Door43-Catalog_or_tn/LUK/21/29.md

1.4 KiB

ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ

“ଯେତେବେଳେ ନୂତନ ପତ୍ରଗୁଡ଼ିକ ବଢ଼ିବାକୁ ଆରମ୍ଭ ହୁଏ”

ସେତେବେଳେ ତୁମ୍ଭେମାନେ ତାହା ଦେଖି ନିଜେ ନିଜେ ଜାଣିଥାଅ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନେ ତାହା ଦେଖି ନିଜେ ନିଜେ ଜାଣନ୍ତି”

ଗ୍ରୀଷ୍ମକାଳ ସନ୍ନିକଟ

“ଗ୍ରୀଷ୍ମକାଳ ଆରମ୍ଭ ହେବାକୁ ଯାଉଛି।” ଇସ୍ରାଏଲରେ ଗ୍ରୀଷ୍ମକାଳ ଅତି ଶୁଖିଲା ଅଟେ, ତେଣୁ ଗ୍ରୀଷ୍ମକାଳ ଆରମ୍ଭରେ ଫସଲ ଅମଳ କରାଯାଏ। ଅର୍ଥ ହେଉଛି “ଫସଲ ଅମଳ କରିବା ସମୟର ଆରମ୍ଭ ଅଟେ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଈଶ୍ଵରଙ୍କ ରାଜ୍ୟ ଯେ ସନ୍ନିକଟ

“ଈଶ୍ଵରଙ୍କ ରାଜ୍ୟ ଅତିଶିଘ୍ର ସଂସ୍ଥାପିତ ହେବ” କିମ୍ବା “ଈଶ୍ଵର ଆପଣା ରାଜ୍ୟ ଉପରେ ରାଜତ୍ଵ କରିବେ”