Door43-Catalog_or_tn/1CO/06/01.md

29 lines
4.3 KiB
Markdown

# ଅନ୍ୟ ବିରୁଦ୍ଧରେ କଥା
ଏଠାରେ: “ଅସମ୍ମତି ହେବା” ଅଥବା “ଯୁକ୍ତିତର୍କ”
# ବିଚାରାଳୟ
ଯେଉଁଠାରେ ସ୍ଥାନୀୟ, ସରକାରୀ ବିଚାରପତି ସମସ୍ତ ଘଟଣାକୁ ଅନୁଧ୍ୟାନ କରେ ଓ କିଏ ସତ୍ୟ ତାହା ନିଷ୍ପତ୍ତି ନିଏ
# ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ବିଚାରାଳୟରେ ଅବିଶ୍ଵାସୀ ବିଚାରପତିଙ୍କ ନିକଟକୁ ଯିବା ପାଇଁ ସାହସ କରେ ?
ପାଉଲ କୁହନ୍ତି ଯେ, ଖ୍ରୀଷ୍ଟିଆନ ମାନେ ସେମାନଙ୍କ ମଧ୍ୟରେ ଥିବା ମତଭେଦକୁ ସମାଧାନ କରିବା ଆବଶ୍ୟକ।
ଏଠାରେ: “ତୁମ୍ଭମାନଙ୍କ ସହବିଶ୍ଵାସୀଙ୍କ ବିରୁଦ୍ଧରେ ଏକ ଅବିଶ୍ଵାସୀ ବିଚାରପତିଙ୍କ ସମ୍ମୁଁଖରେ ଅଭିଯୋଗ କର ନାହିଁ।
ସହବିଶ୍ଵାସୀମାନେ ସେମାନଙ୍କ ମତଭେଦକୁ ଆପଣାମାନଙ୍କ ମଧ୍ୟରେ ସମାଧାନ କରିବା ଆବଶ୍ୟକ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ସାଧୁମାନେ ଯେ ଜଗତର ବିଚାର କରିବେ, ଏକଥା କି ତୁମ୍ଭେମାନେ ଜାଣ ନାହିଁ?
ଏହି ଜଗତର ବିଚାର ନିମନ୍ତେ ଭବିଷ୍ୟତ ଦୃଷ୍ଟିକୁ ପାଉଲ ଦର୍ଶାଉଛନ୍ତି। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଯଦି ତୁମ୍ଭେମାନେ ଜଗତକୁ ବିଚାର କରିବ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟରେ ବିଚାର କରିବାକୁ ଅଯୋଗ୍ୟ?
ପାଉଲ କୁହନ୍ତି ଯେ ଭବିଷ୍ୟତରେ ସମସ୍ତ ଜଗତକୁ ବିଚାର କରିବା ନିମନ୍ତେ ସେମାନଙ୍କୁ ଦାୟିତ୍ଵ ଦିଆଯାଇଛି ଓ ଯୋଗ୍ୟ କରାଯାଇଛି, ତେଣୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଛୋଟ ବିବାଦଗୁଡ଼ିକକୁ ବିଚାର କରିବା ନିମନ୍ତେ ଯୋଗ୍ୟ ହେବା ଉଚିତ। ଏଠାରେ: “ଭବିଷ୍ୟତରେ ତୁମ୍ଭେମାନେ ଏହି ଜଗତକୁ ବିଚାର କରିବ, ତେଣୁ ଏହି ବିଷୟକୁ ବର୍ତ୍ତମାନ ତୁମ୍ଭେମାନେ ସମାଧାନ କରିପାର। ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)।
# ବିଷୟଗୁଡିକ
“ବିବାଦୀୟ” କିମ୍ବା “ମତଭେଦ”
# ତୁମ୍ଭେମାନେ କି ଜାଣ ନାହିଁ ଆମ୍ଭେମାନେ ଦୂତମାନଙ୍କ ବିଚାର କରିବା?
“ତୁମ୍ଭେମାନେ ଜାଣ ଯେ ଆମ୍ଭେମାନେ ଦୂତମାନଙ୍କ ବିଚାର କରିବା।”
(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଆମ୍ଭେମାନେ
ପାଉଲ ଆପଣାକୁ ଓ କରିନ୍ଥୀୟ ମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି। (ଦେଖନ୍ତୁ: ସୀମା ଭିତରେ)
# ତେବେ କେତେ ଅଧିକ ଭାବେ, ଜାଗତୀକ ଜୀବନ ସମ୍ବନ୍ଧୀୟ ବିଷୟଗୁଡିକ କି ଆମ୍ଭେମାନେ ବିଚାର କରିବା ନାହିଁ?
ଏଠାରେ: “କାରଣ ଆମ୍ଭେମାନଙ୍କୁ ଦାୟିତ୍ଵ ଦିଆଯାଇଛି ଓ ଦୂତମାନଙ୍କ ବିଚାର କରିବା ନିମନ୍ତେ ଯୋଗ୍ୟ କରାଯାଇଅଛୁ, ନିଶ୍ଚିତଭାବରେ ଆମ୍ଭେମାନେ ଜାଗତୀକ ଜୀବନ ସମ୍ବନ୍ଧୀୟ ବିଷୟଗୁଡିକ ବିଚାର କରିବା।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)