Door43-Catalog_or_tn/LUK/22/19.md

4.1 KiB
Raw Permalink Blame History

ରୋଟୀ

ଏହି ରୋଟୀରେ ଖମୀର ମିଶ୍ରିତ ହୋଇନାହିଁ, ତେଣୁ ଏହା ଖମୀର ବିନା ଥିଲା।

ସେ ତାହା ଭାଙ୍ଗି

“ସେ ତାହା ଖଣ୍ଡ କଲେ” କିମ୍ବା “ସେ ତାହା ଛିଣ୍ଡାଇ”। ହୁଏତ ସେ ଏହାକୁ ଅନେକ ଖଣ୍ଡରେ ବିଭାଜିତ କରିଥିବେ କିମ୍ବା ସେ ଏହାକୁ ଦୁଇ ଖଣ୍ଡରେ ବିଭାଜିତ କରିଥିବେ ଓ ପ୍ରେରିତମାନଙ୍କୁ ଆପଣା ଆପଣା ମଧ୍ୟରେ ଭାଗ କରିବାକୁ ଦେଇଥିବେ। ଯଦି ସମ୍ଭବ, ଏକ ବକ୍ତବ୍ୟକୁ ବ୍ୟବହାର କରନ୍ତୁ ଯାହା ଏହି ଉଭୟ ପରିସ୍ଥିତିରେ ବ୍ୟବହାର କୋରାଯାଇପାରେ। I

ମୋହର ଶରୀର ଏହି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଏହି ରୋଟୀ ମୋହର ଶରୀର ଅଟେ” ଏବଂ ) “ଏହି ରୋଟୀ ମୋ' ଶରୀରର ପ୍ରତୀକ ଅଟେ”।

ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର

“ମୋହର ଶରୀର,ଯାହା ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଅଛି” କିମ୍ବା “ମୋହର ଶରୀର, ଯାହା ମୁଁ ତୁମ୍ଭମାନଙ୍କ ନିମନ୍ତେ ବଳିଦାନ କରିବି।” କେତେକ ଭାଷାରେ ଗ୍ରହଣ କରିବା ଲୋକମାନଙ୍କୁ ମଧ୍ୟ ବ୍ୟକ୍ତ କରାଯାଏ, ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ, ତୁମ୍ଭମାନଙ୍କ ସକାଶେ ମୋହର ଶରୀରକୁ ବଧ କରିବା ନିମନ୍ତେ କ୍ଷମତାପ୍ରାପ୍ତ ବ୍ୟକ୍ତିମାନଙ୍କୁ ଦେବି”।

ଏହା କର

“ଏହା ଭୋଜନ କର”

ମୋତେ ସ୍ମରଣ କରିବା ନିମନ୍ତେ

“ମୋତେ ସ୍ମରଣ କରିବା ଅନୁସାରେ”

ଏହି ପାନପାତ୍ର

ଏହି ଶବ୍ଦ “ପାନପାତ୍ର” ଦ୍ରାକ୍ଷାରସ ଥିବା ପାତ୍ରକୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ପାତ୍ରରେ ଥିବା ଦ୍ରାକ୍ଷାରସ” କିମ୍ବା “ଏହି ଦ୍ରାକ୍ଷାରସ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ

“ଏହି ନୂତନ ନିୟମ, ଯାହା ମୋହର ରକ୍ତର ପ୍ରଭାବରେ ସ୍ଥାପିତ ହେବ” କିମ୍ବା “ଏହି ନୂତନ ନିୟମ, ଯାହା ମୋହର ରକ୍ତ ଦ୍ୱାରା ବିଧିସଙ୍ଗତ ହେବ” କିମ୍ବା “ଏହି ନୂତନ ନିୟମର ପ୍ରତୀକ ଅଟେ, ଯାହା ପାତିତ ହେଉଥିବା ମୋହର ରକ୍ତ ଦ୍ୱାରା ଈଶ୍ୱର ସ୍ଥାପିତ କରିବେ”

ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତ

“ତୁମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ଦ୍ଵାରା ପାତିତ ହେଉଥିବା ମୋହର ରକ୍ତ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ ମୋ' ମୃତ୍ୟୁରେ ମୋହର କ୍ଷତରୁ ବହୁଥିବା ରକ୍ତ” ଯୀଶୁ, ଆପଣା ଶରୀର ଭଙ୍ଗାଯିବା ଓ ଆପଣା ରକ୍ତ ବୁହାଯିବା ବିଷୟରେ ଦର୍ଶାଇ ଆପଣା ମୃତ୍ୟୁ ବିଷୟରେ କହୁଥିଲେ। ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ।