or_tn_old/1co/08/intro.md

1.5 KiB

୧କରିନ୍ଥୀୟ ୦୮ ପର୍ବ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ରୂପରେଖା

୮-୧୦ ପର୍ବରେ, ପାଉଲ ଏହି ପ୍ରଶ୍ନର ଉତ୍ତର ଦେଉଛନ୍ତି: “ଦେବତା ସମ୍ମୁଖରେ ଉତ୍ସର୍ଗ କରାଯାଇଥିବା ମାଂସ ଭୋଜନ କରିବା କ’ଣ ଗ୍ରହଣଯୋଗ୍ୟ ଅଟେ?

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡ଼ିକ

ଦେବତା ନିକଟରେ ଉତ୍ସର୍ଗୀକୃତ ମାଂସ

ପାଉଲ ଏହି ପ୍ରଶ୍ନର ଉତ୍ତର ଦେଇ କହନ୍ତି ଯେ ଦେବତାମାନେ ଏପରି ଇଶ୍ବର ଯାହାର ପ୍ରକୃତରେ ଅସ୍ତିତ୍ବ ନାହିଁ । ତେଣୁ ସେହି ମାଂସ ଖାଇବାରେ କିଛି ଭୂଲ ନାହିଁ । ଖ୍ରୀଷ୍ଟିୟାନମାନେ ଏହା ଖାଇବା ପାଇଁ ସ୍ବାଧିନ ଅଟନ୍ତି । ତଥାପି, ଯେଉଁ ବ୍ୟକ୍ତି ଏହା ବୁଝିପାରେ ନାହିଁ ସେ ଜଣେ ଖ୍ରୀଷ୍ଟିୟାନକୁ ଏହା ଖାଉଥିବା ଦେଖିପାରିବ । ତେବେ ସେମାନେ ଦେବତାକୁ ପୂଜା କରିବା ଉଦ୍ଦେଶ୍ୟରେ ସେହି ମାଂସ ଖାଇବା ପାଇଁ ଉତ୍ସାହିତ ହୋଇ ପାରନ୍ତି ।