Door43-Catalog_or_tn/LUK/22/31.md

3.2 KiB

(ଯୀଶୁ ସିଧାସଳଖ ଶିମୋନଙ୍କୁ କହୁଅଛନ୍ତି।)

ଶିମୋନ, ଶିମୋନ

ଯୀଶୁ ଦୁଇ ଥର ତାହାଙ୍କ ନାମ କହିଲେ ଏହା ଦର୍ଶାଇବା ନିମନ୍ତେ ଯେ, ସେ ତାହାଙ୍କ ବିଷୟରେ ଯାହା କହିବାକୁ ଯାଉଥିଲେ ତାହା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା।

ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି

ଏହି ଶବ୍ଦ “ତୁମ୍ଭମାନଙ୍କୁ”ସମସ୍ତ ପ୍ରେରିତମାନଙ୍କୁ ଦର୍ଶାଏ। କେତେକ ଭାଷାରେ ଅନ୍ୟ ପ୍ରକାରେ “ତୁମ୍ଭମାନଙ୍କୁ” ଥାଏ, ସେଠାରେ ବହୁ ବଚନ ବ୍ୟବହାର କରନ୍ତୁ। (ଦେଖନ୍ତୁ: “ତୁମ୍ଭମାନଙ୍କୁ” ର ପ୍ରକାର)

ଗହମକୁ ଚାଲୁଣୀରେ ଚଳାଇବା ପରି ତୁମ୍ଭମାନଙ୍କୁ ଚଳାଇବ

ଏହା ଏକ ଉଦାହରଣ ଅଟେ, ଯାହାର ଅର୍ଥ “ତ୍ରୁଟି ଖୋଜିବା ନିମନ୍ତେ ତୁମ୍ଭମାନଙ୍କୁ ପରୀକ୍ଷା କରିବ”। ଏହାର ଅର୍ଥ ସ୍ପଷ୍ଟ କରାଯାଇପାରେ ଯେପରି ୟୁଡିବୀରେ ଅଛି : “ତୁମ୍ଭମାନଙ୍କୁ ପରୀକ୍ଷା କରିବ”। ଆଉ ଏହା ଏହିପରି ଉପମା ରୂପେ ଅନୁବାଦ କରାଯାଇପାରେ : “ଜଣେ ଯେପରି ଶଷ୍ୟକୁ ଚାଲୁଣୀରେ ଚଲାଏ” ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ: ଉଦାହରଣ)

ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି

ଏହି ଶବ୍ଦ “ତୁମ୍ଭ” ଏଠାରେ ବିଶେଷ ଭାବରେ ଶିମୋନଙ୍କୁ ଦର୍ଶାଏ। କେତେକ ଭାଷାରେ ବିଭିନ୍ନ ପ୍ରକାରେ “ତୁମ୍ଭ” ଥାଏ ଏଠାରେ ଏକ ବଚନ ବ୍ୟବହାର କରନ୍ତୁ।

ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ

ଏହା ସାକାରାତ୍ମକ ରୂପେ ବ୍ୟକ୍ତ କରାଯାଇପାରେ “ଯେପରି ତୁମ୍ଭେ ବିଶ୍ୱାସ କରୁଥିବ” କିମ୍ବା “ଯେପରି ତୁମ୍ଭେ ମୋ' ଠାରେ ବିଶ୍ୱାସ କରୁଥିବ”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଆପଣା ଭାଇମାନଙ୍କୁ

ଏହା ଅନ୍ୟ ଶିଷ୍ୟମାନଙ୍କୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ବିଶ୍ୱାସୀ ଭାଇମାନଙ୍କୁ” କିମ୍ବା “ବିଶ୍ୱାସରେ ଆପଣା ଭାଇମାନଙ୍କୁ” କିମ୍ବା “ଅନ୍ୟ ଶିଷ୍ୟମାନଙ୍କୁ”