Door43-Catalog_or_tn/LUK/22/56.md

1.9 KiB

ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା

“ପିତରଙ୍କୁ ଏକଦୃଷ୍ଟିରେ ଚାହିଁ ପ୍ରାଙ୍ଗଣରେ ଥିବା ଅନ୍ୟ ଲୋକମାନଙ୍କୁ କହିଲା”

ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା

ଏହି ସ୍ତ୍ରୀଲୋକ, ଯୀଶୁଙ୍କ ସହିତ ପିତର ଥିବା ବିଷୟରେ ଲୋକମାନଙ୍କୁ କହୁଥିଲା। ସମ୍ଭବତଃ ସେ ପିତରଙ୍କ ନାମ ଜାଣି ନ ଥିଲା।

କିନ୍ତୁ ପିତର ଏହା ଅସ୍ୱୀକାର କଲା

“କିନ୍ତୁ ପିତର କହିଲେ ଯେ ଏହା ସତ୍ୟ ନୁହେଁ”

ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ

ପିତର ସେହି ସ୍ତ୍ରୀଲୋକର ନାମ ଜାଣି ନ ଥିଲେ। ସେ ତାହାକୁ “ହେ ନାରୀ” ବୋଲି ସମ୍ବୋଧନ କରି ତାହାକୁ ଅପମାନ କଲେ ନାହିଁ। ସେ ତାହାକୁ ଅପମାନ କରୁଅଛି ବୋଲି ଯଦି ଲୋକମାନେ ଚିନ୍ତା କରନ୍ତି, ତେବେ ଜଣେ ପୁରୁଷ ଯେଉଁ ସ୍ତ୍ରୀଲୋକକୁ ଜାଣେ ନାହିଁ, ତାହାକୁ ସମ୍ବୋଧନ କରିବା ନିମନ୍ତେ ସାଂସ୍କୃତିକ ଭାବରେ ଗ୍ରହଣଯୋଗ୍ୟ ଶୈଳୀ ଆପଣମାନେ ବ୍ୟବହାର କରିପାରନ୍ତି, କିମ୍ବା ଏହି ଶବ୍ଦକୁ ଛାଡ଼ିଦିଅନ୍ତୁ।

ଭାଇ, ମୁଁ ନୁହେଁ

ଉପରେ ଥିବା “ସ୍ତ୍ରୀଲୋକ” ବିଷୟରେ ଟିପ୍ପଣୀ ଦେଖନ୍ତୁ।