Door43-Catalog_or_tn/LUK/24/15.md

2.2 KiB

ଆଉ ଏହିପରି ହେଲା

ଏହି ବାକ୍ୟାଂଶ ଯେଉଁଠାରେ ପ୍ରତିକ୍ରିୟା ଆରମ୍ଭ ହେଲା ତାହା ଚିହ୍ନିତ କରିବା ନିମନ୍ତେ ଏହା ବ୍ୟବହାର କରାଯାଇଛି। ଏହା ଯୀଶୁ ସେମାନଙ୍କ ନିକଟବର୍ତ୍ତୀ ହେବା ଠାରୁ ଆରମ୍ଭ ହୁଏ। ଯଦି ଆପଣଙ୍କ ଭାଷାରେ ଏହିପରି କରିବାର ଶୈଳୀ ଥାଏ, ଆପଣମାନେ ତାହା ଏଠାରେ ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ଯୀଶୁ ଆପେ

ଏହି ଶବ୍ଦ “ଆପେ” ଯୀଶୁଙ୍କୁ ଓ ସେମାନଙ୍କୁ ଯୀଶୁ ବାସ୍ତବରେ ଦେଖାଦେଲେ ସେହି ଆଶ୍ଚର୍ଯ୍ୟକୁ କେନ୍ଦ୍ରବିନ୍ଦୁ କରେ। ପୂର୍ବେ ସ୍ତ୍ରୀମାନେ ଦୂତମାନଙ୍କୁ ଦେଖିଲେ, କିନ୍ତୁ ଯୀଶୁଙ୍କୁ କେହି ଦେଖି ନ ଥିଲେ।

ସେମାନଙ୍କ ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ

“ସେମାନଙ୍କ ଚକ୍ଷୁ ଯୀଶୁଙ୍କୁ ଚିହ୍ନି ପାରିଲା ନାହିଁ” ଯୀଶୁଙ୍କୁ ଚିହ୍ନିବା ନିମନ୍ତେ ମନୁଷ୍ୟର ଶକ୍ତିକୁ, ଯେପରି ତାହାଙ୍କୁ ଚିହ୍ନିବା ନିମନ୍ତେ ଚକ୍ଷୁର ଶକ୍ତି ଅଟେ ବୋଲି କୁହାଯାଏ। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ” କିମ୍ବା “ସେମାନଙ୍କୁ କିଛି ବାଧା ଦେଉଥିଲା ତେଣୁ ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)