or_tn_old/1th/front/intro.md

11 KiB
Raw Permalink Blame History

୧ ଥେସଲନୀକୀୟ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

୧ ଥେସଲନୀକୀୟ ପୁସ୍ତକର ରୂପରେଖା

  1. ଅଭିବାଦନ (୧:୧)
  2. ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଧନ୍ୟବାଦର ପ୍ରାର୍ଥନା (୧:-୧୦)
  3. ଥେସଲନୀକୀରେ ପାଉଲଙ୍କ ସେବାକାର୍ଯ୍ୟ (:୧-୧୬)
  4. ସେମାନଙ୍କର ଆତ୍ମିକ ଅଭିବୃଦ୍ଧିପାଇଁ ପାଉଲଙ୍କର ଚିନ୍ତା -ଜଣେ ମାତା ସଦୃଶ (:୭)
  • ଜଣେ ପିତା ସଦୃଶ (:୧୧)
  1. ପାଉଲ ତୀମଥିଙ୍କୁ ଥେସଲନୀକୀକୁ ପଠାଉଛନ୍ତି ଓ ତୀମଥି ଫେରିଆସି ପାଉଲଙ୍କୁ ବିବରଣୀ ଦେଉଛନ୍ତି (୩:୧-୧୩)
  2. ବ୍ୟବହାରିକ ପରାମର୍ଶ
  • ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାନିମନ୍ତେ ଜୀବନ ଯାପନ କର (୪:୧-୧୨)
  • ମୃତ୍ୟୁଭୋଗ କରିଥିବା ଲୋକମାନଙ୍କ ନିମନ୍ତେ ସାନ୍ତ୍ବନା (୪:୧୨-୧୮)
  • ଈଶ୍ବର ପରାୟଣ ଜୀବନଯାପନ ନିମନ୍ତେ ଖ୍ରୀଷ୍ଟଙ୍କର ପୁନରାଗମନ ଗୋଟିଏ ଅଭିପ୍ରାୟ ଅଟେ (୫:୧-୧୧)
  1. ଶେଷ ଆଶୀର୍ବାଦ, ଧନ୍ୟବାଦ ଓ ପ୍ରାର୍ଥନା (୫:୧୨-୨୮)

୧ ଥେସଲନୀକୀୟ ପୁସ୍ତକ କିଏ ଲେଖିଥିଲେ?

୧ ଥେସଲନୀକୀୟ ପୁସ୍ତକ ପାଉଲ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

କରିନ୍ଥରେ ଥିବା ସମୟରେ ପାଉଲ ଏହି ପତ୍ର ଲେଖିଥିଲେ I ଅନେକ ପଣ୍ଡିତ ଭାବନ୍ତି ଯେ ପାଉଲ ଲେଖିଥିବା ପତ୍ର ମଧ୍ୟରୁ ୧ଥେସଲନୀକୀୟ ପତ୍ରଟି ପାଉଲ ଲେଖିଥିବା ପ୍ରଥମ ପତ୍ର ଥିଲା I

୧ ଥେସଲନୀକୀୟ ପୁସ୍ତକ କେଉଁ ବିଷୟରେ ଲେଖାଯାଇଛି?

ପାଉଲ ଏହି ପତ୍ରଟି ଥେସଲନୀକୀରେ ରହିଥିବା ବିଶ୍ବାସୀମାନଙ୍କୁ ଲେଖିଥିଲେ I ଯିହୂଦୀମାନେ ତାହାଙ୍କୁ ଥେସଲନୀକୀ ନଗର ଛାଡିବାକୁ ବାଧ୍ୟ କରିବାପରେ ସେ ଏହି ପତ୍ର ଲେଖିଥିଲେ I ଯଦିଓ ତାହାଙ୍କୁ ସେହି ନଗର ଛାଡିବାକୁ ବାଧ୍ୟ କରାଯାଇଥିଲା, ସେ ଏହି ପତ୍ରରେ କହୁଛନ୍ତି ଯେ ସେମାନଙ୍କ ନିକଟକୁ ତାହାଙ୍କର ଯିବା ସଫଳ ହୋଇଥିଲା I

ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ତୀମଥି ଆଣିଥିବା ସମ୍ବାଦ ବିଷୟରେ ପାଉଲ ପ୍ରତ୍ୟୁତ୍ତର ଦେଉଛନ୍ତି I ସେଠାକାର ବିଶ୍ବାସୀମାନେ ତାଡନା ପ୍ରାପ୍ତ ହେଉଥିଲେ I ସେ ସେମାନଙ୍କର ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନକୁ ଜାରିରଖିବା ନିମନ୍ତେ ଉତ୍ସାହ ଦେଲେ I ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିଥବା ଲୋକମାନଙ୍କ ପ୍ରତି କଅଣ ଘଟିବ, ତାହା ବୁଝାଇ ମଧ୍ୟ ସେମାନଙ୍କୁ ସାନ୍ତ୍ବନା ଦେଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ ଏହାକୁ “୧ ଥେସଲନୀକୀୟ” କିମ୍ବା “ପ୍ରଥମ ଥେସଲନୀକୀୟ” ବୋଲି କହିପାରନ୍ତି I ସେମାନେ ତା’ ପରିବର୍ତ୍ତେ “ଥେସଲନୀକୀୟ ମଣ୍ଡଳୀକୁ ପାଉଲଙ୍କର ପ୍ରଥମ ପତ୍ର” କିମ୍ବା “ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କର ପ୍ରଥମ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: rc://*/ta/man/translate/translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ଯୀଶୁଙ୍କର “ଦ୍ବିତୀୟ ଆଗମନ” କଅଣ?

ପୃଥିବୀକୁ ଯୀଶୁଙ୍କର ଘଟଣାବହୁଳ ପୁନରାଗମନ ବିଷୟରେ ପାଉଲ ଏହି ପତ୍ରରେ ବହୁତ କିଛି ଲେଖିଛନ୍ତି I ଯେତେବେଳେ ଯୀଶୁ ଆସିବେ, ସେ ସମସ୍ତ ମାନବଜାତିର ବିଚାର କରିବେ I ସେ ମଧ୍ୟ ସୃଷ୍ଟି ଉପରେ ରାଜତ୍ବ କରିବେ, ଓ ସେହି ସମୟରେ ସର୍ବତ୍ର ଶାନ୍ତି ସ୍ଥାପିତ ହେବ I

ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ଯେଉଁମାନେ ମୃତ୍ୟୁଭୋଗ କରିଥିବେ, ସେମାନଙ୍କ ପ୍ରତି କଅଣ ଘଟିବ?

ପାଉଲ ସ୍ପଷ୍ଟ କଲେ ଯେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ଯେଉଁମାନେ ମୃତ୍ୟୁଭୋଗ କରିଥିବେ, ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ରହିବେ I ସେମାନେ ଅନନ୍ତକାଳପାଇଁ ମୃତହୋଇ ରହିବେ ନାହିଁ I ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିବାପାଇଁ ପାଉଲ ଏହା ଲେଖିଥିଲେ I କାରଣ ସେମାନଙ୍କ ମଧ୍ୟରୁ କେତେକ ବିବ୍ରତ ହେଉଥିଲେ ଯେ ମୃତହୋଇଥିବା ଲୋକମାନେ ଯୀଶୁଙ୍କ ଆଗମନର ସେହି ମହାଦିନକୁ ହରାଇବେ I

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” କୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

୧ଥେସଲନୀକୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?

ନିମ୍ନ ପଦଗୁଡିକ ବିଷୟରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ମତ ପୋଷଣ କରେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

  • ""ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ” (୧:୧)I କେତେକ ପ୍ରାଚୀନ ସଂସ୍କରଣରେ ଲେଖାଅଛି “ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I”
  • ""କିନ୍ତୁ, ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ମୃଦୁଶୀଳହୋଇ ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ I” ଅନ୍ୟ ଆଧୁନିକ ଓ ପ୍ରାଚୀନ ସଂସ୍କରଣ ଗୁଡିକରେ ଲେଖାଅଛି, “କିନ୍ତୁ, ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ମୃଦୁଶୀଳହୋଇ ମାତା ଯେପରି ଆପଣା ସନ୍ତାନମାନଙ୍କୁ ସାନ୍ତ୍ବନା ଦିଏ I”
  • ""ଈଶ୍ବରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥି” (୩:)I କେତେକ ଅନ୍ୟ ସଂସ୍କରଣଗୁଡିକରେ ଲେଖାଅଛି, “ଈଶ୍ବରଙ୍କ ଦାସ ଆମ୍ଭମାନଙ୍କ ଭାଇ ତୀମଥି I”

(ଦେଖ: rc://*/ta/man/translate/translate-textvariants)