or_tn_old/1co/10/intro.md

4.4 KiB

୧କରିନ୍ଥୀୟ ୧୦ ପର୍ବ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ରୂପ ରେଖା

ଅଧ୍ୟାୟ ୮-୧୦ରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି: “ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ଖାଇବା କଣ ଗ୍ରହଣଯୋଗ୍ୟ?”

ଏହି ଅଧ୍ୟାୟରେ, ପାପ ନ କରିବାକୁ ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ପାଉଲ ଯାତ୍ରା ପୁସ୍ତକକୁ ବ୍ୟବହାର କରିଛନ୍ତି । ତା’ପରେ ସେ ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ବିଷୟରେ ଆଲୋଚନା କରୁଛନ୍ତି । ସେ ପ୍ରଭୁଭୋଜକୁ ଏକ ଉଦାହରଣ ଭାବରେ ବ୍ୟବହାର କରୁଛନ୍ତି । (ଦେଖ:rc://*/tw/dict/bible/kt/sin)

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ଯାତ୍ରା ପୁସ୍ତକ

ଇସ୍ରାଏଲ ଲୋକମାନେ ମିସର ଦେଶରୁ ବାହାରି ପ୍ରାନ୍ତରରେ ଭ୍ରମଣ କରିବାର ଘଟଣାକୁ ବିଶ୍ବାସୀମାନଙ୍କ ପାଇଁ ଏକ ଚେତାବନୀ ସ୍ବରୂପ ବୋଲି ପାଉଲ କହୁଛନ୍ତି । ଯଦିଓ ଇସ୍ରାଏଲୀୟମାନେ ସମସ୍ତେ ମୋଶାଙ୍କର ଅନୁଗମନ କରୁଥିଲେ, ତଥାପି ସେମାନେ ସମସ୍ତେ ପଥରେ ହିଁ ମରିଗଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପ୍ରତିଜ୍ଞାତ ଦେଶରେ ପହଞ୍ଚି ପାରିଲେ ନାହିଁ । କିଛି ଲୋକ ମୂର୍ତ୍ତିପୂଜା କଲେ, କିଛି ଲୋକ ଇଶ୍ବରଙ୍କୁ ପରୀକ୍ଷା କଲେ, ଏବଂ କିଛି ଲୋକ ବିଦ୍ରୋହ ଆଚରଣ କଲେ । ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପାପ ନ କରିବା ପାଇଁ ଚେତାବନୀ ଦେଉଛନ୍ତି । ଆମ୍ଭେମାନେ ପ୍ରଲୋଭନକୁ ପ୍ରତିରୋଧ କରି ପାରିବା କାରଣ ଇଶ୍ବର ତହିଁରୁ ପଳାୟନ କରିବା ପାଇଁ ପଥ ଦେଖାନ୍ତି । (ଦେଖ:rc://*/tw/dict/bible/kt/promisedland)

ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ଖାଇବା

ପାଉଲ ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ବିଷୟେରେ ଆଲୋଚନା କରୁଛନ୍ତି । ଖ୍ରୀଷ୍ଟିୟାମାନେ ଏହା ଖାଇ ପାରନ୍ତି, କିନ୍ତୁ ଏହା ଅନ୍ୟମାନଙ୍କୁ ଆଘାତ ଦେଇପାରେ । ତେଣୁ ମାଂସ କିଣିବା ସମୟରେ ବା ସାଥିମାନଙ୍କ ସହିତ ଖାଇବା ସମୟରେ, ଏହା ପଚାର ନାହିଁ ଯେ ଏହା ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ କି ନୁହେଁ । କିନ୍ତୁ ଯଦି କେହି ତୁମ୍ଭମାନଙ୍କୁ କହେ ଯେ ଏହା ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ, ତେବେ ସେହି ବ୍ୟକ୍ତି ହେତୁ ତାହା ଖାଅ ନାହି । କାହାରିକୁ ଅପମାନ ଦିଅ ନାହି । ବରଂ ସେମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କର । (ଦେଖ:rc://*/tw/dict/bible/kt/save)

ଅଳଙ୍କାରିକ ପ୍ରଶ୍ନଗୁଡିକ

ଏହି ଅଧ୍ୟାୟରେ ପାଉଲ ଅନେକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଛନ୍ତି । କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ସମୟରେ କେତେକ ମହତ୍ବପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ବ ଦେବା ପାଇଁ ସେ ସେଗୁଡିକୁ ବ୍ୟବହାର କରିଛନ୍ତି । (ଦେଖ: : rc://*/ta/man/translate/ figs-rquestion)