Door43-Catalog_or_tn/1CO/03/21.md

1.2 KiB

ଲୋକଙ୍କ ବିଷୟରେ ଆଉ ବୃଥା ଗର୍ବ ନ କର!

କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଆଦେଶ ଦେଉଛନ୍ତି। ଏଠାରେ: “କିପରି ଜଣେ ନେତା ଅନ୍ୟ ଠାରୁ ଉତ୍ତମ ସେ ବିଷୟରେ ବୃଥା ଗର୍ବ କରିବା ବନ୍ଦ କର”।

ବୃଥା ଗର୍ବ

“ଅତ୍ୟଧିକ ଆତ୍ମାଭିମାନକୁ ବ୍ୟକ୍ତ କରିବା।” କରିନ୍ଥୀୟ ବିଶ୍ଵାସୀମାନେ ପାଉଲ, ଆପଲ୍ଲ ଓ କେଫା ଙ୍କୁ ଅତ୍ୟଧିକ ଭାବେ ପ୍ରଶଂସା କରୁଥିଲେ, ଯେଉଁ ସମୟରେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ର ଉପାସନା କରିବା ଉଚିତ ଥିଲା।

ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ଓ ଖ୍ରୀଷ୍ଟ ଈଶ୍ଵରଙ୍କର

“ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଅଧିକାରଭୁକ୍ତ, ଏବଂ ଖ୍ରୀଷ୍ଟ ଈଶ୍ଵରଙ୍କ ଅଧିକାରଭୁକ୍ତ”