Door43-Catalog_or_tn/LUK/22/41.md

1.9 KiB

ପ୍ରାୟ ପଥର ଫୋଫାଡିବା ଦୂର

ଏହା ଏକ ରୂଢ଼୍ୟୋକ୍ତି ଅଟେ ଯାହାର ଅର୍ଥ “ଯେତେ ଦୂର ଜଣେ ପଥର ଫୋଫାଡି ପାରେ ପ୍ରାୟ ସେତେ ଦୂର।” ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଅଳ୍ପ ଦୂର” କିମ୍ବା ଏକ ଆନୁମାନିକ ମାପ ସହିତ ଯେପରି “ପ୍ରାୟ ୩୦ ମିଟର୍” (ୟୁଡିବୀ)। (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଏହି ପାନପାତ୍ର ମୋ' ଠାରୁ ଦୂର କର

ଏହା ଏକ ଉଦାହରଣ ଅଟେ। ଯୀଶୁ ଆପଣା ଦୁଃଖଭୋଗକୁ ଦର୍ଶାଉଛନ୍ତି ଯାହା ସେ ଭୋଗିବାକୁ ଯାଉଅଛନ୍ତି ଯେପରି ଏହା ଏକ ପାତ୍ରରେ ଅଛି ଆଉ ସେ ଏହା ପାନ କରିବାକୁ ଯାଉଅଛନ୍ତି। ଏହା ଏହିପର୍ ଅନୁବାଦ କରାଯାଇପାରେ “ଏହି ଦୁଃଖଭୋଗର ପାତ୍ରକୁ ମୋ' ଠାରୁ ଦୂରେଇ ନିଅ” କିମ୍ବା “ମୋ' ଠାରୁ ଏହି ଦୁଃଖଭୋଗ ଦୂରେଇ ନିଅ” କିମ୍ବା “ଏହିପରି ଦୁଃଖଭୋଗ ଠାରୁ ମୋତେ ରକ୍ଷା କର” (ଦେଖନ୍ତୁ: ଉଦାହରଣ)

ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ

ଏହା ଏହିପରି ଅନୁବାଦ କରାଯାଇପାରେ “ତଥାପି, ମୋହର ନୁହେଁ ବରଂ ତୁମ୍ଭର ଇଚ୍ଛା ସଫଳ ହେଉ ବୋଲି ମୁଁ ଇଚ୍ଛା କରେ”