Door43-Catalog_or_tn/LUK/23/39.md

1.6 KiB

ତାହାଙ୍କୁ ନିନ୍ଦା କରି

“ଯୀଶୁଙ୍କୁ ନିନ୍ଦା କରି”

ତୁ କଅଣ ଖ୍ରୀଷ୍ଟ ନୋହୁଁ?

ଏହି ପ୍ରଶ୍ନ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ନୁହେଁ କିନ୍ତୁ ଯୀଶୁ ପ୍ରକୃତରେ ଜଣେ ଖ୍ରୀଷ୍ଟ ବୋଲି ସନ୍ଦେହ ବ୍ୟକ୍ତ କରିବା ନିମନ୍ତେ ଅଟେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଅନ୍ୟ ଜଣକ ଉତ୍ତର ଦେଲା

“ଅନ୍ୟ ଦୁଷ୍କର୍ମକାରୀ ଉତ୍ତର ଦେଲା”

ତାହାକୁ ଧମକ ଦେଇ କହିଲା

“ସେହି ଦୁଷ୍କର୍ମକାରୀକୁ ଏହା କହିବା ଦ୍ୱାରା ଧମକ ଦେଲା”

ତୁ ସମାନ ଦଣ୍ଡ ତ ପାଉଛୁ

“ତୁ ସମାନ ଦଣ୍ଡ ପାଇବା ନିମନ୍ତେ ଯୋଗ୍ୟ ବିଚାରିତ ହୋଇଅଛୁ (କୃଶ ଉପରେ ମୃତ୍ୟୁଦଣ୍ଡ)”

ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ

“ଏହି ଦଣ୍ଡ ପାଇବା ନିମନ୍ତେ ଆମ୍ଭେମାନେ ପ୍ରକୃତରେ ଯୋଗ୍ୟ”

ଏହି ବ୍ୟକ୍ତି

ଏହି ଦୁଷ୍କର୍ମକାରୀ ଯୀଶୁଙ୍କୁ ଦର୍ଶାଇବା ନିମନ୍ତେ ଏହି ଶବ୍ଦଗୁଡ଼ିକ ବ୍ୟବହାର କଲା।