Door43-Catalog_or_tn/LUK/22/07.md

2.4 KiB

ଖମୀରଶୂନ୍ୟ ରୋଟୀର ଦିନ

“ଖମୀର ମିଶ୍ରିତ ହୋଇ ନ ଥିବା ରୋଟୀ ର ଦିନ” କିମ୍ବା “ଚଟକା ରୋଟୀର ଦିନ”। ଯେଉଁଦିନ ଯିହୁଦୀମାନେ ଖମୀର ମିଶ୍ରିତ ସମସ୍ତ ରୋଟୀକୁ ଆପଣା ଗୃହରୁ ବାହାର କରୁଥିଲେ। ତାହାପରେ ସାତ ଦିନ ଖମୀରଶୂନ୍ୟ ରୋଟୀର ପର୍ବ ପାଳନ କରୁଥିଲେ।

ନିସ୍ତାରପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ

“ଲୋକମାନଙ୍କୁ ନିସ୍ତାରପର୍ବର ଭୋଜ ନିମନ୍ତେ ମେଷଶାବକ ବଳିଦାନ କରିବାକୁ ହେଉଥିଲା, ତେଣୁ ଅନେକ ମେଷଶାବକ ବଧ କରାଯାଉଥିଲେ।

ଆମ୍ଭେମାନେ ଯେପରି ଏହା ଭୋଜନ କରିପାରିବୁ

ଯୀଶୁ ଯେତେବେଳେ ଏହା କହିଲେ ସେ ପିତର ଓ ଯୋହନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି “ଆମ୍ଭେମାନେ” ପିତର ଓ ଯାକୁବ ସେହି ଭୋଜ ଖାଇବା ଦଳର ଅଂଶ ଥିଲେ। (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ପ୍ରସ୍ତୁତ

ଏହା ଏକ ସାଧାରଣ ଶବ୍ଦାର୍ଥ ଅଟେ “ପ୍ରସ୍ତୁତ କର” ଯୀଶୁ, ପିତର ଓ ଯୋହନଙ୍କୁ ଏହି ସମସ୍ତ ଜିନିଷ ରାନ୍ଧିବା ନିମନ୍ତେ କହିବା ଆବଶ୍ୟକ ମନେ କରୁ ନ ଥିଲେ।

ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି

ଏହି ଶବ୍ଦ “ଆମ୍ଭେମାନେ” ଯୀଶୁ ଅନ୍ତର୍ଭୁକ୍ତ ନୁହନ୍ତି। ଯୀଶୁ ଭୋଜନ ପ୍ରସ୍ତୁତ କରିବା ଦଳର ଅଂଶ ନ ଥିଲେ। (ଦେଖନ୍ତୁ: ବହିର୍ଭୁକ୍ତ)

ପ୍ରସ୍ତୁତ କରିବୁ

“ଭୋଜନ ନିମନ୍ତେ ପ୍ରସ୍ତୁତ କରିବା” କିମ୍ବା “ଭୋଜନ ପ୍ରସ୍ତୁତ କରିବା”