Door43-Catalog_or_tn/1CO/03/12.md

2.7 KiB

କିନ୍ତୁ ଯଦି କେହି ସେହି ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ

ଏକ ନୂତନ ଗୃହ ନିର୍ମାଣ କରିବା ନିମନ୍ତେ ଗୃହ ନିର୍ମାଣର ବ୍ୟବହାର ଉପକରଣ ସହିତ, ନିଜ ଜୀବନକାଳ ମଧ୍ୟରେ ଏକ ବ୍ୟକ୍ତିର ଆଚରଣ ଓ କାର୍ଯ୍ୟକଳାପକୁ ନିର୍ମାଣ କରିବା ନିମନ୍ତେ ଆତ୍ମିକ ମୂଲ୍ୟବୋଧର ବ୍ୟବହାରକୁ ତୁଳନା କରାଯାଇଛି। ଏଠାରେ: “ଜଣେ ବ୍ୟକ୍ତି ହୋଇପାରେ ଉଚ୍ଚ ମୂଲ୍ୟର,ବହୁକାଳସ୍ଥାୟୀ ବସ୍ତୁରେ ଅବା ଅଳ୍ପ ମୂଲ୍ୟର, ଜ୍ଵଳନଶୀଳ ବସ୍ତୁରେ ନିର୍ମାଣ କରି ପାରେ”। (ଦେଖନ୍ତୁ: ଉଦାହରଣ)

ବହୁମୂଲ୍ୟ ପଥର

“ବ୍ୟୟ ବହୁଳ ମୂଲ୍ୟର ପଥର।”

ତାହାର କର୍ମ କି ପ୍ରକାର, ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ ପାଇବ

ଯେପରି ଦିନର ଆଲୁଅ ନିର୍ମାଣ କାର୍ଯ୍ୟକାରୀର ଚେଷ୍ଟାକୁ ପ୍ରକାଶ କରେ, ସେହିପରି ଈଶ୍ଵରଙ୍କ ଉପସ୍ଥିତିର ଜ୍ୟୋତିଃ ମନୁଷ୍ୟର ଉଦ୍ୟମ ଓ କାର୍ଯ୍ୟକଳାପର ଗୁଣବତ୍ତାକୁ ପ୍ରକାଶ କରିବ। ଏଠାରେ: “ଦିନର ଆଲୁଅ ତାହାର କର୍ମର ଗୁଣବତ୍ତାକୁ ଦେଖାଇବ”. (ଦେଖନ୍ତୁ: ଉଦାହରଣ)।

ଯେଣୁ ଏହା ଅଗ୍ନିରେ ପ୍ରକାଶିତ ହେବ; ପ୍ରତ୍ୟେକ ଲୋକର କର୍ମ କି ପ୍ରକାର, ସେହି ଅଗ୍ନି ପ୍ରକାଶ କରିବ।

ଯେପରି ଅଗ୍ନି ଏକ ଗୃହର ଦୃଢ଼ତାକୁ ପ୍ରକାଶ କରେ କିମ୍ବା ଦୁର୍ବଳତାକୁ ନଷ୍ଟ କରିଦିଏ, ସେହିପରି ଈଶ୍ଵରଙ୍କ ଅଗ୍ନି ମନୁଷ୍ୟର ଚେଷ୍ଟାକୁ ଓ କାର୍ଯ୍ୟକଳାପକୁ ବିଚାର କରିବ। ଏଠାରେ: “ଅଗ୍ନି ତାହାର କର୍ମର ଗୁଣବତ୍ତାକୁ ଦେଖାଇବ।” (ଦେଖନ୍ତୁ: ଉଦାହରଣ)