Door43-Catalog_or_tn/LUK/22/66.md

3.2 KiB
Raw Permalink Blame History

ସେମାନେ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଗଲେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପ୍ରାଚୀନବର୍ଗ ଆପଣାମାନଙ୍କ ମହାସଭାକୁ ଯୀଶୁଙ୍କୁ ଘେନିଗଲେ” କିମ୍ବା ) “ପ୍ରହରୀମାନେ ପ୍ରାଚୀନବର୍ଗମାନଙ୍କ ମହାସଭାକୁ ଯୀଶୁଙ୍କୁ ଘେନିଗଲେ”।ହୋଇପାରେ କେତେକ ଭାଷାରେ ସର୍ବନାମ “ସେମାନେ” ବ୍ୟବହାର କରି କିଏ ତାହାଙ୍କୁ ଘେନିଗଲା ବୋଲି କହିବାକୁ ଏଡ଼ାଉଥିଲେ। (ୟୁଏଲ୍‌ବି) କିମ୍ବା ଏକ ପରୋକ୍ଷ କ୍ରିୟା ବ୍ୟବହାର କରି “ଯୀଶୁ ମହାସଭାକୁ ନିଆଗଲେ”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

କହିଲେ

“ପ୍ରାଚୀନ ବର୍ଗ ଯୀଶୁଙ୍କୁ କହିଲେ”

ଆମ୍ଭମାନଙ୍କୁ କୁହ

“ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭଙ୍କୁ କୁହ”

ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ

ଏହା ଦୁଇଟି ମଧ୍ୟରୁ ଯୀଶୁଙ୍କ ପ୍ରଥମ ଆନୁମାନିକ ବକ୍ତବ୍ୟ ଅଟେ। ଏହା ଯୀଶୁଙ୍କ ନିମନ୍ତେ ଏକ ପ୍ରକାର ପ୍ରତିକ୍ରିୟା ଥିଲା ସେମାନଙ୍କୁ କୌଣସି କାରଣ ନ ଦେଇ, ଏହା କହିବାକୁ ଯେ ସେ ଈଶ୍ୱରନିନ୍ଦା ନିମନ୍ତେ ଦୋଷୀ ଅନୁଭବ କରୁଥିଲେ। ଆପଣଙ୍କ ଭାଷାରେ ଏହି ପ୍ରକାର କାର୍ଯ୍ୟ ଯାହା ଘଟିନାହିଁ, ତାହା ସୂଚାଇବା ନିମନ୍ତେ କୌଣସି ଶୈଳୀ ଥାଇପାରେ। (ଦେଖନ୍ତୁ: ଆନୁମାନିକ ପରିସ୍ଥିତି)

ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ

ଏହା ଦ୍ୱିତୀୟ ଆନୁମାନିକ ବକ୍ତବ୍ୟ ଅଟେ।

ମୁଁ ଯଦି ଆପଣମାନଙ୍କୁ କହେ…ମୁଁ ଯଦି ଆପଣମାନଙ୍କୁ ପ୍ରଶ୍ନ କରେ

ଯୀଶୁ କହୁଛନ୍ତି ଯେ, ଏହାର କିଛି ପ୍ରଭାବ ପଡେ ନାହିଁ ଯେ, ସେ ସେମାନଙ୍କୁ କୁହନ୍ତୁ ବା ପ୍ରଶ୍ନ ପଚାରନ୍ତୁ ସେମାନେ ଠିକ୍ ଭାବରେ ଉତ୍ତର ଦେବେ ନାହିଁ। ଏହି ଦୁଇ ବାକ୍ୟାଂଶ ଏକତ୍ର ଯୀଶୁଙ୍କ ମନୋଭାବକୁ ବ୍ୟକ୍ତ କରେ ଯେ, ମହାସଭା ସତ୍ୟ ପ୍ରତି ପ୍ରକୃତରେ ଧ୍ୟାନ ଦେଉ ନ ଥିଲା।