Door43-Catalog_or_tn/LUK/24/04.md

2.1 KiB

ଆଉ ଏପରି ହେଲା

ଏହି ବାକ୍ୟାଂଶ ଏଠାରେ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏପରି କରିବାର ଶୈଳୀ ଅଛି,ତାହା ଏଠାରେ ଆପଣମାନେ ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ଉଜ୍ଜ୍ୱଳବସ୍ତ୍ରପରିହିତ

“ଉଜ୍ଜ୍ୱଳ,ଚମକପ୍ରଦ ବସ୍ତ୍ର ପରିଧାନ କରିଥିଲେ” (ୟୁଡିବୀ)

ଭୀତ ହୋଇ

“ଭୟଭୀତ ହେଲେ”

ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଛ

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ମୃତ ଲୋକମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବିତ ବ୍ୟକ୍ତିଙ୍କର ଅନ୍ୱେଷଣ କରୁଅଛ” କିମ୍ବା “ଯେଉଁଠାରେ ମୃତ ଲୋକମାନଙ୍କର ଶବସତ୍କାର କରାଯାଏ ଏପରି ସ୍ଥାନରେ ତୁମ୍ଭେମାନେ ଯିଏ ଜୀବିତ ଅଟନ୍ତି ତାହାଙ୍କର ଅନ୍ୱେଷଣ କରିବା ଉଚିତ୍ ନୁହେଁ!” (ୟୁଡିବୀ)।

ତୁମ୍ଭେମାନେ କାହିଁକି ଅନ୍ୱେଷଣ କରୁଅଛ

“ତୁମ୍ଭେମାନେ” ଏଠାରେ ବହୁବଚନ ଅଟେ, ଯେଉଁ ସ୍ତ୍ରୀମାନେ ଆସିଥିଲେ ସେମାନଙ୍କୁ ଦର୍ଶାଏ। (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)