏହି ଶବ୍ଦସବୁ କହିଲେ, ସେ ଆପଣାକୁ ଯିହୋବା ଈଶ୍ବର ହେବା ଦାବୀ କରୁଅଛନ୍ତି I (ଦେଖ: rc://*/tw/dict/bible/kt/yahweh).

ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଷଡଯନ୍ତ୍ର

ଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚାହୁଁଥିଲେ I ସେମାନେ ଚାହୁଁଥିଲେ ଯେ ସେ, ବ୍ୟଭିଚାର କର୍ମରେ ଧରା ପଡିଥିବା ସ୍ତ୍ରୀଲୋକକୁ ବଧକରି ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଉଚିତ କିମ୍ବା ମୋଶାଙ୍କର ବ୍ୟବସ୍ଥା ଉଲଂଘନ କରି ସେମାନେ ତାକୁ କ୍ଷମାଦେବା ଉଚିତ ତାହା କହନ୍ତୁ I ଯୀଶୁ ଜାଣିଥିଲେ ଯେ ସେମାନେ ତାହାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛନ୍ତି ଓ ଯାହା ସେମାନେ ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚାହୁଁ ନାହାନ୍ତି I ସେ ଏହା ଜାଣିଥିଲେ ଯେହେତୁ ବ୍ୟବସ୍ଥା କହୁଥିଲା ଯେ ଉଭୟ ସ୍ତ୍ରୀ ଓ ପୁରୁଷଙ୍କୁ ବଧ କରାଯିବା ଉଚିତ, କିନ୍ତୁ ସେମାନେ ପୁରୁଷକୁ ଯୀଶୁଙ୍କ ପାଖକୁ ଆଣି ନଥିଲେ I (See: rc://*/tw/dict/bible/kt/adultery)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ମନୁଷ୍ୟପୁତ୍ର”

ଯୀଶୁ ଏହି ଅଧ୍ୟାୟରେ ଆପଣାକୁ “ମନୁଷ୍ୟପୁତ୍ର” କହୁଛନ୍ତି (John 8:28) I ତୁମର ଭାଷା ହୁଏତ ଅନ୍ୟ କାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦେଇ ନଥାଏ I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])