or_tn_old/2co/13/intro.md

3.2 KiB
Raw Permalink Blame History

କରିନ୍ଥୀୟ ୧୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ, ପାଉଲ ଆପଣା ଅଧିକାରର ପକ୍ଷ ସମର୍ଥନ କରିବା ଶେଷ କରୁଛନ୍ତି I ତାପରେ ସେ ଶେଷ ନମସ୍କାର ଓ ଆଶୀର୍ବାଦ ସହ ପତ୍ରଟିକୁ ସମାପ୍ତ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ପ୍ରସ୍ତୁତି

ପାଉଲ ସେମାନଙ୍କୁ ପରିଦର୍ଶନ କରିବାକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ସମୟରେ କରିନ୍ଥୀୟମାନଙ୍କୁ ଉପଦେଶ ଦେଉଛନ୍ତି I ସେ ଆଶା କରୁଛନ୍ତି ଯେ ସେ ପହଞ୍ଚିବା ପରେ କାହାକୁ ଯେପରି ଶାସନ କରିବାକୁ ନ ପଡେ ଓ ସେ ସେମାନଙ୍କୁ ଆନନ୍ଦରେ ସାକ୍ଷାତ କରିପାରିବେ I (ଦେଖ: rc://*/tw/dict/bible/kt/disciple)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶକ୍ତି ଓ ଦୁର୍ବଳତା

ପାଉଲ ଏହି ଅଧ୍ୟାୟରେ ବାରମ୍ବାର ବିଷମ ଶବ୍ଦ “ଶକ୍ତି” ଓ “ଦୁର୍ବଳତା”କୁ ବ୍ୟବହାର କରୁଛନ୍ତି I ଯେଉଁ ଶବ୍ଦଗୁଡ଼ିକ ପରସ୍ପରର ବିପରୀତ ବୋଲି ବୁଝିହୁଏ, ଅନୁବାଦକ ସେହି ଶବ୍ଦଗୁଡ଼ିକୁ ବ୍ୟବହାର କରିବା ଉଚିତ୍ I

”ତୁମ୍ଭେମାନେ ବିଶ୍ବାସରେ ଅଛ କି ନାହିଁ, ଆପଣା ଆପଣାକୁ ପରୀକ୍ଷା କରି ଦେଖ I ଆପଣା ଆପଣାକୁ ପରୀକ୍ଷା କର I”

ଏହି ବାକ୍ୟଗୁଡିକର ଅର୍ଥ ସମ୍ବନ୍ଧରେ ପଣ୍ଡିତମାନେ ଭିନ୍ନଭିନ୍ନ ମତ ଦିଅନ୍ତି I କେତେକ ପଣ୍ଡିତ କହନ୍ତି ଯେ ଖ୍ରୀଷ୍ଟିୟାନମାନେ ସେମାନଙ୍କର କର୍ମଗୁଡିକ ସେମାନଙ୍କର ବିଶ୍ବାସ ସହିତ ମେଳ ଖାଉଛି କି ନାହିଁ ଦେଖିବା ଆବଶ୍ୟକ I ପୂର୍ବାପର ପ୍ରସଙ୍ଗକୁ ଦେଖିଲେ ଏହି ଚିନ୍ତାଧାରା ଠିକ୍ ଲାଗୁଛି I ଅନ୍ୟମାନେ କହନ୍ତି ଯେ ଏହି ବାକ୍ୟର ଅର୍ଥ ହେଉଛି ଖ୍ରୀଷ୍ଟିୟାନମାନେ ସେମାନଙ୍କର କର୍ମଗୁଡିକୁ ଦେଖି ସେମାନେ ପ୍ରକୃତରେ ପରିତ୍ରାଣ ପାଇଛନ୍ତି କି ନାହିଁ ଆପଣା ଆପଣାକୁ ପ୍ରଶ୍ନ କରିବା ଉଚିତ I (ଦେଖ: [[rc:///tw/dict/bible/kt/faith]] ଓ [[rc:///tw/dict/bible/kt/save]])