Door43-Catalog_or_tn/LUK/22/26.md

3.9 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ

“ତୁମ୍ଭେମାନେ ସେହି ପ୍ରକାରେ ଆଚରଣ କର ନାହିଁ”

କନିଷ୍ଠ

“ଶେଷ ମହତ୍ୱ”। ନେତା ରୂପେ ଅନେକ ସମୟରେ ବୟସ୍କ ଲୋକେ ଥାଆନ୍ତି ଓ ସେମାନଙ୍କୁ “ପ୍ରାଚୀନ,” କୁହାଯାଏ, “କନିଷ୍ଠ” ଏମାନେ ଶେଷରେ ନେତୃତ୍ୱ ନିଅନ୍ତି। (ଦେଖନ୍ତୁ: ଉଦାହରଣ)

ପୁଣି

ଏହା ଯୀଶୁଙ୍କ ଆଦେଶଗୁଡ଼ିକ ପଦ ୨୬ ସହିତ ସମ୍ପୁର୍ଣ୍ଣ ପଦ ୨୭ ସଂଯୁକ୍ତ କରେ। ଏହି କଳ୍ପନା “ଯିଏ ଶ୍ରେଷ୍ଠ ସେ ସେବା କରୁ ଯେହେତୁ ମୁଁ ସେବକ ଅଟେ।” ଯୀଶୁ, ଯିଏ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସେମାନଙ୍କ ସେବା କରନ୍ତି, ତେଣୁ ସେମାନଙ୍କ ମଧ୍ୟରୁ ଯିଏ ଶ୍ରେଷ୍ଠ ସେ ସେବା କରୁ।

ଯିଏ ସେବା କରେ

“ଏକ ସେବକ”

କିଏ ଶ୍ରେଷ୍ଠ

“କେଉଁମାନେ ଶ୍ରେଷ୍ଠ” କିମ୍ବା “କିଏ ଅଧିକ ମହତ୍ୱପୂର୍ଣ୍ଣ” ଯୀଶୁ, ପଦ ୨୪ ରେ, ପ୍ରେରିତମାନଙ୍କ ପ୍ରଶ୍ନ କିଏ ଶ୍ରେଷ୍ଠ ସେହି ବିଷୟରେ ଆପଣା ଉତ୍ତରର ପରିଚୟ ଦେବା ନିମନ୍ତେ ଏହି ପ୍ରଭାବିତ ପ୍ରଶ୍ନ ପଚାରୁଛନ୍ତି। ଏହି ପ୍ରଭାବିତ ପ୍ରଶ୍ନକୁ ଏହିପରି ଅନୁବାଦ କରାଯାଇପାରେ “କିଏ ଶ୍ରେଷ୍ଠ ସେ ବିଷୟରେ ତୁମ୍ଭେମାନେ ବିବେଚନା କର ବୋଲି ମୁଁ ଇଚ୍ଛା କରୁଅଛି।” (ପ୍ରଭାବିତ ପ୍ରଶ୍ନ)

ଯିଏ ଭୋଜନୋପବିଷ୍ଟ

ଏହା ଏହିପରି ଅନୁବାଦ କରାଯାଇପାରେ “ଯିଏ ଭୋଜନ କରିବା ନିମନ୍ତେ ମେଜରେ ଉପବେଶନ କରି ଅଛନ୍ତି”

ଯେ ସେବକ

“ଯିଏ ଖାଦ୍ୟ ପରିବେଷଣ କରେ” କିମ୍ବା “ଯିଏ ଭୋଜନରେ ବସିଥିବା ବ୍ୟକ୍ତିର ସେବା କରେ”। ଏହା ସେବକକୁ ଦର୍ଶାଏ।

ଯେ ଭୋଜନୋପବିଷ୍ଟ, ସେ କି ଶ୍ରେଷ୍ଠ ନୁହଁନ୍ତି?

ଏହା ମଧ୍ୟ ଏକ ପ୍ରଭାବିତ ପ୍ରଶ୍ନ ଅଟେ। ସ୍ପଷ୍ଟ ଉତ୍ତର ହେଉଛି “ନିଶ୍ଚିତ ଭାବେ ଯିଏ ସେବକ ତା' ଠାରୁ ଅଧିକ ଶ୍ରେଷ୍ଠ ଯିଏ ଭୋଜନ କରିବା ନିମନ୍ତେ ମେଜରେ ଉପବେଶନ କରନ୍ତି!”

କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି

ଏହି ଶବ୍ଦ “କିନ୍ତୁ” ଏଠାରେ ଅଛି କାରଣ ଏଠାରେ ଏକ ବିପରୀତବୋଧ ଅଛି ଏହି ଦୁଇଟି ମଧ୍ୟରେ ଯେ, ଲୋକମାନେ ଯାହା ଇଚ୍ଛା କରୁଅଛନ୍ତି ଯୀଶୁ ହୁଅନ୍ତୁ ବୋଲି, ଓ ପ୍ରକୃତରେ ସେ କଅଣ ଥିଲେ। ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ମୁଁ ତୁମ୍ଭମାନଙ୍କ ସେବା କରୁଅଛି”।