Door43-Catalog_or_tn/PHP/02/17.md

2.3 KiB

ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି.

ପାଉଲ ଦେଖାଉ ଅଛନ୍ତି ତାଙ୍କର ମୃତ୍ୟୁକୁ ପୁରାତନ ନିୟମର ରୀତିକୁ ତୁଳନା କରୁଅଛନ୍ତି ଯେଉଁଠାରେ ଦ୍ରାକ୍ଷାରସ ଓ ତୈଳ ବୋହାଇବେ କିମ୍ବା ସେହି ପଶୁବଳୀ ଯାହା ଆରାଧକ ଈଶ୍ଵରଙ୍କୁ ଅର୍ପଣ କରି ଥାଏ|ଯାହା ଏଠାରେ ପାଉଲ ଅର୍ଥ କରୁ ଅଛନ୍ତି ତାହା ସେ ଖୁସିରେ ମୃତ୍ୟୁ ବରଣ କରିବେ ଫିଲିପ୍‌ପୀୟଙ୍କ ପାଇଁ ଯଦି ସେହି ବିଷୟ ଈଶ୍ଵରଙ୍କୁ ଆହୁରି ସନ୍ତୁଷ୍ଟ କରିବ. ମଧ୍ୟ, “ବୋହି ଯାଉଛି” ସକ୍ରିୟ ଅଟେ.ଏହାକୁ ଶକ୍ରୀୟ ଧାରାରେ ଏହିପରି ଅନୁବାଦ କରାଯାଇ ପାରେ: “କିନ୍ତୁ, ଯଦିଓ ରୋମିୟମାନେ ଦଣ୍ଡ ଦେବା ପାଇଁ ରଖିଛନ୍ତି, ମୁଁ ମହା ଆନନ୍ଦ କରିବିଯଦି ମୋହର ମୃତ୍ୟୁ ତୁମର ବିଶ୍ଵାସ ବାଧ୍ୟ ବନାଇବ ଓ ଈଶ୍ଵରଙ୍କୁ ଆହୁରି ସନ୍ତୁଷ୍ଟ କରିବ.” (ଦେଖନ୍ତୁ:ରୂପକ ଓ ସକ୍ରିୟ କିମ୍ବା ନିଷ୍କ୍ରିୟ)

ଓ ସେହି ସମାନ ବିଧିରେ

“ସେହି ପ୍ରକାର”

ତୁମେ ମଧ୍ୟ ଆନନ୍ଦ କର ମୋ ସହ ମହାଆନନ୍ଦରେ

ଏହି ବାକ୍ୟଂଶ “ବଡ଼ ଖୁସିର ସହିତ ମହାଆନନ୍ଦ” ଜୋର ଦେବା ପାଇଁ ପ୍ରୟୋଗ କରାଗଲା. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ଚାହୁଁ ଅଛି ମୋ'ସହ ମହା ଆନନ୍ଦ କର.”