Door43-Catalog_or_tn/LUK/24/30.md

3.7 KiB

ଆଉ ଏପରି ହେଲା

ଏହି ବାକ୍ୟାଂଶ କାହାଣୀର ଏକ ବିଶେଷ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା

“ତହିଁରେ ସେମାନେ ବୁଝିଲେ” କିମ୍ବା “ତହିଁରେ ସେମାନେ ହୃଦୟଙ୍ଗମ କଲେ”

ରୋଟୀ

ଏହା ଖମୀର ବିନା ପ୍ରସ୍ତୁତ ହୋଇଥିବା ରୋଟୀକୁ ଦର୍ଶାଏ। ଏହା ସାଧାରଣ ଖାଦ୍ୟକୁ ଦର୍ଶାଏ ନାହିଁ

ଆଶୀର୍ବାଦ କଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହା ନିମନ୍ତେ ଧନ୍ୟବାଦ ଦେଲେ” କିମ୍ବା “ତାହା ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ”

ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ

ଏହାର ଅର୍ଥ ଅକସ୍ମାତ ଆଉ ସେ ସେଠାରେ ନ ଥିଲେ। ଏହାର ଅର୍ଥ ନୁହେଁ ଯେ ସେ ଅଦୃଶ୍ୟ ହେଲେ।

ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା…

“ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କ ମଧ୍ୟରେ ଉତ୍ତପ୍ତ ହେଉଥିଲା” (ୟୁଡିବୀ)। ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କ ମଧ୍ୟରେ ଉତ୍ତପ୍ତ ହେଉଥିଲା

ଏହା ଏକ ଉଦାହରଣ ଅଟେ ଯାହା ବର୍ଣ୍ଣନା କରେ ଯେ, ସେମାନେ ଯୀଶୁଙ୍କ ସହ କଥାବାର୍ତ୍ତା ହେବା ସମୟରେ ଭାବାବେଗପୂର୍ଣ୍ଣ ଅନୁଭବ କରିଥିଲେ। ଏହି ପ୍ରଶ୍ନ ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେମାନେ ଭାବାବେଗପୂର୍ଣ୍ଣ ଅନୁଭବ କଲୁ ଯେତେବେଳେ ସେ ଆମ୍ଭମାନଙ୍କ ସହ କଥା ହେଉଥିଲେ…” (ଦେଖନ୍ତୁ: ଉଦାହରଣ)

ଆମ୍ଭମାନଙ୍କ ମଧ୍ୟରେ

ଏହି ଦୁଇଜଣ ବ୍ୟକ୍ତି ପରସ୍ପର କଥାବାର୍ତ୍ତା ହେଉଥିଲେ। ତେଣୁ ଏହି ଶବ୍ଦ “ଆମ୍ଭମାନଙ୍କ” ଭାଷା ନିମନ୍ତେ ଯୁଗ୍ମ ଅନ୍ତର୍ଭୁକ୍ତ ଅଟେ ଯାହା ପାର୍ଥକ୍ୟ କରେ। (ଦେଖନ୍ତୁ: ଇଂରାଜୀ ସର୍ବନାମ ଓ ଅନ୍ତର୍ଭୁକ୍ତ)

ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ

“ଯେତେବେଳେ ସେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ”। ଯୀଶୁ ଧର୍ମଶାସ୍ତ୍ର କିମ୍ବା ନଳ ପୁସ୍ତକ ଖୋଲିଲେ ନାହିଁ।