Door43-Catalog_or_tn/JAS/03/03.md

4.0 KiB

ବର୍ତ୍ତମାନ ଯଦି ଆମେ ଘୋଡାମାନଙ୍କୁ ଲଗାମ ଦେଉ

ଯାକୁଵ ଗୋଟିଏ ଲଗାମ ସହ ଗୋଟିଏ ମନୁଷ୍ୟର ଜିହ୍ୱାକୁ ତୁଳନା କରନ୍ତି | ଗୋଟିଏ ଲଗାମ ଗୋଟିଏ ଛୋଟ ଧାତୁ ଖଣ୍ଡ ଯାହା ବଶୀଭୂତ କରିବା ନିମନ୍ତେ ଘୋଡା ମୁହଁରେ ଲଗାଯାଏ ଯେଉଁଠାକୁ ଏହା ଯାଏ |ଏହା ବର୍ଣ୍ଣନା କରେ କିପରି ଗୋଟିଏ ଛୋଟ ବିଷୟ କିଛି ବଡ ବିଷୟ ଉପରେ ଶକ୍ତିଶାଳୀ ହୋଇପାରେ | ଯାକୁଵ ଦେଖାଉଛନ୍ତି ଯେ କଅଣ ଲୋକେ କହନ୍ତି ସେମାନଙ୍କର ଜୀବନକୁ ଆଘାତ କରେ ଏବଂ ପ୍ରତ୍ୟେକଙ୍କର ଜୀବନ ଶୈଳୀକୁ ସେମାନେ ଜାଣନ୍ତି | (ଦେଖ: ତୁଳନାତ୍ମକ)

ବର୍ତ୍ତମାନ ଯଦି

“ଯଦି” ବା “ଯେତେବେଳେ”

ଯଦି ଆମେ ଘୋଡାମାନଙ୍କୁ ମୁହଁରେ ଲଗାମ ଦେଉ

ଗୋଟିଏ “ଘୋଡା” ଭାର ବୋହିବା ନିମନ୍ତେ ଗୋଟିଏ ବଡ ପଶୁ ରୂପେ ବ୍ୟବହାର ହୁଏ | ଏହିଭଳି ଅନୁବାଦ କରିପାରନ୍ତି “ଯଦି ଆମେ ଘୋଡାମାନଙ୍କର ମୁହଁରେ ଲଗାମ ଦେଉ ”|

ଲକ୍ଷ୍ୟ ମଧ୍ୟ କର ଯେ ଜାହାଜଗୁଡିକ …ଗୋଟିଏ ଛୋଟ ଗତି ନିୟନ୍ତ୍ରକ ଯନ୍ତ୍ର ଦ୍ୱାରା ଚାଳନ କରାଯାଏ

ତାପରେ, ଯାକୁଵ ଗୋଟିଏ ଜାହାଜରେ ଗୋଟିଏ ଛୋଟ ଗତି ନିୟନ୍ତ୍ରକ ଯନ୍ତ୍ର ସହ ଗୋଟିଏ ମନୁଷ୍ୟର ମୁଖକୁ ତୁଳନା କରନ୍ତି | ଗୋଟିଏ “ଜାହାଜ” ଗୋଟିଏ ଟ୍ରକ୍ ପରି ଅଟେ ଯେ ଜଳରେ ଭାସେ | ଗୋଟିଏ ଛୋଟ ଗତି "ନିୟନ୍ତ୍ରକ ଯନ୍ତ୍ର" ଜାହାଜର ପଛଭାଗରେ ଗୋଟିଏ ଛୋଟ କାଠ ବା ଧାତୁ ନିର୍ମିତ ଯେଉଁଆଡେ ଯାଏ ନିୟନ୍ତ୍ରଣରେ ବ୍ୟବହାର କରାଯାଏ | “ନିୟନ୍ତ୍ରକ ଯନ୍ତ୍ର” ଶବ୍ଦଟି ଏମିତି ମଧ୍ୟ ଅନୁବାଦ ହୋଇପାରେ “ଯନ୍ତ୍ର” | ଯାକୁଵ ଘୋଡା ମୁହଁରେ ଲଗାମ ସହ ସେ ହେଲା ଭଳି ଗୋଟିଏ ସମଭାବର ନିର୍ଦ୍ଧିଷ୍ଟ ସ୍ଥାନ ପ୍ରସ୍ତୁତ କରୁଛନ୍ତି | ଗୋଟିଏ ଛୋଟ ବିଷୟ କିଛି ବଡ ବିଷୟ ଉପରେ ଶକ୍ତିଶାଳୀ ହୋଇ ପାରେ |

ସେମାନେ ବହୁତ ବଡ ହୁଅନ୍ତି

“ସେମାନେ” ଶବ୍ଦଟି ଜାହାଜଗୁଡିକୁ ବୁଝାଏ |

ପ୍ରଚଣ୍ଡ ପବନରେ ଚାଳିତ ହୁଅନ୍ତି

ଏହା ଗୋଟିଏ ପ୍ରତ୍ୟକ୍ଷ କ୍ରିୟା ଦ୍ୱାରା ଅନୁବାଦ କରିପାର : “ପ୍ରଚଣ୍ଡ ପବନ ସେମାନଙ୍କୁ ଠେଲି ଦିଏ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ ବାଚ୍ୟ)

ଯେତେବେଳେ ଜାହାଜର ନାବିକ ଗୋଟିଏ ଛୋଟ ନିୟନ୍ତ୍ରକ ଯନ୍ତ୍ର ଦ୍ୱାରା ଇଚ୍ଛାନୁସାରେ ବୁଲାଇଥାଏ

ଏହା ଗୋଟିଏ ପ୍ରତ୍ୟକ୍ଷ କ୍ରିୟା ଦ୍ୱାରା ଅନୁବାଦ କରିପାର : “ଗୋଟିଏ ଛୋଟ ଯନ୍ତ୍ର ରହିଅଛି ଯେ ଜଣେ ବ୍ୟକ୍ତି ଯେଉଁଆଡ଼େ ଜାହାଜ ଯାଏ ନିୟନ୍ତ୍ରଣ କରିପାରେ ”