Door43-Catalog_or_tn/LUK/23/15.md

3.2 KiB

ଆଉ ହେରୋଦ ମଧ୍ୟ ପାଇନାହାନ୍ତି

“ସେ ଦୋଷୀ ଅଟନ୍ତି ବୋଲି ହେରୋଦ ମଧ୍ୟ ବିବେଚନା କରନ୍ତି ନାହିଁ” (ୟୁଡିବୀ)

କାରଣ

“ଯେହେତୁ” କିମ୍ବା “ଏହି କାରଣରୁ ଆମ୍ଭେମାନେ ଜାଣୁ”

ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି ପଠାଇଦେଲେ

“ହେରୋଦ ଯୀଶୁଙ୍କୁ ଆମ୍ଭମାନଙ୍କ ନିକଟକୁ ପୁଣି ପଠାଇଦେଲେ”। ଏହି ଶବ୍ଦ “ଆମ୍ଭମାନଙ୍କ” ଏଠାରେ ସୀମା ବହିର୍ଭୁକ୍ତ ଅଟେ: ଏହା ପିଲାତ ଓ ତାହାଙ୍କ ସୈନ୍ୟମାନଙ୍କୁ ଦର୍ଶାଏ, ଯାଜକ ଓ ଶାସ୍ତ୍ରୀମାନେ ନୁହଁନ୍ତି ଯେଉଁମାନେ ଯୀଶୁଙ୍କ ସହିତ ଯାଇଥିଲେ, ଜନସାଧାରଣ ମଧ୍ୟ ନୁହନ୍ତି।

ସେ ପ୍ରାଣଦଣ୍ଡଯୋଗ୍ୟ କୌଣସି କର୍ମ କରି ନାହିଁ

ଏହା ଏହିପରି ପ୍ରତ୍ୟକ୍ଷରେ ଅନୁବାଦ କରାଯାଇପାରେ: “ପ୍ରାଣଦଣ୍ଡଯୋଗ୍ୟ ହେବା ସଦୃଶ୍ୟ ସେ କୌଣସି କର୍ମ କରିନାହିଁ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ

କାରଣ ପିଲାତ ଯୀଶୁଙ୍କ ଠାରେ କୌଣସି ଦୋଷ ପାଇଲେ ନାହିଁ ତେଣୁ ସେ ତାହାଙ୍କୁ ଦଣ୍ଡ ନ ଦେଇ ମୁକ୍ତ କରିପାରି ଥାଆନ୍ତେ। ଅନୁବାଦରେ ଏହି ଉକ୍ତିକୁ ତର୍କସଂଗତ ଭାବେ ସଂଯୁକ୍ତ କରିବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ ନୁହେଁ। ପିଲାତ ଯୀଶୁଙ୍କୁ ଦଣ୍ଡ ଦେଲେ ଯାହାଙ୍କୁ ସେ ନିର୍ଦ୍ଦୋଶ ପାଇଲେ,କେବଳ ସେ ଲୋକମାନଙ୍କୁ ଭୟ କଲେ।

ବର୍ତ୍ତମାନ

ଏହା ଏହିପରି ଅନୁବାଦ କରାଯାଇପାରେ “ପିଲାତ ଏହା କହିଲେ କାରଣ” (ୟୁଡିବୀ)।

ସେମାନଙ୍କ ନିମନ୍ତେ ତାଙ୍କୁ ଜଣେ ବନ୍ଦୀକି ମୁକ୍ତ କରିବାକୁ ହୁଏ

ସମାଜିକ ରୀତି ଅନୁସାରେ ପିଲାତଙ୍କୁ ଏହା କରିବାକୁ ହେଉଥିଲା। ଏହି ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ କରାଯାଇପାରେ: “ସାମାଜିକ ରୀତି ଅନୁସାରେ ସେମାନଙ୍କ ନିମନ୍ତେ ତାଙ୍କୁ ଜଣେ ବନ୍ଦୀକି ମୁକ୍ତ କରିବାକୁ ହେଉଥିଲା”। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)