Door43-Catalog_or_tn/LUK/24/33.md

2.1 KiB

ସେମାନେ ସେହି ଦଣ୍ଡରେ ଉଠି

“ସେମାନେ” ସେହି ଦୁଇ ବ୍ୟକ୍ତିଙ୍କୁ ଦର୍ଶାଏ। ଭାଷାରେ ଯଦି “ସେମାନେ” ନିମନ୍ତେ ଯୁଗ୍ମ ପ୍ରକାର ଥାଏ ଏଠାରେ ବ୍ୟବହାର କରିବା ଉଚିତ୍। (ଦେଖନ୍ତୁ: ଇଂରାଜୀ ବହୁବଚନ ସର୍ବନାମ)

ସେହି ଦଣ୍ଡରେ ଉଠି

“ଉଠିଲେ” କିମ୍ବା “ଠିଆ ହେଲେ”

ଏକାଦଶ

ଏହା ଯୀଶୁଙ୍କ ପ୍ରେରିତମାନଙ୍କୁ ଦର୍ଶାଏ। ଇଷ୍କାରିୟତିୟ ଯିହୁଦା ସେମାନଙ୍କ ସଙ୍ଗେ ନ ଥିଲା।

କହୁଥିଲେ, “ପ୍ରଭୁ ନିଶ୍ଚୟ ଉଠିଅଛନ୍ତି

ଏକାଦଶ ପ୍ରେରିତ ଓ ସେମାନଙ୍କ ସହିତ ଯେଉଁମାନେ ଥିଲେ ସେମାନେ ଏହା କହୁଥିଲେ।

ଆଉ ସେମାନେ କହିଲେ

“ଆଉ ସେହି ଦୁଇ ବ୍ୟକ୍ତି କହିଲେ”

ବାଟର ସମସ୍ତ ଘଟଣା

ଯେତେବେଳେ ସେମାନେ ଇମ୍ମାୟୁ ଗ୍ରାମର ଆପଣା ପଥରେ ଥିଲେ ସେତେବେଳେ ଯୀଶୁ ସେମାନଙ୍କୁ ଦର୍ଶନ ଦେଇଥିବା ବିଷୟରେ ଏହା ଦର୍ଶାଏ।

ଯୀଶୁ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ “ସେମାନେ କିପରି ଯୀଶୁଙ୍କୁ ଚିହ୍ନିଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ରୋଟୀ ଭାଙ୍ଗିବାରେ

“ଯେତେବେଳେ ଯୀଶୁ ରୋଟୀ ଭାଙ୍ଗିଲେ” କିମ୍ବା “ଯେତେବେଳେ ଯୀଶୁ ରୋଟୀ ଦୁଇ ଖଣ୍ଡ କଲେ”