Door43-Catalog_or_tn/LUK/22/37.md

3.2 KiB
Raw Permalink Blame History

ମୋ' ସମ୍ବନ୍ଧୀୟ ବାକ୍ୟ ଯାହା ଲେଖାଅଛି

“ଶାସ୍ତ୍ରରେ ମୋ' ସମ୍ବନ୍ଧୀୟ ବାକ୍ୟ ଯାହା ଭାବବାଦୀମାନେ ଲେଖିଅଛନ୍ତି” (ୟୁଡିବୀ)

ସିଦ୍ଧ ହେବା ଆବଶ୍ୟକ

ପ୍ରେରିତମାନେ ବୁଝିଥିବେ ଯେ ଶାସ୍ତ୍ରରେ ଯାହା ଲେଖାଯାଇଛି ସେହି ପ୍ରତ୍ୟେକ ବିଷୟ ଈଶ୍ୱର ସମ୍ପାଦନ କରିବେ। ଏହି ସମ୍ପୂର୍ଣ୍ଣ ବାକ୍ୟାଂଶକୁ ନୂତନ ଶବ୍ଦ ଦ୍ୱାରା ଆପଣମାନେ ସ୍ପଷ୍ଟ କରିପାରନ୍ତି: “ଈଶ୍ୱର, ଶାସ୍ତ୍ରରେ ଲେଖାଯାଇଥିବା ପ୍ରତ୍ୟେକ ବିଷୟକୁ ସଫଳ କରିବେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ

“ଲୋକମାନେ ତାହାଙ୍କୁ ଅଧାର୍ମିକ ଲୋକମାନଙ୍କ ମଧ୍ୟରୁ ଜଣେ ବୋଲି ଗଣନା କଲେ।” କେତେକ ଭାଷାରେ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ଆବଶ୍ୟକ ହୋଇପାରେ “ଏହା ଶାସ୍ତ୍ରରେ ଲେଖାଅଛି। ’ଆଉ ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଅଧାର୍ମିକ

“ଯେଉଁମାନେ ବ୍ୟବସ୍ଥା ଲଙ୍ଘନ କରନ୍ତି” କିମ୍ବା “ଅପରାଧୀ”

ଯେଣୁ ମୋ' ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି

ଏହି ବାକ୍ୟାଂଶ ଗ୍ରୀକ୍‌ରେ ସ୍ପଷ୍ଟ ନାହିଁ। ଅନ୍ୟ ସମ୍ଭାବନା ଅର୍ଥ ହେଲା “ମୋହର ଜୀବନ ସମାପ୍ତ ହେବାକୁ ଯାଉଛି”

ସେମାନେ କହିଲେ

ଏହା ଯୀଶୁଙ୍କ ପ୍ରେରିତ ମାନଙ୍କ ମଧ୍ୟରୁ ଅତି କମ୍‌ରେ ଦୁଇ ଜଣଙ୍କୁ ଦର୍ଶାଏ।

ଯଥେଷ୍ଟ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ସେହି ଖଣ୍ଡାଗୁଡ଼ିକ ଯଥେଷ୍ଟ” କିମ୍ବା ) “ଏହି ବିଷୟରେ ସେତିକି କହିବା ଯଥେଷ୍ଟ”। ଯେତେବେଳେ ଯୀଶୁ କହିଲେ ଯେ ସେମାନେ ଖଣ୍ଡା କିଣିବା ଉଚିତ୍, ସେତେବେଳେ, ସେମାନେ ସମସ୍ତେ ସମ୍ମୁଖିନ ହେଉଥିବା ବିପଦ ବିଷୟରେ ସେ ସେମାନଙ୍କୁ ଦୃଢ଼ଭାବରେ କହୁଥିଲେ। ପ୍ରକୃତରେ ସେ ଇଚ୍ଛା କରୁ ନ ଥିଲେ ଯେ ସେମାନେ ଖଣ୍ଡା କିଣନ୍ତୁ ଓ ଯୁଦ୍ଧ କରନ୍ତୁ।