Door43-Catalog_or_tn/LUK/21/34.md

3.0 KiB

ଯେପରି ତୁମ୍ଭମାନଙ୍କର ହୃଦୟ ଭାରଗ୍ରସ୍ତ ନ ହୁଏ

“ଯେପରି ତୁମ୍ଭେମାନେ ବ୍ୟସ୍ତ ନ ରୁହ”

ଅତି ବେଶୀ ଯୌନ ସମ୍ଭୋଗ କରିବା

“ଅସଂଯମତା ଆତ୍ମତୃପ୍ତି” କିମ୍ବା “ବହୁତ ବିଷୟରେ ଅବାଧରେ ଇଚ୍ଛା ପୂରଣ କରିବା ଯେ ତୁମ୍ଭେ ଉତ୍ତମ ଅନୁଭବ କର”। ଏହା ଏକ ନିର୍ଦ୍ଧିଷ୍ଟ ଉଦାହରଣରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି “ଅତ୍ୟଧିକ ଭୋଜନପାନ କରିବା”।

ଜୀବିକା ସମ୍ବନ୍ଧୀୟ ଚିନ୍ତା

“ଏହି ଜୀବନ ବିଷୟରେ ଅତ୍ୟଧିକ ବ୍ୟତିବ୍ୟସ୍ତ ହେବା”

ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼ିବ

ହୋଇପାରେ କେତେକ ଆବଶ୍ୟକ କରିପାରନ୍ତି ଏହି ଅବ୍ୟକ୍ତ ସୂଚନାକୁ ସଂଯୁକ୍ତ କରିବା ନିମନ୍ତେ: “ଆଉ ଯଦି ତୁମ୍ଭେମାନେ ଜାଗ୍ରତ ନ ଥିବ, ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼ିବ।” ଯେଉଁମାନେ ଏହି ଆଗାମୀ ଦିନ ନିମନ୍ତେ ପ୍ରସ୍ତୁତ ନୁହଁନ୍ତି ଓ ଏହା ନିମନ୍ତେ ଜାଗ୍ରତ ନୁହନ୍ତି ସେମାନଙ୍କ ନିମନ୍ତେ ଏହି ଆଗାମୀ ଦିନ ହଠାତ୍ ଓ ଅପ୍ରତ୍ୟାଶିତ ଭାବରେ ଉପସ୍ଥିତ ହେବ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେହି ଦିନ

ଏହା ଏହିପରି ନିର୍ଦ୍ଧିଷ୍ଟ ଭାବରେ ଅନୁବାଦ କରାଯାଇପାରେ “ଯେଉଁ ଦିନ ମନୁଷ୍ୟପୁତ୍ର ଆସିବେ”।

ହଠାତ୍ ଫାନ୍ଦ ସ୍ଵରୂପେ

ଏହା ଏକ ଉପମା ଅଟେ ଯାହାର ଅର୍ଥ “ଯେବେ ତୁମ୍ଭେମାନେ ଆଶା କରୁ ନ ଥିବ, ଯେପରି ଏକ ପଶୁ ଉପରେ ଫାନ୍ଦ ପକାଯାଏ।” (ଦେଖନ୍ତୁ: ଉପମା)

ତାହା ସମସ୍ତଙ୍କ ଉପରେ ଆସିବ

“ଏହା ପ୍ରତ୍ୟେକଙ୍କୁ ପ୍ରଭାବ ପକାଇବ” କିମ୍ବା “ସେହି ଦିନର ଘଟଣାସମୂହ ପ୍ରତ୍ୟେକଙ୍କୁ ପ୍ରଭାବ ପକାଇବ”

ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ

“ସମଗ୍ର ପୃଥିବୀପୃଷ୍ଠ ଉପରେ” କିମ୍ବା “ସମଗ୍ର ପୃଥିବୀରେ”