Door43-Catalog_or_tn/LUK/24/19.md

1.6 KiB

“କି କି ପ୍ରକାର ଘଟଣା?”

“କି କି ଘଟଣା ଘଟିଥିଲା?” କିମ୍ବା “କଅଣ ବିଷୟ ଘଟିଥିଲା?”

ବାକ୍ୟରେ ଓ କର୍ମରେ ଶକ୍ତିଶାଳୀ ଭାବବାଦୀ ଥିଲେ

“ମହାନ୍ ବିଷୟ କରିବାକୁ ଯୋଗ୍ୟ ଓ ମହାନ୍ ବିଷୟ ଶିକ୍ଷା ଦେବାକୁ ଯୋଗ୍ୟ ଥିଲେ”

ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ

ଏହାର ଅର୍ଥ ଈଶ୍ୱର ଯୀଶୁଙ୍କୁ ଶକ୍ତିଶାଳୀ କଲେ ଓ ଲୋକେ ଦେଖିଲେ ଯେ ସେ ଶକ୍ତିଶାଳୀ ଥିଲେ।ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଈଶ୍ୱର ତାହାଙ୍କୁ ଶକ୍ତି ଦେଲେ ମହାନ୍ ବିଷୟ କରିବା ନିମନ୍ତେ ଓ ମହାନ୍ ବିଷୟ ଶିକ୍ଷା ଦେବା ନିମନ୍ତେ ଆଉ ତାହା ଦେଖି ଲୋକମାନେ ଚମତ୍କୃତ ହେଲେ।”

ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି

“ଯୀଶୁଙ୍କୁ ରୋମୀ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ ଯେପରି ଶାସନକର୍ତ୍ତା ଯୀଶୁଙ୍କୁ ପ୍ରାଣଦଣ୍ଡର ଆଜ୍ଞା ଦିଅନ୍ତି”