Door43-Catalog_or_tn/LUK/22/17.md

1.9 KiB

ଯେତେବେଳେ ସେ ଧନ୍ୟବାଦ ଦେଲେ

“ଯେତେବେଳେ ସେ ଈଶ୍ଵରଙ୍କୁ ଧନ୍ୟବାଦ ଦେଲେ”

ସେ କହିଲେ

“ସେ ଆପଣା ଶିଷ୍ୟମାନଙ୍କୁ କହିଲେ”

ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗକର

ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ଦ୍ରାକ୍ଷାରସ ନେଇ ଆପଣା ଆପଣା ମଧ୍ୟରେ ଭାଗକର” କିମ୍ବା “ଏହା ଠାରୁ ତୁମ୍ଭେମାନେ ସମସ୍ତେ କିଛି କିଛି ପାନ କର”।

କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି

ଏହି ବାକ୍ୟାଂଶ, ଯୀଶୁ ପରେ ଯାହା କହିବେ ତାହାର ମହତ୍ଵକୁ ଗୁରୁତ୍ୱ ଦେବା ନିମନ୍ତେ ବ୍ୟବହାର କରାଯାଇଛି।

ଦ୍ରାକ୍ଷାଫଳର ରସ

ଏହା ଦ୍ରାକ୍ଷାଲତାରେ ଫଳିଥିବା ଦ୍ରାକ୍ଷାଫଳକୁ ଚିପୁଡି ବାହାର କରାଯାଇଥିବା ରସକୁ ଦର୍ଶାଏ। ଦ୍ରାକ୍ଷାଫଳର ରସକୁ ସଢ଼ାଯାଇ ସୁରା ତିଆରି କରାଯାଏ।

ଈଶ୍ଵରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵରଙ୍କ ରାଜ୍ୟ ସ୍ଥାପିତ ନ ହେବା ପର୍ଯ୍ୟନ୍ତ” କିମ୍ବା “ଈଶ୍ଵର ଆପଣା ରାଜ୍ୟ ସ୍ଥାପିତ ନ କରିବା ପର୍ଯ୍ୟନ୍ତ” କିମ୍ବା “ଈଶ୍ଵର ଆପଣା ରାଜ୍ୟରେ ଶାସନ ନ କରିବା ପର୍ଯ୍ୟନ୍ତ”।