or_tn_old/2co/front/intro.md

15 KiB
Raw Permalink Blame History

୨କରିନ୍ଥୀୟ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

କରିନ୍ଥୀୟ ପୁସ୍ତକର ରୂପରେଖ

୧ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ପାଉଲ ଧନ୍ୟବାଦ ଦେଉଛନ୍ତି (୧:୧-୧୧) ୧.ପାଉଲ ଆପଣା ଆଚାରବ୍ୟବହାର ବର୍ଣ୍ଣନା କରୁଛନ୍ତି (୧:୧୨-୭:୬) ୧. ପାଉଲ ଯିରୂଶାଲମ ମଣ୍ଡଳୀ ନିମନ୍ତେ ଅର୍ଥଦାନ କରିବା ବିଷୟରେ କହୁଛନ୍ତି (୮:୧-୯:୧୫) ୧.ପାଉଲ ଜଣେ ପ୍ରେରିତ ଭାବରେ ଆପଣାର ପକ୍ଷ ସମର୍ଥନ କରୁଛନ୍ତି (୧୦:୧-୧୩:୧୦) ୧. ପାଉଲ ଶେଷ ନମସ୍କାର ଜଣାଇ ଉତ୍ସାହ ପ୍ରଦାନ କରୁଛନ୍ତି (୧୩:୧୧-୧୪)

କରିନ୍ଥୀୟ ପୁସ୍ତକ କିଏ ଲେଖିଛନ୍ତି?

ପାଉଲ ଲେଖକ ଅଟନ୍ତି I ସେ ତାର୍ଷ ନଗରର ଲୋକ I ତାହାଙ୍କର ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ଜଣାଶୁଣା ଥିଲେ I ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନ ମାନଙ୍କୁ ତାଡ଼ନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ସମଗ୍ର ରୋମୀୟ ସାମ୍ରାଜ୍ୟ ଭ୍ରମଣ କରିଥିଲେ I

ପାଉଲ କରିନ୍ଥରେ ମଣ୍ଡଳୀ ଆରମ୍ଭ କରିଥିଲେ I ଏହି ପତ୍ର ଲେଖିବା ସମୟରେ ସେ ଏଫିସ ନଗରରେ ରହୁଥିଲେ I

କରିନ୍ଥୀୟ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

କରିନ୍ଥୀୟ ପୁସ୍ତକରେ ପାଉଲ କରିନ୍ଥ ନଗରରେ ଥିବା ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଥିବା ବିବାଦ ସମ୍ପର୍କରେ ଲେଖିବା ଜାରିରଖିଛନ୍ତି I ଏହି ପତ୍ରରେ ଏହା ସ୍ପଷ୍ଟଭାବେ ଜଣାଯାଏ ଯେ ପାଉଲ ସେମାନଙ୍କୁ ପୂର୍ବରୁ ଦେଇଥିବା ଉପଦେଶ ଗୁଡିକ ସେମାନେ ପାଳନ କରିଥିଲେ I କରିନ୍ଥୀୟରେ ପାଉଲ ସେମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ଉତ୍ସାହ ଦେଇଥିଲେ I

ପାଉଲ ମଧ୍ୟ ସେମାନଙ୍କୁ ସୁନିଶ୍ଚିତ କରିବାକୁ ଲେଖିଥିଲେ ଯେ ଜଣେ ପ୍ରେରିତ ଭାବରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଯୀଶୁଖ୍ରୀଷ୍ଟ ତାହାଙ୍କୁ ପ୍ରେରଣ କରିଅଛନ୍ତି I ପାଉଲ ଚାହୁଁଥିଲେ ଯେ ସେମାନେ ଏହା ବୁଝନ୍ତୁ, କାରଣ ସେ ଯାହା କରୁଥିଲେ, ତାକୁ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ଦଳ ବିରୋଧ କରୁଥିଲେ I ସେମାନେ ଦାବୀ କରୁଥିଲେ ଯେ ପାଉଲ ଈଶ୍ବରଙ୍କ ଦ୍ବାରା ପ୍ରେରିତ ନୁହନ୍ତି ଓ ସେ ଏକ ଭ୍ରାନ୍ତ ଶିକ୍ଷା ଦେଉଛନ୍ତି I ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କର ଏହି ଦଳ ଚାହୁଁଥିଲେ ଯେ ବିଜାତି ଖ୍ରୀଷ୍ଟିୟାନ ମାନେ ମୋଶାଙ୍କର ବ୍ୟବସ୍ଥା ପାଳନ କରନ୍ତୁ I

ଏହି ପୁସ୍ତକର ଶୀର୍ଷକ କିପରି ଭାବରେ ଅନୁବାଦ କରାଯିବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “ଦ୍ବିତୀୟ କରିନ୍ଥୀୟ” ବୋଲି କହିପାରନ୍ତି I କିମ୍ବା ସେମାନେ “କରିନ୍ଥୀୟ ମଣ୍ଡଳୀକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ବାଛିପାରନ୍ତି I(ଦେଖ: rc://*/ta/man/translate/translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

କରିନ୍ଥ ନଗର କିଭଳି ନଗର ଥିଲା?

କରିନ୍ଥ ପ୍ରାଚୀନ ଗ୍ରୀସ୍ ରେ ଅବସ୍ଥିତ ଗୋଟିଏ ବଡ଼ ନଗର ଥିଲା I ଯେହେତୁ ଏହା ଭୂମଧ୍ୟସାଗର ନିକଟରେ ଥିଲା, ଅନେକ ପଥିକ ଓ ବ୍ୟବସାୟୀ ମାନେ ଏଠାକୁ ଜିନିଷପତ୍ର କିଣାବିକା କରିବାକୁ ଆସୁଥିଲେ I ଏହା ଫଳରେ, ନଗରରେ ବିଭିନ୍ନ ସଂସ୍କୃତିର ଲୋକେ ବସବାସ କରିବାକୁ ଲାଗିଲେ I ଅନୈତିକ ଜୀବନଯାପନ କରୁଥିବା ଲୋକମାନଙ୍କ ପାଇଁ ଏହି ନଗର କୁଖ୍ୟାତ ଥିଲା I ଲୋକେ ଆଫ୍ରୋଦିତ ନାମକ ଏକ ଗ୍ରୀକ୍ ପ୍ରେମଦେବୀଙ୍କୁ ଉପାସନା କରୁଥିଲେ I ଆଫ୍ରୋଦିତ ଦେବୀଙ୍କ ସମ୍ମାନାର୍ଥେ କରୁଥିବା ଉତ୍ସବର ଏକ ଅଂଶ ସ୍ବରୂପେ, ତାହାର ଉପାସନାକାରୀମାନେ ମନ୍ଦିରର ବେଶ୍ୟାମାନଙ୍କ ସହ ଯୌନସମ୍ପର୍କ ରଖୁଥିଲେ I

“ପାଉଲ” ଭଣ୍ଡ ପ୍ରେରିତ”ର ଅର୍ଥକୁ କିପରି ବୁଝୁଥିଲେ? (୧୧:୧୩)

ଏମାନେ ସବୁ ଯିହୂଦୀ ଖ୍ରୀଷ୍ଟିୟାନ ଥିଲେ I ସେମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଙ୍କର ଅନୁଗମନ କରିବା ସକାଶେ ବିଜାତି ଖ୍ରୀଷ୍ଟିୟାନମାନଙ୍କୁ ମୋଶାଙ୍କର ବ୍ୟବସ୍ଥା ପାଳନ କରିବାକୁ ହେବ I ଖ୍ରୀଷ୍ଟିୟାନ ନେତାମାନେ ଯିରୂଶାଲମରେ ଏକତ୍ର ହୋଇ ଏହି ବିଷୟରେ ନିଷ୍ପତ୍ତି ନେଇଥିଲେ (ଦେଖ: ପ୍ରେରିତ ୧୫)I ତଥାପି, ଏହା ସ୍ପଷ୍ଟ ଯେ ଯିରୂଶାଲମରେ ନେତାମାନେ ନେଇଥିବା ନିଷ୍ପତ୍ତିକୁ କେତେକ ଦଳ ଅଗ୍ରାହ୍ୟ କଲେ I

ତୃତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ବିଷୟ

ଏକବାଚକ ଓ ବହୁବାଚକ “ତୁମ୍ଭେ”

ଏହି ପୁସ୍ତକରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେମାନେ” ଶବ୍ଦଟି ପ୍ରାୟତଃ ସବୁବେଳେ, ବହୁବାଚକ ଓ କରିନ୍ଥର ବିଶ୍ବାସୀମାନଙ୍କୁ ବୁଝାଏ I ଏହାର ଦୁଇଟି ବ୍ୟତିକ୍ରମ ରହିଛି: ୬: ଓ ୧୨:୯ I(ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

ULTର କରିନ୍ଥୀୟରେ କିପରି “ପବିତ୍ର” ଓ ପବିତ୍ରୀକୃତ ହେବା” ବିଷୟର ଚିନ୍ତାଧାରାକୁ ଉପସ୍ଥାପନ କରାଯାଇଛି I

ନିମ୍ନଲିଖିତ ବିଭିନ୍ନ ଚିନ୍ତାଧାରା ମଧ୍ୟରୁ କୌଣସି ଗୋଟିଏକୁ ଦର୍ଶାଇବାପାଇଁ ଶାସ୍ତ୍ର ସେହି ଶବ୍ଦଗୁଡିକୁ ବ୍ୟବହାର କରିଥାଏ I ଏହି କାରଣ ସକାଶୁ, ଅନୁବାଦକମାନଙ୍କ ନିମନ୍ତେ ସେମାନଙ୍କର ସଂସ୍କରଣରେ ସେଗୁଡିକୁ ଭଲଭାବରେ ଉପସ୍ଥାପନ କରିବାପାଇଁ ପ୍ରାୟତଃ ଅସୁବିଧା ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ସମୟରେ, ULT ନିମ୍ନଲିଖିତ ନିୟମ ପାଳନ କରିଥାଏ:

  • କୌଣସି ଏକ ଶାସ୍ତ୍ରାଂଶ ବେଳେବେଳେ ନୈତିକ ପବିତ୍ରତାକୁ ସୂଚାଏ I ବିଶେଷକରି ସୁସମାଚାରର ସତ୍ୟକୁ ବୁଝିବାପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ନିଷ୍ପାପ ବୋଲି ବିବେଚନା କରନ୍ତି, ଯେହେତୁ ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଅଟନ୍ତି I ଏ ସମ୍ବନ୍ଧରେ ଆଉ ଗୋଟିଏ ତଥ୍ୟ ହେଉଛି ଈଶ୍ବର ସିଦ୍ଧ ଓ ଦୋଷଶୂନ୍ୟ ଅଟନ୍ତି I ଏକ ତୃତୀୟ ତଥ୍ୟ ହେଉଛି, ଖ୍ରୀଷ୍ଟିୟାନମାନେ ଜୀବନରେ ଆପଣା ଆପଣାକୁ ନିର୍ଦୋଷ ଓ ତୃଟିଶୂନ୍ୟ କରି ଚଳିବା ଆବଶ୍ୟକ I ଏହି ସବୁ କ୍ଷେତ୍ରରେ, ULT “ପବିତ୍ର,” ପବିତ୍ର ଈଶ୍ବର,” “ପବିତ୍ର ପ୍ରଭୁ” କିମ୍ବା “ପବିତ୍ର ଲୋକ” ବୋଲି ବ୍ୟବହାର କରେ I

*ଦ୍ବିତୀୟ କରିନ୍ଥୀୟର ଅଧିକାଂଶ ସ୍ଥାନରେ ସେମାନଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ପୂରଣ କରିବାକୁ ନ ଦର୍ଶାଇ ଏହା ସରଳ ଭାବରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I ଏହି ସବୁ କ୍ଷେତ୍ରରେ, ULT “ବିଶ୍ବାସୀ,” କିମ୍ବା “ବିଶ୍ବାସୀମାନେ” ବୋଲି ବ୍ୟବହାର କରିଥାଏ I (ଦେଖ: ୧:୧; ୮:୪; ୯:୧, ୧୨; ୧୩:୧୩)

*ବେଳେବେଳେ ଶାସ୍ତ୍ରାଂଶର ଅର୍ଥ କେବଳ ଈଶ୍ବରଙ୍କପାଇଁ କେହି ଜଣେ ଅବା କୌଣସି ପଦାର୍ଥ ପୃଥକୀକୃତ ହେବାର ଚିନ୍ତାଧାରାକୁ ସୂଚାଇଥାଏ I ଏହି ସବୁ କ୍ଷେତ୍ରରେ, ULT “ପୃଥକୀକୃତ,” ଉତ୍ସର୍ଗୀକୃତ,” “ସଂରକ୍ଷିତ” କିମ୍ବା “ପବିତ୍ରୀକୃତ” ଶବ୍ଦଗୁଡିକ ବ୍ୟବହାର କରିଥାଏ I

UST ପ୍ରାୟତଃ ସାହାଯ୍ୟକାରୀ ହେବ, କାରଣ ଅନୁବାଦକମାନେ ଏହି ଚିନ୍ତାଧାରାଗୁଡିକ ସେମାନଙ୍କ ସଂସ୍କରଣସବୁରେ କିପରି ଉପସ୍ଥାପନ କରାଯିବ ସେ ବିଷୟରେ ଭାବିଥାନ୍ତି I

ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭଳି ବାକ୍ୟାଂଶର ଭାବର ଅର୍ଥ କ’ଣ ବୋଲି ପ୍ରକାଶ କରନ୍ତି?

ଏହି ପ୍ରକାର ଭାବ ୧:୧୯, ; :୧୨, ୧୭; ୩:୧୪; ୫:୧୭, ୧୯, ୨୧; ୧୦:୧୭; ୧୨:, ୧୯; ଓ ୧୩:୪ ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ଅତି ଘନିଷ୍ଠ ସମ୍ମିଳନକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ସେହି ସମାନ ସମୟରେ, ସେ ପ୍ରାୟତଃ ଅନ୍ୟ ଅର୍ଥ ପ୍ରକାଶ କରିବାକୁ ମଧ୍ୟ ଚାହିଁଛନ୍ତି I ଉଦାହରଣ ସ୍ବରୂପ, ଦେଖ, “ପ୍ରଭୁଙ୍କଠାରେ ମୋ ପାଇଁ ଗୋଟିଏ ଦ୍ବାର ଉନ୍ମୁକ୍ତ ଅଛି,” (:୧୨) ଯେଉଁଠାରେ ପାଉଲ ବିଶେଷଭାବରେ କହିବାକୁ ଚାହୁଁଛନ୍ତି ଯେ ପ୍ରଭୁଙ୍କ ଦ୍ବାରା ତାହାଙ୍କ ନିମନ୍ତେ ଗୋଟିଏ ଦ୍ବାର ଉନ୍ମୁକ୍ତ ଅଛି I

ଏହି ପ୍ରକାର ଭାବ ବିଷୟରେ ଅଧିକ ବିବରଣୀ ପାଇଁ ଦୟାକରି ରୋମୀୟ ପୁସ୍ତକର ପରିଚୟ ଅଂଶଟିକୁ ଦେଖ I

ଖ୍ରୀଷ୍ଟଙ୍କଠାରେ ଏକ “ନୂତନ ସୃଷ୍ଟି” ହେବାର ଅର୍ଥ କ’ଣ (୫:୧୭)?

ପାଉଲଙ୍କର ସମ୍ବାଦ ଥିଲା ଯେ ଯେତେବେଳେ ଜଣେ ଲୋକ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରେ, ଈଶ୍ବର ତାହାଙ୍କୁ ଏକ “ନୂତନ ଜଗତ”ର ଅଂଶ ବିଶେଷ କରନ୍ତି I ଈଶ୍ବର ତାହାଙ୍କୁ ପବିତ୍ରତା, ଶାନ୍ତି ଓ ଆନନ୍ଦର ଏକ ନୂତନ ଜଗତ ଦିଅନ୍ତି I ଏହି ନୂତନ ଜଗତରେ, ବିଶ୍ବାସୀମାନେ ପବିତ୍ର ଆତ୍ମାଙ୍କ ଦତ୍ତ ଗୋଟିଏ ନୂତନ ସ୍ବଭାବ ପାଆନ୍ତି I ଅନୁବାଦକମାନେ ଏହି ଚିନ୍ତାଧାରାକୁ ପ୍ରକାଶ କରିବାକୁ ଉଦ୍ୟମ କରିବା ଉଚିତ I

କରିନ୍ଥୀୟ ପୁସ୍ତକରେ ଥିବା ମୁଖ୍ୟ ସମସ୍ୟାଗୁଡିକ କ’ଣ?

  • “ଆଉ ଆମ୍ଭମାନଙ୍କପାଇଁ ତୁମ୍ଭମାନଙ୍କ ପ୍ରେମର ପ୍ରଭାବ” (୮:୭)I ULT ଓ UST ସହିତ ଅନେକ ଅନୁବାଦରେ ଏହି ପ୍ରକାର ଲେଖାଅଛି I ତଥାପି, ଅନ୍ୟାନ୍ୟ ଅନେକ ଅନୁବାଦଗୁଡିକରେ “ଆଉ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ” ବୋଲି ଲେଖାଅଛି I ପ୍ରତ୍ୟେକ ଲେଖା ମୂଳ ଲେଖା ବୋଲି ପ୍ରମାଣ ରହିଛି I ଅନୁବାଦକମାନେ ସମ୍ଭବତଃ ସେମାନଙ୍କ ଅଞ୍ଚଳର ଉପଯୋଗିତାକୁ ଦୃଷ୍ଟିରେ ରଖି ସଂସ୍କରଣକୁ ବାଛିବା ଉଚିତ I

(ଦେଖ: rc://*/ta/man/translate/translate-textvariants)