or_tn_old/1co/front/intro.md

17 KiB
Raw Permalink Blame History

୧କରିନ୍ଥୀୟର ସୂଚନା

ଭାଗ ୧: ସାଧାରଣ ସୂଚନା

୧ କରିନ୍ଥୀୟ ପୁସ୍ତକର ରୂପରେଖା

୧ I ମଣ୍ଡଳୀରେ ବିଭାଜନ(୧:୧୦-୪:୨୧) ୧ I ନୈତିକ ପାପ ଏବଂ ଅନିୟମିତତା(୫:୧-୧୩) ୧ I ଖ୍ରୀଷ୍ଟିୟାନମାନେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ନ୍ୟାୟାଳୟକୁ ନେଇଯିବା ବିଷୟରେ (୬:୧-) ୧ I ବିବାହ ଓ ତତ୍ ସମ୍ପର୍କୀୟ ବିଷୟଗୁଡିକ (୭:୧-୪୦) ୧ I ଖ୍ରୀଷ୍ଟିୟାନ ସ୍ବାଧିନତାର ଅପବ୍ୟବହାର; ମୂର୍ତ୍ତି ନିକଟରେ ଭୋଜନର ଉତ୍ସର୍ଗ, ପ୍ରତିମା ପୂଜାରୁ ପଳାୟନ; ନାରୀମାନଙ୍କ ମସ୍ତକ ଆଚ୍ଛାଦନ (୮:୧-୧୩;୧୦:୧-୧୧:୧୬) ୧ I ଜଣେ ପ୍ରେରିତ ଭାବରେ ପାଉଲଙ୍କ ଅଧିକାର (୯:୧୨୭) ୧ I ପ୍ରଭୁଭୋଜ(୧୧:୧୭-୩୪) ୧ I ପବିତ୍ର ଆତ୍ମାଙ୍କ ଦାନଗୁଡିକ (୧୨:୧-୩୧) ୧ I ପ୍ରେମ(୧୩:୧-୧୩) ୧ I ପବିତ୍ର ଆତ୍ମାଙ୍କଦାନ ଗୁଡିକ: ଭାବବାଣୀ ଓ ପରଭାଷା (୧୪:୧-୪୦) ୧ I ବିଶ୍ବାସୀମାନଙ୍କର ପୁନରୁତ୍ଥାନ ଏବଂ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ (୧୫:୧-୫୮) ୧ I ସମାପ୍ତି: ଯିରୁଶାଲମର ଖ୍ରୀଷ୍ଟିୟାନମାନଙ୍କ ପାଇଁ ସାହାଯ୍ୟ, ଅନୁରୋଧ,ଏବଂ ବ୍ୟକ୍ତିଗତ ଅଭିବାଦନ(୧୬:୧-୨୪)

୧କରିନ୍ଥୀୟ ପୁସ୍ତକ କିଏ ଲେଖିଥିଲେ? ପାଉଲ ୧କରିନ୍ଥୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ସସ୍ ସହର ନିବାସୀ ଥିଲେ I ଖ୍ରୀଷ୍ଟକୁ ଜାଣିବା ପୁର୍ବରୁ ସେ ଶାଉଲ ନାମରେ ପରିଚିତ ଥିଲେ I ପାଉଲ ଜଣେ ଫାରୁଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଖ୍ରୀଷ୍ଟିୟାନ ହେବା ପରେ, ସେ ଅନେକ ଥର ରୋମ ସାମ୍ରାଜ୍ୟରେ ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ I

ପାଉଲ କରିନ୍ଥୀୟ ମଣ୍ଡଳୀ ଆରମ୍ଭ କରିଥିଲେ । ଏହି ପତ୍ର ଲେଖିବା ସମୟରେ ସେ ଏଫିସ୍ ସହରରେ ରହୁଥିଲେ I

୧କରିନ୍ଥୀୟ ପୁସ୍ତକଟି କେଉଁ ବିଷୟରେ ଲେଖାଯାଇଛି?

ଏହି ୧ କରିନ୍ଥୀୟ ପତ୍ରଟି ପାଉଲ କରିନ୍ଥ ସହରରେ ରହୁଥିବା ବିଶ୍ବାସୀମାନଙ୍କ ନିକଟକୁ ଲେଖିଥିଲେ I ପାଉଲ ଶୁଣିଥିଲେ ଯେ ସେଠାରେ ରହୁଥିବା ବିଶ୍ବାସୀମାନଙ୍କ ମଧ୍ୟରେ କିଛି ସମସ୍ୟା ରହିଛି । ସେମାନେ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଥିଲେ I ସେମାନଙ୍କ ମଧ୍ୟରୁ କେତେକ ବିଶ୍ବାସୀମାନେ ଖ୍ରୀଷ୍ଟିୟାନ ଶିକ୍ଷାକୁ ବୁଝି ପାରୁ ନ ଥିଲେ I ପୁଣି ସେମାନଙ୍କ ମଧ୍ୟରୁ କେତେକ ବିଶ୍ବାସୀମାନେ ବହୁତ ମନ୍ଦ ବ୍ୟବହାର କରୁଥିଲେ I ଇଶ୍ବରଙ୍କୁ ସନ୍ତୁଷ୍ଟ କରିବା ପରି ଜୀବନ ଯାପନ କରିବା ପାଇଁ ପାଉଲ ଏହି ପତ୍ର ମାଧ୍ୟମରେ ସେମାନଙ୍କୁ ଉତ୍ସାହ ପ୍ରଦାନ କରୁଛନ୍ତି

ଏହି ପୁସ୍ତକର ଶୀର୍ଷକକୁ କେଉଁ ପ୍ରକାରେ ଅନୁବାଦ କରାଯିବା ଆବଶ୍ୟକ ?

ଅନୁବାଦକ ଏହି ପୁସ୍ତକର ଶୀର୍ଷକକୁ ପାରମ୍ପାରିକ ଶୀର୍ଷକ ”ପ୍ରଥମ କରିନ୍ଥୀୟ” ନାମରେ ନାମିତ କରିପାରିବେ କିମ୍ବା ସେମାନେ “କରିନ୍ଥୀୟ ମଣ୍ଡଳୀକୁ ପାଉଲଙ୍କ ପ୍ରଥମ ପତ୍ର” ଭଳି ସ୍ପଷ୍ଟ ନାମରେ ମଧ୍ୟ ନାମିତ କରିପାରିବେ (ଦେଖ:rc://*/ta/man/translate/translate-names)

ଭାଗ : ଧର୍ମ ଓ ସଂସ୍କୃତି ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ

କରିନ୍ଥ ସହର କେଉଁ ପ୍ରକାର ଥିଲା ? କରିନ୍ଥ ସହର ପ୍ରାଚୀନ ଗ୍ରୀସର ଏକ ମୁଖ୍ୟ ସହର ଥିଲା । ଏହି ସହର ଭୂମଧ୍ୟ ସାଗର ନିକଟରେ ଥିବା ସକାଶୁ ବହୁସଂଖ୍ୟକ ଯାତ୍ରୀମାନେ ଓ ବ୍ୟବସାୟୀମାନେ ସେଠାକୁ କିଣାବିକା କରିବାକୁ ଆସୁଥିଲେ । ଏଥିପାଇଁ ଏହି ସହରରେ ବିଭିନ୍ନ ସଂସ୍କୃତିର ଲୋକମାନେ ରହୁଥିଲେ । ଅନୈତିକ ଜୀବନ ଯାପନ କରୁଥିବା ଲୋକମାନଙ୍କ କାରଣରୁ ଏହି ସହର ପ୍ରସିଦ୍ଧ ଥିଲା । ଗ୍ରୀକମାନଙ୍କର ପ୍ରେମର ଦେବୀ ଏଫ୍ରୋଡାଇଟ୍ ର ଲୋକମାନେ ପୂଜା କରୁଥିଲେ । ଏଫ୍ରୋଡାଇଟ୍ ଦେବୀର ଆରାଧନା ର ଏକ ବିଧି ଭାବରେ ତାହାର ଉପାସକମାନେ ମନ୍ଦିରରେ ଥିବା ବେଶ୍ୟାମାନଙ୍କ ସହିତ ଯୌନ ସମ୍ଭୋଗ କରୁଥିଲେ ।

ମୁର୍ତ୍ତି ଆଗରେ ମାଂସ ଉତ୍ସର୍ଗ କରିବାରେ କ’ଣ ସମସ୍ୟା ଥିଲା ?

କରିନ୍ଥରେ ମିଥ୍ୟା ଦେବତାମାନଙ୍କ ଉଦ୍ଦେଶ୍ୟରେ ଅନେକ ପଶୁମାନଙ୍କୁ ସଂହାର କରି ଉତ୍ସର୍ଗ କରାଯାଉ ଥିଲା । ଯାଜକ ଓ ଉପାସକମାନେ ସେହି ଉତ୍ସର୍ଗିକୃତ ମାଂସରୁ କିଛି ଅଂଶ ରଖୁଥିଲେ। ଆଉ ସେହି ମାଂସର ଅଧିକାଂଶ ଭାଗ ବଜାରରେ ବିକ୍ରୀ କରାଯାଉଥିଲା । ସେହି ମାଂସ ଖାଇବା ଉଚିତ୍ କି ନୁହେ ତାହା ନେଇ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦ ଦେଖାଯାଉଥିଲା, କାରଣ ତାହା ମିଥ୍ୟା ଦେବତାମାନଙ୍କୁ ଉର୍ତ୍ସଗ କରାଯାଇଥିଲା । ପାଉଲ ଏହି ସମସ୍ୟା ବିଷୟରେ ୧ କରିନ୍ଥୀୟରେ ଲେଖିଛନ୍ତି ।

ଭାଗ ୩:ଅନୁବାଦରେ ଗୁରୁତ୍ବପୂର୍ଣ୍ଣ ସମସ୍ୟା

ULTରେ କେମିତି “ପବିତ୍ର” ଏବଂ “ପବିତ୍ରୀକରଣ ପ୍ରକିୟା”କୁ ୧ କରିନ୍ଥୀୟରେ ଉପସ୍ଥାପନା କରାଯାଇଅଛି ?

ଧର୍ମଶାସ୍ତ୍ରରେ ଅନେକ ଚିନ୍ତାଧାରା ମଧ୍ୟରୁ ଗୋଟିଏକୁ ପ୍ରକାଶ କରିବା ପାଇଁ ଏପରି ଶବ୍ଦଗୁଡିକୁ ବ୍ୟବହାର କରାଯାଇଛି । ଏଥିପାଇଁ, ଅନୁବାଦ କରାଯାଉଥିବା ବାଇବଲରେ ଏପରି ଶବ୍ଦକୁ ପରିପ୍ରକାଶ କରିବା ଅନୁବାଦକମାନଙ୍କ ପାଇଁ ପ୍ରାୟତଃ କଷ୍ଟକର ହୋଇଥାଏ । ୧ କରିନ୍ଥୀୟ ULT ଇଂରାଜୀ ଭାଷାରେ ଅନୁବାଦ କରିବା ନିମନ୍ତେ ନିମ୍ନଲିଖିତ ସିଦ୍ଧାନ୍ତଗୁଡିକୁ ବ୍ୟବହାର କରିଥାଏ :

ଅନେକ ସମୟରେ ଏକ ଶାସ୍ତ୍ରାଂଶର ଅର୍ଥ ନୈତିକ ପବିତ୍ରତାକୁ ଦର୍ଶାଇଥାଏ । ସୁସମାଚାରକୁ ବୁଝିବା ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବିଷୟ ଏହା ଯେ ଖ୍ରୀଷ୍ଟିୟାନମାନେ ପାପରହିତ ହୁଅନ୍ତୁ ବୋଲି ଈଶ୍ବର ଚାହାଁନ୍ତି କାରଣ ସେମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ମିଳିତ ହୋଇଛନ୍ତି । ଆଉ ଏକ ସତ୍ୟ ହେଉଛି ଯେ ଈଶ୍ବର ପବିତ୍ର ଓ ନିର୍ଦୋଷ ଅଟନ୍ତି । ତୃତୀୟ ସତ୍ୟ ଏହା ଯେ ଖ୍ରୀଷ୍ଟିୟାନମାନେ ଅନିନ୍ଦନିୟ ଓ ନିର୍ଦୋଷଭାବେ ସେମାନଙ୍କର ଜୀବନଯାପନ କରିବା ଦରକାର । ଏହି କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” “ପବିତ୍ରଜନ,” ଓ “ପବିତ୍ର ଲୋକମାନେ” ଶବ୍ଦକୁ ବ୍ୟବହାର କରିଛି। (ଦେଖ:୧:;୩:୧୭) *ଅନେକ ସମୟରେ ଏକ ଶାସ୍ତ୍ରାଂଶର ଭାବ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ ଓ ସେମାନଙ୍କର କୌଣସି ବିଶେଷ ଭୂମିକା ସକାଶେ ନୁହେଁ । ଏହି କ୍ଷେତ୍ରରେ ULT “ବିଶ୍ବାସୀ”ଓ “ବିଶ୍ବାସୀମାନେ” ଶବ୍ଦକୁ ବ୍ୟବହାର କରିଛି (ଦେଖ:୬:୧,;୧୪:୩୩;୧୬:୧,୧୫)

  • ଅନେକ ସମୟରେ ଏକ ଶାସ୍ତ୍ରାଂଶର ଭାବ ଜଣେ ବ୍ୟକ୍ତି ବା ବସ୍ତୁକୁ ବୁଝାଏ ଯାହାଙ୍କୁ ଈଶ୍ବରଙ୍କ ନିମନ୍ତେ ପୃଥକୀକୃତ କରାଯାଇଥାଏ । ଏହି କ୍ଷେତ୍ରରେ ULT “ପୃଥକୀକୃତ,” “ଉତ୍ସର୍ଗୀକୃତ"" ”ସଂରକ୍ଷିତ,” ଓ “ପବିତ୍ରୀକୃତ"" ଶବ୍ଦଗୁଡ଼ିକୁ ବ୍ୟବହାର କରିଛି । (ଦେଖ:୧:;୬:୧୧;୭:୧୪,୩୪)

ଏହିପରି ଶବ୍ଦ ବା ଅର୍ଥକୁ ନିଜ ଭାଷାରେ କିପରି ଅନୁବାଦ କରିବେ ତାହା ବୁଝିବା ନିମନ୍ତେ UST ଅନୁବାଦକଙ୍କୁ ବହୁତ ସାହଯ୍ୟ କରିଥାଏ ।

“ଶରୀରର ଅର୍ଥ କ’ଣ ?

ପାପପୂର୍ଣ୍ଣ କାର୍ଯ୍ୟ କରୁଥିବା ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହିବା ନିମନ୍ତେ ପାଉଲ ବାରମ୍ବାର “ଶରୀର” ଓ “ଶରୀରର କାର୍ଯ୍ୟ” ଶବ୍ଦଗୁଡ଼ିକୁ ବ୍ୟବହାର କରିଛନ୍ତି I ତେବେ ଭୌତିକ ଜଗତ ଯେ ମନ୍ଦ ଅଟେ ଏହା ନୁହେଁ । ଧାର୍ମିକ ଜୀବନ ଯାପନ କରୁଥିବା ଖ୍ରୀଷ୍ଟିୟାନମାନଙ୍କୁ ପାଉଲ “ଅଧ୍ୟାତ୍ମିକ” ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହାର କାରଣ ହେଉଛି ଯେ ପବିତ୍ରଆତ୍ମା ସେମାନଙ୍କୁ ଯେପରି ଶିଖାଉଥିଲେ ସେମାନେ ସେହିପରି କରୁଥିଲେ I(ଦେଖ :ଏବଂ [[rc:///tw/dict/bible/kt/flesh]] ଏବଂ [[rc:///tw/dict/bible/kt/righteous]])

“ଖ୍ରୀଷ୍ଟଙ୍କଠାରେ” “ପ୍ରଭୁଙ୍କଠାରେ” ଇତ୍ୟାଦି ଶବ୍ଦ ବ୍ୟବହାର କରିବା ଦ୍ବାରା ପାଉଲ କ’ଣ ବ୍ୟକ୍ତ କରିବାକୁ ଚାହୁଁଛନ୍ତି?

୧:,୩୦,୩୧; ୩:୧; ୪:୧୦,୧୫,୧୭; ୬:୧୧,୧୯;୭:; ୯:୧,; ୧୧:୧୧,୨୫; ୧୨:୩,୯,୧୩,୧୮,୨୫; ୧୪:୧୬; ୧୫:୧୮,୧୯,,୩୧,୫୮; ୧୬:୧୯,୨୪ ରେ ଆମେ ଏହି ପ୍ରକାର ଅଭିବ୍ୟକ୍ତି ଦେଖି ପାରିବା I ଖ୍ରୀଷ୍ଟ ଏବଂ ବିଶ୍ବାସୀମାନଙ୍କ ମଧ୍ୟରେ ଥିବା ଘନିଷ୍ଟ ମିଳନକୁ ପ୍ରକାଶ କରିବାକୁ ପାଉଲ ଚାହୁଁଛନ୍ତି । ତହିଁ ସଙ୍ଗେ ସଙ୍ଗେ ସେ ଅନ୍ୟ ଅର୍ଥ ମଧ୍ୟ ପ୍ରକାଶ କରିବାକୁ ଚାହୁଁଥିଲେ, ଯଥା : “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଉତ୍ସର୍ଗିକୃତ ହୋଇ ଅଛନ୍ତି”(୧:), ଏଠାରେ ପାଉଲ କହନ୍ତି ଯେ ଖ୍ରୀଷ୍ଟିୟାନ ବିଶ୍ବାସୀମାନେ ଖ୍ରୀଷ୍ଟଙ୍କଠାରେ ଉତ୍ସର୍ଗିକୃତ ହୋଇ ଅଛନ୍ତି I

ଏହି ପ୍ରକାର ଅଭିବ୍ୟକ୍ତି ବିଷୟରେ ଅଧିକ ଜାଣିବା ପାଇଁ ରୋମୀୟ ପୁସ୍ତକର ଭୂମିକାକୁ ଦେଖନ୍ତୁ I

୧କରିନ୍ଥୀୟ ପୁସ୍ତକର ଲିଖିତାଂଶରେ ମୁଖ୍ୟ ସମସ୍ୟା ଗୁଡିକ କ’ଣ ଅଟେ ? ନିମ୍ନ ଲିଖିତ ପଦମାନଙ୍କରେ ବାଇବଲର ଆଧୁନିକ ସଂସ୍କରଣଗୁଡିକ ପୁରାତନ ସଂସ୍କରଣଠାରୁ ଭିନ୍ନ ଅଟେ । ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ବାଇବଲର ଆଧୁନିକ ସଂସ୍କରଣଗୁଡିକୁ ଅନୁସରଣ କରନ୍ତୁ । ତଥାପି, ଯଦି ଅନୁବାଦକମାନଙ୍କ ଅଞ୍ଚଳରେ ପୁରୁଣା ସଂସ୍କରଣ ବ୍ୟବହାର ହେଉଛି, ତାହାହେଲେ ସେମାନେ ପୁରୁଣା ସଂସ୍କରଣ ବ୍ୟବହାର କରି ପାରିବେ । ସେପରି ସ୍ଥଳେ ସେହି ପଦଗୁଡ଼ିକୁ ବନ୍ଧନୀ ଦେଇ ଲେଖି ପାରିବେ ଏହା ଦର୍ଶାଇବା ପାଇଁ ଯେ ତାହା ସମ୍ଭବତଃ ୧କରିନ୍ଥୀୟର ମୂଳ ଲେଖାରେ ନ ଥିଲା । “ଅତଏବ ତୁମ୍ଭମାନଙ୍କ ଶରୀର ଦ୍ବାରା ଈଶ୍ବରଙ୍କୁ ଗୌରବାନ୍ବିତ କର” କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି, ତୁମ୍ଭମାନଙ୍କ ଶରୀର ଓ ଆତ୍ମା ଦ୍ବାରା ଈଶ୍ବରଙ୍କୁ ଗୌରବାନ୍ବିତ କର, ଯାହା ଇଶ୍ବରଙ୍କର ଅଟେ I” (୬:)

*ମୁଁ ନିଜେ ବ୍ୟବସ୍ଥାର ଅଧିନରେ ନ ଥାଇ ମଧ୍ୟ ତାହା କଲି (୯:) । କେତେକ ପୁରୁଣା ସଂସ୍କରଣଗୁଡିକ ଏହି ପଦକୁ ଛାଡି ଦେଇଛନ୍ତି । “ବିବେକ ଥିବା ସକାଶେ –ଅନ୍ୟ ବ୍ୟକ୍ତିର ବିବେକ” । କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି: “ବିବେକ ଥିବା ସକାଶେ: କାରଣ ପୃଥିବୀ ଓ ଏଥିରେ ଥିବା ସମସ୍ତବସ୍ତୁ ଈଶ୍ବରଙ୍କର ଅଟେ: ଅନ୍ୟ ବ୍ୟକ୍ତିଙ୍କର ବିବେକ(୧୦:୨୮)

  • “ଏବଂ ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମପର୍ଣ କରୁଅଛି” (୧୩:୩) । କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି: “ଏବଂ ମୁଁ ଯେପରି ଗର୍ବ କରିପାରେ ଏଥିପାଇଁ ମୁଁ ମୋହର ଶରୀରକୁ ସମପର୍ଣ କରୁଅଛି”
  • “କିନ୍ତୁ କେହି ଯଦି ଏ ବିଷୟରେ ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ”(୧୪:୩୮) କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି: “କିନ୍ତୁ କେହି ଯଦି ଏହି ବିଷୟରେ ଅଜ୍ଞାନୀ ହୁଏ, ତେବେ ସେ ଅଜ୍ଞାନୀ ରହୁ ।”

(ଦେଖ: rc://*/tw/dict/bible/kt/spirit)