Door43-Catalog_or_tn/LUK/22/33.md

1.9 KiB

(ଶିମୋନକୁ ଶୟତାନ ପରୀକ୍ଷା କରିବା ବିଷୟରେ ଯୀଶୁଙ୍କ ଉକ୍ତିକୁ ଶିମୋନ ପିତରଙ୍କ ପ୍ରତିକ୍ରିୟା।)

କୁକୁଡା ନ ଡାକୁଣୁ

ଏଠାରେ, କୁକୁଡା ଡାକିବା, ଦିନର ସେହି ସମୟକୁ ଏକ ଲାକ୍ଷଣିକ ଶବ୍ଦ ରୂପେ ବ୍ୟବହାର କରାଯାଇଛି। “ ସକାଳ ସମୟରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କୁକୁଡା ଡାକିଥାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଆଜି କୁକୁଡା ନ ଡାକୁଣୁ…ତୁମ୍ଭେ ଅସ୍ୱୀକାର କରିବ…

ଏହା ସାକାରାତ୍ମକ ଭାବେ ବ୍ୟକ୍ତ କରାଯାଇପାରେ: “କୁକୁଡା ଡାକିବ…ତୁମ୍ଭେ ଅସ୍ୱୀକାର କରିବା ପରେ”। ଏହି ପଦର ଅଂଶର କ୍ରମକୁ ମଧ୍ୟ ପରିବର୍ତ୍ତନ କରାଯାଇପାରେ: “ଆଜି କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ”

ଆଜି

ଯିହୁଦୀମାନଙ୍କ ଦିନ ସୂର୍ଯ୍ୟ ଅସ୍ତ ହେବା ପରେ ଆରମ୍ଭ ହୁଏ। ଯୀଶୁ ସୂର୍ଯ୍ୟ ଅସ୍ତ ହେଲା ପରେ କହୁଥିଲେ। କୁକୁଡା ପ୍ରଭାତ ହେବାର ଠିକ୍ ପୂର୍ବରୁ ଡାକେ। ପ୍ରଭାତ ହେଉଛି “ଆଜି” ର ଅଂଶ ଅଟେ। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଆଜି ରାତ୍ରିରେ” କିମ୍ବା “ପ୍ରଭାତରେ”