Door43-Catalog_or_tn/LUK/22/28.md

2.7 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ମୋହର ସମସ୍ତ ପରୀକ୍ଷାରେ ମୋ' ସହିତ ରହିଆସିଅଛ

“ମୋହର ସମସ୍ତ ସଂଘର୍ଷ ମଧ୍ୟରେ ମୋ' ସହିତ ରହିଆସିଅଛ”

ଏଣୁ ମୋହର ପିତା ଯେପରି ମୋ' ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେହିପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି

କେତେକ ଭାଷାରେ ଏହାର କ୍ରମ ପରିବର୍ତ୍ତନ କରିବା ଆବଶ୍ୟକ ହୁଏ। “ମୁଁ ତୁମ୍ଭମାନଙ୍କୁ ରାଜ୍ୟ ଦେଉଅଛି ଯେପରି ମୋହର ପିତା ମୋତେ ରାଜ୍ୟ ଦେଇଅଛନ୍ତି।”

ତୁମ୍ଭମାନଙ୍କ ନିମନ୍ତେ ରାଜ୍ୟ ନିରୂପଣ କରୁଅଛି

“ଈଶ୍ୱରଙ୍କ ରାଜ୍ୟରେ ମୁଁ ତୁମ୍ଭମାନଙ୍କୁ ଶାସନକର୍ତ୍ତା ନିଯୁକ୍ତ କରିବି” (ୟୁଡିବୀ) କିମ୍ବା “ରାଜ୍ୟରେ ଶାସନ କରିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଅଧିକାର ଦେବି” କିମ୍ବା “ମୁଁ ତୁମ୍ଭମାନଙ୍କୁ ରାଜା କରିବି”

ଏଣୁ ମୋହର ପିତା ଯେପରି ମୋ' ନିମନ୍ତେ ରାଜ୍ୟ ନିରୂପଣ କଲେ

“ମୋହର ପିତା ଯେପରି ଆପଣା ରାଜ୍ୟରେ ରାଜା ରୂପେ ଶାସନ କରିବାକୁ ମୋତେ ଅଧିକାର ଦେଇଅଛନ୍ତି”

ତୁମ୍ଭେମାନେ ସିଂହାସନରେ ଉପବେଶନ କରିବ

“ସିଂହାସନରେ ଉପବେଶନ କରିବ” ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ “ରାଜାର କାର୍ଯ୍ୟ କରିବ”ନିମନ୍ତେ। ଏହାର ଅର୍ଥ “ତୁମ୍ଭେମାନେ ରାଜା ରୂପେ କାର୍ଯ୍ୟ କରିବ” କିମ୍ବା “ତୁମ୍ଭେମାନେ ରାଜାମାନଙ୍କ କାର୍ଯ୍ୟ କରିବା”। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସିଂହାସନ

ଏହା ଏହିପରି ଅନୁବାଦ କରାଯାଇପାରେ “ରାଜାଙ୍କ ଆସନ” କିମ୍ବା “ରାଜାମାନଙ୍କ ନିମନ୍ତେ ପ୍ରସ୍ତୁତ ଆସନ”।