Door43-Catalog_or_tn/LUK/22/47.md

3.7 KiB

ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ

ଏହି ଶବ୍ଦ “ଦେଖ” କାହାଣୀରେ ଏକ ନୂତନ ଦଳ ନିମନ୍ତେ ଆମ୍ଭମାନଙ୍କୁ ସତର୍କ କରାଏ। ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଇପାରେ। ଇଂରାଜୀ ବ୍ୟବହାର କରେ “ଏକ ଲୋକସମୂହ ସେଠାରେ ଆସି ଉପସ୍ଥିତ ହେଲେ…”

ସେମାନଙ୍କ ଆଗେ ଆଗେ ଆସି

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନଙ୍କୁ ଯୀଶୁଙ୍କ ନିକଟକୁ କଢାଇ ନେଲେ” ଯୀଶୁ ଯେଉଁଠାରେ ଥିଲେ ତାହା ଯିହୁଦା ଲୋକମାନଙ୍କୁ ଦେଖାଉଥିଲା। ଲୋକସମୂହକୁ ସେ କହୁ ନ ଥିଲେ କଅଣ କରିବାକୁ ହେବ।

ଚୁମ୍ବନ କରିବାକୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଚୁମ୍ବନ ସହ ତାହାଙ୍କୁ ଅଭିବାଦନ କରିବାକୁ” କିମ୍ବା “ତାହାଙ୍କୁ ଚୁମ୍ବନ କରିବା ଦ୍ୱାରା ତାହାଙ୍କୁ ଅଭିବାଦନ କରିବାକୁ” ଯେତେବେଳେ ଲୋକମାନେ ଆପଣା ପରିବାରର ଲୋକମାନଙ୍କୁ କିମ୍ବା ବନ୍ଧୁମାନଙ୍କୁ ଅଭିବାଦନ କରନ୍ତି ସେମାନେ ସେମାନଙ୍କ ଗୋଟିଏ ଗାଲରେ କିମ୍ବା ଉଭୟ ଗାଲରେ ଚୁମ୍ବନ କରନ୍ତି। ଯଦି ଆପଣଙ୍କ ପାଠକମାନଙ୍କ ନିମନ୍ତେ, ଏକ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଚୁମ୍ବନ ଦିଏ ବୋଲି କହିବା ଅପ୍ରୀତିକର ଲାଗେ, ଆପଣମାନେ ଏହାକୁ ଅଧିକ ସାଧାରଣ ଭାବରେ ଅନୁବାଦ କରି ପାରନ୍ତି: “ତାହାଙ୍କୁ ଏକ ବନ୍ଧୁତ୍ୱ ଅଭିବାଦନ ଦେବାକୁ”। (ଦେଖନ୍ତୁ: ଅଜଣା ଅନୁବାଦ)

ମନୁଷ୍ୟପୁତ୍ର

ଯୀଶୁ ଆପଣାକୁ ଦର୍ଶାଇବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି।

ଚୁମ୍ବନ ଦ୍ୱାରା କି ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ

ଯୀଶୁ ଯିହୁଦାକୁ ଧମକ ଦେବା ନିମନ୍ତେ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କଲେ: “ତୁମ୍ଭେ ଏକ ଚୁମ୍ବନ ବ୍ୟବହାର କରି କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ!” ଯିହୁଦା ହସ୍ତର ସଙ୍କେତ ବ୍ୟବହାର କରି ପାରିଥାଆନ୍ତା କିମ୍ବା ଶବ୍ଦଗୁଡ଼ିକ ଯେପରି “ “ଯିଏ ପଥର ପାଖରେ ଠିଆ ହୋଇଅଛନ୍ତି ସେ ଯୀଶୁ ଅଟନ୍ତି” ଯୀଶୁଙ୍କୁ ଦେଖାଇବା ନିମନ୍ତେ, ଚୁମ୍ବନ ଯାହା ପ୍ରେମର ଚିହ୍ନ ଅଟେ ତାହା ପରିବର୍ତ୍ତେ ସେ ଏହା ମିଥ୍ୟାରେ ବ୍ୟବହାର କଲା। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)