Door43-Catalog_or_tn/LUK/22/63.md

1.9 KiB

ପୁଣି ତାହାଙ୍କ ମୁହଁ ଘୋଡାଇ

“ପୁଣି ସେମାନେ ତାହାଙ୍କ ଚକ୍ଷୁ ଘୋଡାଇଲେ ଯେପରି ସେ ଦେଖି ନ ପାରନ୍ତି”

କହ ତ! କିଏ ତୋତେ ମାଇଲା?

ପ୍ରହରୀମାନେ ଜାଣି ନ ଥିଲେ ଯେ ଯୀଶୁ ଜଣେ ଭାବବାଦୀ ଥିଲେ। ବରଂ ସେମାନେ ବିଶ୍ଵାସ କରୁଥିଲେ ଯେ ପ୍ରକୃତ ଭାବବାଦୀ ଯଦିଓ ସେ ଏହା ନ ଦେଖିଲେ ମଧ୍ୟ କିଏ ତାହାଙ୍କୁ ମାରିଲା ତାହା ସେ ଜାଣିଥାଆନ୍ତେ।ସେମାନେ ଯୀଶୁଙ୍କୁ ଏକ ଭାବବାଦୀ କହିଲେ, କିନ୍ତୁ ସେମାନେ ଏହା ପ୍ରକାଶ କରିବାକୁ ଚାହୁଁଥିଲେ ଯେ ସେ ଜଣେ ଭାବବାଦୀ ନୁହଁନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭେ ଭାବବାଦୀ ଅଟ ବୋଲି ପ୍ରମାଣ କର। ଆମ୍ଭମାନଙ୍କୁ କହ କିଏ ତୋତେ ଆଘାତ କଲା” କିମ୍ବା “ହେ ଭାବବାଦୀ, କିଏ ତୋତେ ଆଘାତ କଲା?” (ଦେଖନ୍ତୁ: ବ୍ୟଙ୍ଗୋକ୍ତି)

ଭାବବାଣୀ କର!

“ଈଶ୍ୱରଙ୍କ ଠାରୁ କଥା କହିବା!” ଏହି ଅବ୍ୟକ୍ତ ସୂଚନା ହେଉଛି, ଈଶ୍ୱର ତାହାଙ୍କୁ କହିବେ କିଏ ତାହାଙ୍କୁ ଆଘାତ କଲା ଯେହେତୁ ଯୀଶୁଙ୍କ ମୁଖରେ ଘୋଡାଇ ଦିଆଯାଇଥିଲା ଓ ସେ ଦେଖି ପାରୁ ନ ଥିଲେ।(ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)