or_tn_old/1co/12/intro.md

2.9 KiB

୧କରିନ୍ଥୀୟ ୧୨ ପର୍ବ ସାଧାରଣ ଟିପ୍ପଣୀ

ଗଠନପ୍ରଣାଳୀଏବଂ ରୂପରେଖା

ପବିତ୍ର ଆତ୍ମାଙ୍କ ଦାନଗଡ଼ିକ

ଏହି ଅଧ୍ୟାୟରେ ଏକ ନୂତନ ଭାଗ ଆରମ୍ଭ ହୋଇଛି । ଅଧ୍ୟାୟ ୧୨-୧୪ରେ ମଣ୍ଡଳୀ ମଧ୍ୟରେ ଆତ୍ମିକ ଦାନଗୁଡିକ ବିଷୟରେ ଆଲୋଚନା କରାଯାଇଛି ।

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ମଣ୍ଡଳୀ, ଖ୍ରୀଷ୍ଟଙ୍କ ଶରୀର

ଏହା ଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ ରୁପକ ଅଟେ । ମଣ୍ଡଳୀର ବିଭିନ୍ନ ଅନେକ ଭାଗ ରହିଛି । ପ୍ରତ୍ୟେକ ଭାଗର ଅଲଗା ଅଲଗା କାର୍ଯ୍ୟ ରହିଛି । ସେମାନେ ସମସ୍ତେ ମିଶି ଗୋଟିଏ ମଣ୍ଡଳୀ ହୁଅନ୍ତି । ସମସ୍ତ ବିଭିନ୍ନ ଅଙ୍ଗର ଆବଶ୍ୟକତା ରହିଛି । ପ୍ରତ୍ୟେକ ଅଙ୍ଗ ଅନ୍ୟ ସବୁ ଅଙ୍ଗ ପାଇଁ ଚିନ୍ତା କରିବା ଦରକାର, ଏପରିକି ସେହି ଅଙ୍ଗଗୁଡିକ ନିମନ୍ତେ ମଧ୍ୟ ଯେଉଁଗୁଡିକ କମ୍ ଗୁରୁତ୍ବପୂର୍ଣ୍ଣ ମନେ ହୁଅନ୍ତି । (ଦେଖ:rc://*/ta/man/translate/figs-metaphor)

ଏହି ଅଧ୍ୟାୟରେ ସାମ୍ଭାବ୍ୟ ଅନ୍ୟ ଅନୁବାଦ ସମ୍ପର୍କୀୟ କଠିନତା

ପବିତ୍ର ଆତ୍ମାଙ୍କ ବିନା, “ଯୀଶୁ ହିଁ ପ୍ରଭୁ ଅଟନ୍ତି ବୋଲି କେହି ମଧ୍ୟ କହି ପାରିବେ ନାହିଁ ।”

ପୁରାତନ ନିୟମକୁ ପଢିବା ସମୟରେ, ଯିହୁଦୀମାନେ “ଯିହୋବା” ଶବ୍ଦ ପରିବର୍ତ୍ତେ “ପ୍ରଭୁ” ଶବ୍ଦ ବ୍ୟବହାର କରି ପାରିଥାନ୍ତେ । ସମ୍ଭବତଃ ଏହି ବାକ୍ୟର ଅର୍ଥ ହେଉଛି ଯେ ପବିତ୍ର ଆତ୍ମାଙ୍କ ପ୍ରଭାବ ଓ ଏହି ସତ୍ୟକୁ ଗ୍ରହଣ କରିବା ନିମନ୍ତେ ତାଙ୍କର ଆକର୍ଷଣ ବିନା ଯୀଶୁ ଯେ ଯିହୋବା ଅଟନ୍ତି ପୁଣି ଇଶ୍ବର ଶରୀର ଧାରଣ କରିଛନ୍ତି ବୋଲି କେହି କହି ପାରିବ ନାହିଁ । ଯଦି ଏହି ବାକ୍ୟକୁ ନିମ୍ନ ସ୍ତରର ଅନୁବାଦ କରାଯାଏ ତେବେ ଏହାର ଅନୁଦ୍ଦେଶ୍ୟ ଭାବେ ଧର୍ମତତ୍ତ୍ବଗତ ପରିଣାମ ହୋଇପାରେ ।