Door43-Catalog_or_tn/MAT/01/01.md

2.2 KiB

ବାକ୍ୟଗୁଡିକରେ ୧ ୧୭ ଯୀଶୁଖ୍ରୀଷ୍ଟଙ୍କର ପୁର୍ବପୁରୁଷମାନଙ୍କର ତାଲିକା । #. ଦାଉଦଙ୍କ ସନ୍ତାନ, ଅବ୍ରାହାମଙ୍କ ସନ୍ତାନ ବିକଳ୍ପ ଅନୁବାଦ: "ଦାଉଦଙ୍କ ଜଣେ ବଂଶଧର , ଯିଏ ଅବ୍ରାହାମଙ୍କ ଜଣେ ବଂଶଧର" ଥିଲେ । ଅବ୍ରାହାମ ଓ ତାହାଙ୍କ ବଂଶଧର ଦାଉଦ ମଧ୍ୟରେ ଏବଂ ଦାଉଦ ଏବଂ ତାହାଙ୍କ ବଂଶଧର ଯୀଶୁଙ୍କ ମଧ୍ୟରେ ଅନେକ ପୀଢ଼ିଗୁଡିକ ଥିଲେ । "ଦାଉଦଙ୍କ ସନ୍ତାନ" ୯:୨୭ରେ ଏବଂ ଅନ୍ୟ ସ୍ଥାନରେ ଶୀର୍ଷକ ଭାବରେ ବ୍ୟବହାର କରାଯାଇଅଛି, କିନ୍ତୁ ଏହି ସ୍ଥାନରେ କେବଳ ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ପରିଚୟ ଦେବାର ବ୍ୟବହାର ହୋଇଅଛି ବୋଲି ବୋଧ ହେଲା । #. ଅବ୍ରାହାମ ଇସହାକଙ୍କ ପିତା ଥିଲେ ବିକଳ୍ପ ଅନୁବାଦ: "ଅବ୍ରାହାମ ଇସହାକଙ୍କ ପିତା ହେଲେ" କିମ୍ବା "ଅବ୍ରାହାମଙ୍କ ଇସହାକ ନାମକ ଏକ ସନ୍ତାନ ଥିଲେ" । ଏହା ଆପଣମାନଙ୍କ ପାଠକମାନଙ୍କ ନିମନ୍ତେ ଅଧିକ ସ୍ପଷ୍ଟ ଅଟେ ଯଦି ଆପଣ ଏଥି ମଧ୍ୟରୁ ଏକ ପ୍ରକାର ବାଛି ତାଲିକାର ଅବଶିଷ୍ଟାଂଶ ନିମନ୍ତେ ବ୍ୟବହାର କରନ୍ତି । #. ତାମର ଯେଉଁ ଭାଷାଗୁଡିକର ପୁଲିଙ୍ଗ ବାଚକ ଏବଂ ସ୍ତ୍ରୀଲିଙ୍ଗ ବାଚକର ପ୍ରକାରେ ନାମଗୁଡ଼ିକ ଅଛି, ତାହାର ନାମ ନିମନ୍ତେ ସ୍ତ୍ରୀଲିଙ୍ଗ ବାଚକ ବ୍ୟବାହାର କରିବା ଉଚିତ୍ ଅଟେ ।