Door43-Catalog_or_tn/1CO/09/24.md

3.3 KiB

ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣନାହିଁ?

ଆଶା କରିବା (ଯଦିଓ ବ୍ୟକ୍ତରାଯାଇ ନାହିଁ) ପ୍ରଶ୍ନର ସତ୍ୟତାକୁ ବୁଝିବା ନିମନ୍ତେ ପ୍ରତିକ୍ରିୟା: “ହଁ, ମୁଁ ଜାଣେ ଯେ ‘ଯଦିଓ ସମସ୍ତେ ରଙ୍ଗଭୂମିରେ ଦୌଡ଼ନ୍ତି, କିନ୍ତୁ କେବଳ ଜଣେ ପୁରସ୍କାର ପାଇଥାଏ।’ ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ରଙ୍ଗଭୂମିରେ ଦୌଡ଼ନ୍ତି

ଖ୍ରୀଷ୍ଟିଆନ ଜୀବନର ଚାଲିଚଳନ ଓ ଈଶ୍ଵରଙ୍କ ନିମନ୍ତେ କାର୍ଯ୍ୟକୁ ରଙ୍ଗଭୂମିରେ ଦୌଡ଼ିବା ଓ ଏକ ଖେଳାଳି ହେବା ସହିତ ପାଉଲ ତୁଳନା କରନ୍ତି। ଖ୍ରୀଷ୍ଟିଆନ ମାନଙ୍କ ଜୀବନ ଓ କାର୍ଯ୍ୟରେ କଡ଼ା ଅନୁଶାସନ ହେବା ଆବଶ୍ୟକ ଯେପରି ଏକ ଦୌଡ଼ରେ ଦୌଡ଼ାଳିର ଏକ ଅଂଶ ହୋଇଥାଏ, ଏବଂ ଯେପରି ଦୌଡ଼ରେ, ସେହିପରି ଖ୍ରୀଷ୍ଟିଆନ୍‍ମାନଙ୍କ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅଛି। (ଦେଖନ୍ତୁ: ଉଦାହରଣ)

ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼

ସଫଳତା ନିମନ୍ତେ ଆନ୍ତରିକ ଚେଷ୍ଟାର ପ୍ରତିଶ୍ରୁତିବଦ୍ଧତା ସହିତ ଦୌଡ଼ିବାକୁ, ଯାହା ତୁମ୍ଭେମାନେ କରିବ ବୋଲି ଈଶ୍ଵର ଇଚ୍ଛା କରନ୍ତି ତାହା କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧତା ସହିତ ତୁଳନା କରାଯାଏ। (ଦେଖନ୍ତୁ: ଉଦାହରଣ)

ମାଳା

ଏକ ମାଳା ସଫଳତା କିମ୍ବା ସମ୍ପୂର୍ଣ୍ଣତାର ଚିହ୍ନ ଅଟେ, ଯାହା ସେହି ପ୍ରତିଯୋଗିତାର ଅଧିକାରୀଙ୍କ ଦ୍ଵାରା ଦିଆଯାଏ; ଏହି ଉଦାହରଣ ଦର୍ଶାଏ ଯେ ଈଶ୍ଵରଙ୍କୁ ଆଦର ଦେବାର ଜୀବନଯାପନ କରିବା, ଯଦ୍ଵାରା ଈଶ୍ଵର ପରିତ୍ରାଣର ଏକ ସ୍ଥାୟୀ ମାଳା ଦେବେ। (ଦେଖନ୍ତୁ: ଉଦାହରଣ)

ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ

ବାକ୍ୟର ପରୋକ୍ଷ ରୂପକୁ ଭିନ୍ନ ଶବ୍ଦ ବିନ୍ୟାସରେ ପ୍ରତ୍ୟକ୍ଷ ରୂପରେ ଲେଖିବା। ଏଠାରେ: “ବିଚାରକ ମୋତେ ଅଯୋଗ୍ୟ ଘୋସଣା କରିବ ନାହିଁ ।” (ଦେଖନ୍ତୁ:ପ୍ରତ୍ୟକ୍ଷ ବା ପରୋକ୍ଷ)