Door43-Catalog_or_tn/LUK/22/52.md

2.3 KiB

ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରିଆସିଲ?

“ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରିଆସିଲ କାରଣ ତୁମ୍ଭେମାନେ ଭାବୁଛ ମୁଁ ଜଣେ ଡକାଇତ?” ଏହା ଏକ ପ୍ରଭାବିତ ପ୍ରଶ୍ନ। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଜାଣ ଯେ ମୁଁ ଜଣେ ଡକାଇତ ନୁହେଁ, ତଥାପି ତୁମ୍ଭେମାନେ ମୋ' ନିକଟକୁ ଖଣ୍ଡା ଓ ଠେଙ୍ଗା ଘେନି ବାହାରିଆସିଲ। ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ଥିଲି

“ମୁଁ ପ୍ରତ୍ୟେକ ଦିନ ତୁମ୍ଭମାନଙ୍କ ମଧ୍ୟରେ ଥିଲି”

ମନ୍ଦିରରେ

ଏହା ଏହିପରି ଅନୁବାଦ କରାଯାଇପାରେ “ମନ୍ଦିର ପ୍ରାଙ୍ଗଣରେ” କିମ୍ବା “ମନ୍ଦିର ମଧ୍ୟରେ”

ମୋ' ବିରୁଦ୍ଧରେ ହାତ ବଢ଼ାଇଲ

ଏହା ରୂଢ଼୍ୟୋକ୍ତି ଅର୍ଥ ଅଟେ “ମୋତେ ବନ୍ଦୀ କଲ ନାହିଁ” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଅନ୍ଧକାରର କର୍ତ୍ତାପଣ

ଏହା ଏହିପରି ଅନୁବାଦ କରାଯାଇପାରେ “ଅନ୍ଧକାରର ଶାସନକର୍ତ୍ତାର ସମୟ” କିମ୍ବା “ଯେଉଁ ସମୟରେ ଶୟତାନ ଆପଣା ଇଚ୍ଛାନୁସାରେ ସମସ୍ତ ମନ୍ଦ କାର୍ଯ୍ୟ କରୁଅଛି” (ୟୁଡିବୀ)। ଏହି “ଅନ୍ଧକାରର କର୍ତ୍ତାପଣ” ମନ୍ଦ ଶାସନକର୍ତ୍ତା, ଶୟତାନ ନିମନ୍ତେ ଏକ ଲାକ୍ଷଣିକ ଶବ୍ଦ ଅଟେ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)